ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ:ପ୍ରଭାବିତ ଟ୍ରକ୍‌ ମାଲିକଙ୍କୁ ସ୍ବତନ୍ତ୍ର କୋଟା ପ୍ରଦାନ ଦାବି

ଯାଜପୁର ଅଫିସ/କାଳିଆପାଣି(ଡି.ଏନ୍‌.ଏ.),୪-୯- ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦରୁ ଗତ ୨ସପ୍ତାହରୁ ଊର୍ଦ୍ଧ୍ୱ ହେବ ଯାଜପୁର କାଳିଆପାଣି କ୍ରୋମ୍‌ ଖଣିରୁ ପରିବହନ ଠପ୍‌ ହୋଇ ପଡ଼ିଛି। ଏଥିଯୋଗୁ ଟ୍ରକ୍‌ ମାଲିକ, ଶ୍ରମିକ, ବ୍ୟବସାୟୀ ପ୍ରମୁଖଙ୍କ ଦାନାପାଣି ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ଖଣିବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ଏକାଧିକଥର ଏହି ବିବାଦର ସମଧାନ ପାଇଁ ପଦକ୍ଷେପ ନିଆଯାଇଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଆସୁଥିବା ସୁକିନ୍ଦା ମିନେରାଲ୍ସ ଟ୍ରକ୍‌ ଆସୋସିଏଶନ ମଙ୍ଗଳବାର ସାମାନ୍ୟ ନରମି ଥିବା ଜଣାପଡିଛି। ଏହିକ୍ରମରେ କ୍ରୋମ ଖଣି ଉପତ୍ୟକାରେ ପ୍ରଭାବିତ ୫ଟି ପଞ୍ଚାୟତର ଟ୍ରକ୍‌ ମାଲିକମାନେ କ୍ରୋମ୍‌ ପରିବହନ କ୍ଷେତ୍ରରେ ୩୦ପ୍ରତିଶତ ସ୍ବତନ୍ତ୍ର କୋଟା ପ୍ରଦାନ କରିବାକୁ କାଳିଆପାଣି ଥାନା ଅଧିକାରୀଙ୍କ ଜରିଆରେ ଯାଜପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ଆଇନକୁ ଲାଗୁ କରାଯାଉ, ହେଲେ ଏହି ସ୍ବତନ୍ତ୍ର ସୁବିଧା ଦେବାକୁ ସେମାନେ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ା ହେଲେ ଏହି ସ୍ବତନ୍ତ୍ର କୋଟା କ’ଣ ତାହା ସ୍ମାରକପତ୍ରରେ ଦର୍ଶାଯାଇ ନାହିଁ।
ସୂଚନାଯୋଗ୍ୟ ଯେ, କ୍ରୋମ୍‌ ଖଣିଜ ପଦାର୍ଥ ପରିବହନରେ ଦୀର୍ଘଦିନ ହେଲା ଅନିୟମିତା ଲାଗି ରହିଛି। ଏନେଇ କୁହିକା ଟ୍ରକ୍‌ ମାଲିକ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ଆଇନ ଲାଗୁ କରିବାକୁ ଦାବି କରିଥିଲେ। ହାଇକୋର୍ଟ ଏହାର ସପକ୍ଷରେ ରାୟ ପ୍ରକାଶ କରି ଯାଜପୁର ଜିଲାପାଳଙ୍କୁ ୪ସପ୍ତାହ ମଧ୍ୟରେ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲାପାଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବାବେଳେ ନିର୍ଦ୍ଧିଷ୍ଟ ଟ୍ରକ୍‌ ମାଲିକ ସଂଘର ବିରୋଧ ଏହି ବିବାଦକୁ ଆହୁରି ଘନୀଭୂତ କରିଛି। ପୂର୍ବରୁ ପରିବହନ କ୍ଷେତ୍ରରେ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାନମାନି ଜାରି ରହିଛି। ସିରିଏଲ ଚାନ୍ଦା ବାବାଦକୁ ୬ଚକିଆ ଟ୍ରକ୍‌ରୁ ୩୦ଟଙ୍କା ଲେଖାଏ ଦୈନିକ ୧୦୦୦ ଗାଡ଼ିରୁ ୩୦ହଜାର ଏବଂ ବର୍ଷକୁ ୮୬ଲକ୍ଷ ୪୦ହଜାର ଟଙ୍କା ଆଦାୟ ହୁଏ। ସେହିପରି ୧୨ ଓ ୧୪ ଚକିଆ ଗାଡିରୁ ୫୦ ଟଙ୍କା ହିସାବରେ ବର୍ଷକୁ ୨୮ ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରାଯାଏ ା ଏହାବାଦ ଶ୍ରମିକ ପ୍ରାପ୍ୟ ବାବଦକୁ ବର୍ଷକୁ ପ୍ରାୟ ୨୬ କୋଟି ଟଙ୍କା ଆଦାୟ ହୋଇଥାଏ। ଅନ୍ୟପକ୍ଷେ ମାମୁଲି ନାମରେ ୧୨ ଓ ୧୪ ଚକିଆ ଗାଡ଼ିରୁ ବାର୍ଷିକ ପ୍ରାୟ ୨୩ କୋଟି ଟଙ୍କା ଆଦାୟ ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଶ୍ରମିକଙ୍କୁ ଆୟୁଧ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲା ପ୍ରଶାସନର ନିଷ୍ପତ୍ତିକୁ ମିନେରାଲ ସଂଘ ବିରୋଧ କରି ଆସୁଛି। ମିନେରାଲସ୍‌ ସଂଘର କର୍ମକର୍ତ୍ତା ଯେଉଁ ଗାଡିକୁ ପରବହନ ପାଇଁ ମେସେଜ କରୁଛନ୍ତି ସେହି ଗାଡ଼ିରେ କ୍ରୋମ୍‌ ଲୋଡିଂ ହୋଇଥାଏ। ମାତ୍ର ରାହାଁସୋଲ, କଅଁସ, ଚିଙ୍ଗୁଡିପାଳ, କାଳିଆପାଣି ଓ କାଙ୍କଡ଼ପାଳ ପଞ୍ଚାୟତର ଶତାଧିକ ଟ୍ରକ ମାଲିକ ଓ ତାଙ୍କ ପରିବାର ଖଣି ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏହି ମର୍ମରେ ମିନେରାଲ୍‌ସ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଖଣିଠାରୁ ମାତ୍ର ୨୦୦ରୁ ୫୦୦ମିଟର ବ୍ୟବଧାନରେ ସେମାନେ ବସବାସ କରୁଛନ୍ତି। ଖଣିରୁ ନିର୍ଗତ ବିଷାକ୍ତ ଧୂଳିଧୂଆଁରେ ସେମାନେ ଜର୍ଜରିତ। ପୁରୁଷପୁରୁଷ ଧରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି ା ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରି ଖଣ୍ଡେ ଖଣ୍ଡେ ଟ୍ରକ୍‌ କିଣିବା ସହ କ୍ରୋମାଇଟ ପରିବହନ କରି ପରିବାର ପୋଷଣ କରୁଛନ୍ତି । ସେହିପରି ବିଭିନ୍ନ ଖଣି ଖନନ ଓ ସମ୍ପ୍ରସାରଣ ପାଇଁ ହେଉଥିବା ପଲ୍ଲୀସଭା ଓ ଜନଶୁଣାଣିକୁ ସେମାନେ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଦେଇ ଆସୁଛନ୍ତି। ଏଣୁ ଖଣି ପ୍ରଭାବିତ ଅଞ୍ଚଳ ଅଧୀନ ସବୁବର୍ଗର ସାଧାରଣ ଟ୍ରକ୍‌ ମାଲିକଙ୍କୁ ପ୍ରତ୍ୟେକ ଖଣିରୁ କ୍ରୋମ୍‌ ପରିବହନ କ୍ଷେତ୍ରରେ ଯଥାର୍ଥ ଭାବେ ସ୍ବତନ୍ତ୍ର କୋଟା ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ସୋମବାର ଓ ମଙ୍ଗଳବାର ସରକାରୀ ଛୁଟି ରହିଥିବାରୁ କ୍ରୋମ ପରିବହନ ବିବାଦର ସମାଧାନ ହୋଇ ପାରି ନ ଥିବାରୁ ବୁଧବାର ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri