Posted inଖେଳ

ଫର୍ମୁଲା-୨କୁ ଫେରିବେ ଅର୍ଜୁନ ମାଇନି

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ଆସନ୍ତା ଅଷ୍ଟ୍ରିଆ ଓ ସିଲଭରଷ୍ଟୋନ୍‌ ରାଉଣ୍ଡ ପାଇଁ ଏଫ୍‌ଆଇଏ ଫର୍ମୁଲା-୨ ଗ୍ରୀଡ୍‌କୁ ସାମୟିକ ଫେରିବେ ଯୁବ ଭାରତୀୟ ରେସର ଅର୍ଜୁନ ମାଇନି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ଗତବର୍ଷ ଫର୍ମୁଲା ୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅର୍ଜୁନ ସ୍ପୋର୍ଟ କାର୍‌ ରେସିଂରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ବାରମ୍ବାର କାର୍‌ ସମସ୍ୟା ଯୋଗୁ ଟ୍ରାଇଡେଣ୍ଟ ତରଫରୁ ପ୍ରତିନିଧିତ୍ୱ କରି ସେ ଚାମ୍ପିୟନଶିପ୍‌ରେ ୨୪ ପଏଣ୍ଟ ସହ ୧୬ତମ ସ୍ଥାନରେ ରହିଥିଲେ। ଏଥିରେ ସେ ଅସନ୍ତୁଷ୍ଟ ଥିଲେ। ୨୧ ବର୍ଷୀୟ ଏହି ଡ୍ରାଇଭର ବର୍ତ୍ତମାନ ୨୦୧୯ ୟୁରୋପିଆନ ଲି ମାନ୍ସ ସିରିଜର ମଧ୍ୟ ଭାଗରେ ଅଛନ୍ତି। ଫର୍ମୁଲା ୨ରୁ ଦୁଇଟି ରାଉଣ୍ଡରେ ଅଂଶଗ୍ରହଣ ଦ୍ୱାରା ସ୍ପୋଟର୍‌ସ କାର୍‌ ରେସିଂ ପାଇଁ ସେ ଦେଇଥିବା ପ୍ରତିଶ୍ରୁତିର ଖିଲାପ ହେଉ ନାହିଁ। ଚଳିତ ମାସ ପ୍ରାରମ୍ଭରେ କରୁଣ ଚାଣ୍ଡୋକଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଅର୍ଜୁନ ଆଇକନିକ ୨୪ ଆଓ୍ବାର୍ସ ଅଫ୍‌ ଲି’ ମାନ୍ସରେ ଭାଗ ନେବାର ସୌଭାଗ୍ୟ ଲାଭ କରିଛନ୍ତି। ସ୍ପୋଟର୍‌ସ କାର୍‌ ରେସିଂରେ ଅପ୍ରତ୍ୟାଶିତ ଭାବେ ଯୋଗ ଦେଇଥିଲେ ମଧ୍ୟ ଫର୍ମୁଲା ଓ୍ବାନ ଫର୍ମୁଲା ୨ ଭଳି ଫିଡର ସିରିଜକୁ ସେ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି। ଅର୍ଜୁନ ବର୍ତ୍ତମାନ କ୍ୟାମ୍ପସ ରେସିଂରେ ରେନଲ୍ଟ ଫର୍ମୁଲା ଓ୍ବାନ ଜୁନିୟର ଏଟ୍‌କେନଙ୍କ ଟିମ୍‌ମେଟ ହେବେ। ସ୍ପାନିଶ ମୋଟର ରେସିଂ ଟିମ୍‌ କ୍ୟାମ୍ପସ ରେସିଂ ବର୍ତ୍ତମାନ ୧୧୫ ପଏଣ୍ଟ ସହ ଷ୍ଟାଣ୍ଡିଂରେ ଚତୁର୍ଥ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ନୂଆଦିଲ୍ଲୀ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲାରେ ସାମ୍ନାସାମ୍ନି ହେବ।  ଅପରିବର୍ତ୍ତିତ ଏକାଦଶ ସହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ ଏହି ନିମୟମରେ ହେବ ସେମିଫାଇନାଲର ନିଷ୍ପତ୍ତି, ବୁଝନ୍ତୁ ଏହି ଗଣିତ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରୁଛି। ଗତ ଶନିବାର (୨୧ ଫେବୃଆରୀ) ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ…

ସୁପର-୮ରେ ଟିମ୍‌ ଇଣ୍ଡିଆକୁ ରହିବାକୁ ପଡ଼ିବ ସାବଧାନ! ଦକ୍ଷିଣ ଆଫ୍ରିକାର ଏହି ୪ ଖେଳାଳି କରିପାରନ୍ତି…

ନୂଆଦିଲ୍ଲୀ,୨୨।୨: ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ୨୦୨୬ରେ ମୁହାଁମୁହିଁ ହେବେ। ସୁପର ୮ ରାଉଣ୍ଡରେ ଗ୍ରୁପ ୧ର ଏହା ପ୍ରଥମ ମ୍ୟାଚ, ଯାହା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri