ଫିକା ପଡ଼ିଲା ମା’ ଗଡ଼ଚଣ୍ଡୀଙ୍କ ବିଷୁବ ମେଳା: ବିଭିନ୍ନ ମନ୍ଦିରରେ ତାଲା ପକାଇଲା ପ୍ରଶାସନ

ବନ୍ତ,୧୩ା୪(ଡି.ଏନ୍‌.ଏ.) : କରୋନା ଲକ୍‌ଡାଉନ୍‌ ପାଇଁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡ଼ଚଣ୍ଡୀଙ୍କ ପୀଠରେ ମହାବିଷୁବ ମେଳା ଚଳିତବର୍ଷ ଫିକା ପଡ଼ିଛି। ପ୍ରଶାସନିକ କଟକଣା ଯୋଗୁ ଅଳ୍ପ ସମୟ ମଧ୍ୟରେ ପୂଜାକାର୍ଯ୍ୟ ଶେଷ ହୋଇଥିଲା ା ମାନସିକ ରଖିଥିବା ଭକ୍ତମାନେ ସାମାଜିକ ଦୂରତା ରକ୍ଷା କରି ଭୋଗ ଲଗାଇଥିଲେ। ପୂଜକ ଈଶ୍ୱର ଚନ୍ଦ୍ର ବାରିକ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ନିତ୍ୟାନନ୍ଦ ବିଶ୍ୱାଳ, ଦିଲ୍ଲୀପ ରାଉତ, ଗୋବିନ୍ଦ ରାଜ, ପ୍ରଶାନ୍ତ ରାଉତ, ବିପିନ ରାଉତ, ଗଙ୍ଗାଧର ରାଜ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଶ୍ରୀବନ୍ତପୁର-ଚାଇଁପୁର ଛକସ୍ଥିତ ମା’ତାରିଣୀ ପୀଠରେ ନିରାଡମ୍ବର ଭାବେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି ା ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଭକ୍ତମାନଙ୍କୁ କରୋନା ସଚେତନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ଭଣ୍ଡାରଗଢ଼ିଆସ୍ଥିତ ମା’ସ୍ବର୍ଣ୍ଣମୟୀଙ୍କ ପୀଠରେ ମଧ୍ୟ ନିରାଡମ୍ବର ସହକାରେ ବିଷୁବ ମେଳା ଅନୁଷ୍ଠିତ ହୋଇଛି। ଅପରପକ୍ଷେ ସକାଳୁ ତହସିଲଦାର ଇନ୍ଦିରା ସାହୁ ବନ୍ତ, ଟିଲୋ, ନିଳୋକ ସମେତ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ତାଲା ପକାଇ ଦେଇଥିଲେ।