Posted inଖେଳ

ଫିଡେ ମହିଳା ଗ୍ରାଁ ପ୍ରି: ତୃତୀୟ ସ୍ଥାନକୁ ଖସିଲେ ହରିକା

ଲଉସେନ,୮।୩(ପି.ଟି.)-ଏଠାରେ ଚାଲିଥିବା ଫିଡେ ମହିଳା ଗ୍ରାଁ ପ୍ରି ଚେସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଦ୍ରୋଣଭାଲି ହାରିକା ଷଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଲେକଜାଣ୍ଡ୍ରା କୋଷ୍ଟେନେଉକଙ୍କଠାରୁ ପରାସ୍ତ ହୋଇଛନ୍ତି। ଫଳରେ ସେ ତୃତୀୟ ସ୍ଥାନକୁ ଖସିଛନ୍ତି। ଦୁଇଟି ବିଜୟ ଓ ଦୁଇଟି ଡ୍ର ପରେ ଟୁର୍ନାମେଣ୍ଟରେ ହାରିକା ପ୍ରଥମଥର ପାଇଁ ପରାସ୍ତ ହୋଇଛନ୍ତି। ଅନ୍ୟପଟେ କୋଷ୍ଟେନେଉକଙ୍କ ପାଇଁ ଏହି ବିଜୟ ଆଶୀର୍ବାଦ ସଦୃଶ ହୋଇଛି। ୩ଟି କ୍ରମାଗତ ପରାଜୟ ପରେ ସେ ଏହି ବିଜୟ ହାସଲ କରିଛନ୍ତି। ଏବେ ସପ୍ତମ ରାଉଣ୍ଡ ମ୍ୟାଚ୍‌ରେ ବିଶ୍ୱର ୯ ତଥା ଭାରତ ୨ ନମ୍ବର ଖେଳାଳି ହରିକା ସୋମବାର ଝାନାସ୍ୟା ଅବଡୁମାଲିକଙ୍କୁ ଭେଟିବେ।
ଅନ୍ୟପଟେ ୪ ପଏଣ୍ଟ ହାସଲ କରି ରୁଷିଆର ଆଲେଜାଣ୍ଡ୍ରା ଗୋରୟାଜକିନା ଓ ତାଙ୍କ ଦେଶର ଆଲେନା କାଶଲିନସ୍କାୟା ଯୁଗ୍ମ ଅଗ୍ରଣୀ ହୋଇଛନ୍ତି। ଗୋରୟାଜକିନା ୟୁକ୍ରେନର ଆନ୍ନା ମୁଜିଚୁକଙ୍କ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିଛନ୍ତି। ସେହିପରି ଆଲେନା ଫ୍ରାନ୍ସର ମେରୀ ସେବାଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ଚାମ୍ପିୟନ ଜୁ ଓ୍ବେନଜୁନ ସ୍ବିଡେନର ଅଭିଜ୍ଞ ଖେଳାଳି ପିଆ କ୍ରାମଲିଙ୍ଗ୍‌ଙ୍କ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିଛନ୍ତି। ଜୁ ଏବେ ୨.୫ ପଏଣ୍ଟ ହାସଲ କରି ନବମ ସ୍ଥାନରେ ରହିଛନ୍ତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ଜୁ’ଙ୍କ ସମେତ ମୋଟ ୧୨ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri