Categories: ବାଣିଜ୍ୟ

ଫାଷ୍ଟଟ୍ରାକ୍‌ ନିବେଶ ଲାଗି ଯୋଜନା

ନୂଆଦିଲ୍ଲୀ,୧୭।୫
ନିବେଶକୁ ପ୍ରୋତ୍ସାହନ ତଥା ତ୍ୱରିତ କରିବା ଲାଗି ସରକାର ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାକୁ ରୂପାୟନ କରିବା ଲାଗି ସରକାର ଏମ୍ପାଓ୍ବାର୍ଡ ଗ୍ରୁପ୍‌ ଅଫ୍‌ ସେକ୍ରେଟାରିଜ ପକ୍ଷରୁ ତ୍ୱରିତ ନିବେଶ ମଞ୍ଜୁରୀ ବ୍ୟବସ୍ଥା କରିଛନ୍ତି। ପ୍ରତି ମନ୍ତ୍ରଣାଳୟ ଅଧୀନରେ ପ୍ରକଳ୍ପ ଉନ୍ନତୀକରଣ ସେଲ୍‌ ସ୍ଥାପନ ହେବ। ନିବେଶ ଯୋଗ୍ୟ ପ୍ରକଳ୍ପକୁ ଆଗକୁ ବଢାଇବା ଲାଗି ଏହି ସେଲ୍‌ ନିବେଶକ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟ ରକ୍ଷା କରିବ। ନୂଆ ନିବେଶ ଆକୃଷ୍ଟ କରିବା ନେଇ ରାଜ୍ୟଗୁଡିକର ପରଫରମାନ୍ସକୁ ବିଚାରକରି କେନ୍ଦ୍ର ସରକାର ର଼୍ୟାଙ୍କ ପ୍ରଦାନ ବ୍ୟବସ୍ଥା କରିବେ। ନୂଆ ଚାମ୍ପିୟନ ସେକ୍ଟରଗୁଡିକୁ ଉତ୍ସାହିତ ଲାଗି ପ୍ରୋତ୍ସାହନ ଯୋଜନା ଆସିବ। ଏହା ମଧ୍ୟରେ ସୋଲାର ପିଭି ମାନୁଫାକ୍‌ଚରିଂ, ଆଡଭାନ୍ସ ସେଲ୍‌ ବ୍ୟାଟେରି ଷ୍ଟୋରେଜ ଭଳି କ୍ଷେତ୍ର ସାମିଲ କରାଯାଇଛି। ସାରା ଦେଶରେ ଥିବା ୩୩୭୬ ଶିଳ୍ପ ପାର୍କ, ଇଷ୍ଟେଟ ଏବଂ ଏସ୍‌ଇଜେଡ୍‌ଗୁଡିକର ୫ ଲକ୍ଷ ହେକ୍ଟର ଜମିକୁ ମ୍ୟାପିଂ ଦ୍ୱାରା ଇଣ୍ଡଷ୍ଟ୍ରିଆଲ ଇନ୍‌ଫରମେଶନ ସିଷ୍ଟମ (ଆଇଆଇଏସ୍‌) ଆସିବ ବୋଲି ଜଣାପଡିଛି।

Share