Categories: ବାଣିଜ୍ୟ

ଫିନୋଲେକ୍ସ ପକ୍ଷରୁ ଡିଲର ସମ୍ମିଳନୀ

ଭୁବନେଶ୍ୱର,୨-୧୧(ବ୍ୟୁରୋ): ପ୍ରମୁଖ ପିଭିସି ପାଇପ ନିର୍ମାତା ଫିନୋଲେକ୍ସ କମ୍ପାନୀର ଅଧିକୃତ ବିତରକ ଏରାଇଜ ମାର୍କେଟିଂ ଭୁବନେଶ୍ୱରର ଆନୁକୂଲ୍ୟରେ ଏକ ମେଗା ଡିଲରମିଟ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଡେପୁଟି ମ୍ୟାନେଜର ରଜନୀକାନ୍ତ ବିଶ୍ୱାଳ, ଆସିଷ୍ଟାଣ୍ଟ ମ୍ୟାନେଜର ଦୁର୍ଗା ଶଙ୍କର ପତି, ଏରାଇଜ ମାର୍କେଟିଂ ପ୍ରୋପ୍ରାଇଟର ଉଦୟ ଶଙ୍କର ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତରହି ଫିନୋଲେକ୍ସର ନୂଆ ପ୍ରଡକ୍ଟ ଏବଂ ଭିଜନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ୭୫ ଜଣ ଡିଲର ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ଡିଲରଙ୍କୁ ଏଥିରେ ପୁରସ୍କୃତ କରାଯାଇଥିଲା। ବିକ୍ରି କ୍ଷେତ୍ରରେ ସଫଳ ଡିଲରଙ୍କୁ ଦୁବାଇ ଏବଂ ଥାଇଲାଣ୍ଡ ଭ୍ରମଣର ସୁଯୋଗ ମଧ୍ୟ ପ୍ରଦାନ କରାଯାଇଛି। ଏରାଇଜ ମାର୍କେଟିଂ ପକ୍ଷରୁ ୨ଟି ନୂଆ ବୁଲେଟ ଗାଡି ପ୍ରଦାନ କରାଯାଇଛି। ଗ୍ରାହକଙ୍କୁ ଗୁଣବତ୍ତା ପ୍ରଡକ୍ଟ ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share