ଫିଟ୍‌ ଥିଲେ ଓପନିଂ କରିବେ ଓ୍ବାର୍ନର

ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍‌ନେସକୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଅଷ୍ଟ୍ରେଲିଆନ ଓପନରଙ୍କ ମାଂସପେଶୀରେ ଆଘାତ ଲାଗିଛି। ସେ ଏବେ ଶତପ୍ରତିଶତ ଫିଟ୍‌ ନାହାନ୍ତି। ଦଳର ଅନ୍ୟ ଖେଳାଳିଙ୍କ ଭଳି ଓ୍ବାର୍ନର ମଧ୍ୟ ମ୍ୟାଚ୍‌ ଖେଳିବାକୁ ଚାହାନ୍ତି। କିନ୍ତୁ ସେ ସମ୍ପୂର୍ଣ୍ଣ ଫିଟ୍‌ ହେବା ଦରକାର। ନ ହେଲେ ତାଙ୍କ ଆହତ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଶତପ୍ରତିଶତ ଫିଟ୍‌ ହେବାକୁ ସକ୍ଷମ ହେଲେ ସେ ପ୍ରଥମ ମ୍ୟାଚ୍‌ରେ ଓପନିଂ କରିବେ ବୋଲି ଲାଙ୍ଗର କହିଛନ୍ତି। ଓ୍ବାର୍ନର ଉପଲବ୍ଧ ହେଲେ ଟପ୍‌ ଅର୍ଡରରେ ଉସମାନ ଖ୍ବାଜା ଓ ଶନ ମାର୍ଶଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାକୁ ପଡ଼ିବ। କିନ୍ତୁ ୩୨ ବର୍ଷୀୟ ଓପନର ଫିଟ୍‌ ହେବାରେ ବିଫଳ ହେଲେ ଉଭୟ ଖ୍ବାଜା ଓ ମାର୍ଶଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ।

Share