ଫସର ଫାଟିଲା ଗ୍ୟାଙ୍ଗଷ୍ଟର ରବିଙ୍କ ଅପହରଣ ଯୋଜନା: ବାଙ୍କୁଆଳରୁ ୫ ସହଯୋଗୀ ଗିରଫ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଏନ୍‌କାଉଣ୍ଟର ତଥା ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରବି ରାଓଙ୍କ ଅପହରଣ ଯୋଜନା ଫସର ଫାଟିଛି। ଜେଲରୁ କୋର୍ଟ ଯିବା ବେଳେ ରବିଙ୍କୁ ଅପହରଣ କରିନେବାର ଯୋଜନା ରଚିଥିବା ୫ଜଣଙ୍କୁ ବୁଧବାର କମିଶନରେଟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖାରବେଳ ନଗର ଶାନ୍ତି ନଗରର ରଘୁ ବିଶ୍ୱାଳ, ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ସେକ୍‌ ଆମିନ ଓରଫ ତିଓ୍ବାରି ଓ ମୋତିବୁଲ୍ଲା, ପଶ୍ଚିମବଙ୍ଗ ହାଓଡ଼ା ମାଟିଆବୁର୍ଜର ଶିବୁ ଠାକୁର, ବେଗୁନିଆ ନୂଆସାହିର ପବିତ୍ର ମୋହନ ଦାସ ଓରଫ ସାନୁ। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖେଳଣା ପିସ୍ତଲ, ୫ଟି ମୋବାଇଲ ଫୋନ୍‌, କଟୁରୀ ସମେତ ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି। ଏମାନେ ରବିଙ୍କ ମୁଖ୍ୟ ସହଯୋଗୀ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୋଲିସକୁ ଆକ୍ରମଣ କରି ରବିଙ୍କୁ ଉଠାଇ ନେବା ପାଇଁ କିଛିଦିନ ତଳେ ଯୋଜନା କରିଥିଲେ। ବୁଧବାର ସକାଳେ ବାଙ୍କୁଆଳରେ ଏମାନେ ଏକାଠି ହୋଇ ଏହି ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବା ଓ ଡକାୟତି କରିବା ପାଇଁ ଆଲୋଚନା ଚଳାଇଥିଲେ। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌କୁ କୌଣସି ସୂତ୍ରରୁ ଏ ନେଇ ସୂଚନା ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ର ଅଧିକାରୀମାନେ ଶହୀଦନଗର ଥାନା ପୋଲିସ ସହଯୋଗରେ ସେଠାରେ ପହଞ୍ଚତ୍ ଚଢାଉ କରିଥିଲେ। ପୋଲିସ ହାତରେ ଏହି ୫ ଅଭିଯୁକ୍ତ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା ପୋଲିସ। ଜେରା ବେଳେ ସେମାନଙ୍କଠାରୁ ଚମକାଇ ଦେଲା ଭଳି ତଥ୍ୟ ମିଳିଥିଲା। ଜେଲରୁ ରବିଙ୍କୁ କୋର୍ଟରେ ହାଜର ପାଇଁ ନିଆଯିବା ବେଳେ ସେମାନେ ପୋଲିସ କର୍ମଚାରୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଏବଂ ଆବଶ୍ୟକ ପଡ଼ିିଲେ ଗୁଳି ଚଳାଇ ରବିଙ୍କୁ ଛଡ଼ାଇ ନେବାକୁ ଯୋଜନା ରଚିଥିଲେ ବୋଲି ପୋଲିସ ନିକଟରେ କହିଥିଲେ। ଏପରି କି ଜେଲ ଗେଟ୍‌ ଏବଂ ଯେଉଁ ଟ୍ରାଫିକ ଛକ ଦେଇ ରବିଙ୍କୁ କୋର୍ଟ ନିଆଯିବ ସେସବୁ ସ୍ଥାନର ଭିଡିଓ ରେକର୍ଡିଂ କରିଥିଲେ। ଏହି ଅଭିଯୁକ୍ତମାନେ ଅନୁଗୋଳରେ ଘଟିଥିବା ଚୋରା କୋଇଲା କାରବାରକୁ ନେଇ ଗୁଳିକାଣ୍ଡ ମାମଲାରେ ରବିଙ୍କ ମୁଖ୍ୟ ସହଯୋଗୀ ଥିଲେ। ଏମାନଙ୍କ ନାମରେ ଭୁବନେଶ୍ୱର ସମେତ ବିଭିନ୍ନ ଥାନାରେ ବହୁ ଆପରାଧିକ ମାମଲା ରହିଛି। ଏମାନଙ୍କ ବିରୋଧରେ ଶହୀଦନଗର ଥାନାରେ କେସ୍‌ ନଂ. ୬୦୫/୧୯ ରୁଜୁ କରିଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ପଚରାଉଚରା ଲାଗି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri