Posted inଖେଳ

ଫର୍ମୁଲା ଓ୍ବାନ୍‌ ସୁପରଷ୍ଟାର

ଲୁଇସ୍‌ ହାମିଲଟନ ଷଷ୍ଠଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରି ମାଇକେଲ ସୁମାକରଙ୍କଠାରୁ ଗୋଟିଏ ପାଦ ଦୂରରେ
ରହିଛନ୍ତି। ୩୪ ବର୍ଷରେ ପଦାର୍ପଣ କରିଥିବାରୁ ଆଗକୁ ସେ ଆହୁରି କେତୋଟି ବିଶ୍ୱ ଟାଇଟଲ ଜିତି ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା- ୧ ଡ୍ରାଇଭର ଭାବେ ପ୍ରତିଷ୍ଠା କରାଇବେ
ବୋଲି ଆଶା କରାଯାଉଛି…

ବ୍ରିଟେନର ଲୁଇସ୍‌ ହାମିଲଟନ ଏବେ ଫର୍ମୁଲା ଓ୍ବାନର ଗ୍ଲୋବାଲ ସୁପରଷ୍ଟାର ବନିଯାଇଛନ୍ତି। ଜଣେ ସାଧାରଣ ଯୁବ ରେସରରୁ ସେ ଫର୍ମୁଲା-୧ ତାରକା ବନିଯାଇଛନ୍ତି। ମାତ୍ର ୧୨ ବର୍ଷ ମଧ୍ୟରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି ଓ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫର୍ମୁଲା-୧ ଡ୍ରାଇଭର ମାନ୍ୟତା ପାଇଛନ୍ତି।
ରବିବାର ଅନୁଷ୍ଠିତ ୟୁଏସ୍‌ ଓପନ ଗ୍ରାଁ ପ୍ରିରେ ଦ୍ୱିତୀୟ ସ୍ଥାନରେ ରହି ରନର୍ସଅପ ହେବା ସହ ମର୍ସିଡିଜ ଡ୍ରାଇଭର ହାମିଲଟନ ଆଉଏକ ବିଶ୍ୱ ଟାଇଟଲ ଜିତିିଛନ୍ତି। ସେ ଇତିହାସର ଦ୍ୱିତୀୟ ଡ୍ରାଇଭର ଭାବେ ୬ଟି ବିଶ୍ୱ ଟାଇଟଲ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ୫୦ ଦଶକର ଲିଜେଣ୍ଡ ଡ୍ରାଇଭର ଆର୍ଜେଣ୍ଟିନାର ଜୁଆନ ମାନୁଏଲ ଫାଙ୍ଗିଓଙ୍କୁ ପଛରେ ପକାଇଛନ୍ତି। ସେ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା-୧ ଡ୍ରାଇଭର ମାଇକେଲ ସୁମାକରଙ୍କଠାରୁ ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ସୁମାକର ୭ଥର ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଆଉ ଗୋଟିଏ ଟାଇଟଲ ଜିତିଲେ ସୁମାକରଙ୍କ ସମକକ୍ଷ ହେବେ ହାମିଲଟନ। ୨୦୦୮ରେ ସେ ମ୍ୟାକଲରେନ୍‌ ସହ କ୍ୟାରିୟରର ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ଏହାପରେ ସେ ମର୍ସିଡିଜ ସହ ଜଡିତ ରହି ଗୋଟିଏ ପରେ ଗୋଟିଏ ଟାଇଟଲ ଜିତିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଏହି ବିଜୟଧାରା ୨୦୧୪ରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲୁ ରହିଛି। ୨୦୧୭, ୨୦୧୮ ଓ ୨୦୧୯ରେ କ୍ରମାଗତ ଭାବେ ବିଜୟୀ ହୋଇ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିଥିଲେ। କ୍ୟାରିୟରରେ ମୋଟ ଉପରେ ୮୩ଟି ଟାଇଟଲ ହାସଲ କରି ସେ ସର୍ବ କାଳୀନ ଦ୍ୱିତୀୟ ଶ୍ରେଷ୍ଠ ଡ୍ରାଇଭର ବିବେଚିତ ହୋଇଛନ୍ତି। ବର୍ତ୍ତମାନ ସେ ୩ଟି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ସର୍ବକାଳୀନ କ୍ୟାରିୟର ପଏଣ୍ଟ (୩୩୯୯), ସର୍ବକାଳୀନ ସର୍ବାଧିକ ପୋଲ ପୋଜିଶନ (୮୭) ଓ ଗୋଟିଏ ସେସନରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ଅର୍ଜନ କରିଛନ୍ତି। ଏବେକାର କୌଣସି ଡ୍ରାଇଭର ତାଙ୍କ ପାଖରେ ନାହାନ୍ତି।
ବ୍ରିଟେନର ହର୍ଟଫେର୍ଡସାୟାରରେ ଜନ୍ମିତ ହାମିଲଟନ ପିଲାଟିବେଳୁ ରେସିଂକୁ ନେଇ ବେଶ୍‌ ଉତ୍ସାହିତ ରହିଥିଲେ। ମାତ୍ର ୬ ବର୍ଷ ବୟସରେ ତାଙ୍କ ବାପା ଏକ ରେଡିଓ ନିୟନ୍ତ୍ରିତ କାର ଉପହାର ସ୍ବରୂପ ପ୍ରଦାନ କରିଥିଲେ। ୧୯୯୮ରେ ସେ ମ୍ୟାକଲରେନ ୟଙ୍ଗ ଡ୍ରାଇଭର ସପୋର୍ଟ ପ୍ରୋଗ୍ରାମ୍‌ ସହିତ ଜଡିତ ରହିଥିଲେ ଓ ଏହା ସହ ସ୍ବାକ୍ଷର କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ବ୍ରିଟିଶ ଫର୍ମୁଲା ରିନଲ୍ଟ, ଫର୍ମୁଲା ୩ ୟୁରୋ ସିରିଜ ଓ ଜିପି-୨ ଚାମ୍ପିୟନଶିପ୍‌ ଜିତି ଯୁବ ଡ୍ରାଇଭର ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଶେଷରେ ଦୀର୍ଘଦିନର ସଂଘର୍ଷ ପରେ ସେ ୨୦୦୭ରେ ଫର୍ମୁଲା- ୧ ରେସ୍‌ରେ ପଦାର୍ପଣ କରି ମ୍ୟାକଲରେନ ପାଇଁ ରେସ୍‌ରେ ଅବତୀର୍ଣ୍ଣ ହୋଇଥିଲେ।
ଏକ ମିଶ୍ରିତ ପୃଷ୍ଠଭୂମିରୁ ଆସିଥିବା ହାମିଲଟନଙ୍କ ପିତା ଜଣେ କୃଷ୍ଣକାୟ ହୋଇଥିବା ବେଳେ ମା’ ଜଣେ ଗୋରା ମହିଳା। ଫର୍ମୁଲା-୧ ରେସ୍‌ରେ ସେ ପ୍ରଥମ ଓ ଏକମାତ୍ର କୃଷ୍ଣକାୟ ଡ୍ରାଇଭର ଭାବେ ଯାତ୍ରା ଜାରି ରଖିଛନ୍ତି। ଫର୍ମୁଲା-୧ରେ ନିଜର ପ୍ରଥମ ସେସନରେ ସେ ଏକାଧିକ ରେକର୍ଡ ସ୍ଥାପନ କରିଥିଲେ। ୨୦୦୭ ସେସନରେ ମାତ୍ର ଗୋଟିଏ ପଏଣ୍ଟ ପାଇଁ କିମି ରାଇକୋନେନଙ୍କ ପଛରେ ରହି ରନର୍ସ ହୋଇଥିଲେ। ପଦାର୍ପଣ ସେସନରେ ସେ ସର୍ବାଧିକ ୯ ଥର ପୋଡିୟମ ଫିନିଶ୍‌ କରିଥିଲେ। ପଦାର୍ପଣ ସେସନରେ ସେ ଯୁଗ୍ମଭାବେ ସର୍ବାଧିକ ୪ଟି ଟାଇଟଲ ହାସଲ କରିଥିଲେ ଓ ସର୍ବାଧିକ ୧୦୯ ପଏଣ୍ଟ ହାସଲ କରିଥିଲେ। ସେ ମଧ୍ୟ ସେତେବେଳେ ଇତିହାସର ସର୍ବକନିଷ୍ଠ ଡ୍ରାଇଭର ଭାବେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। ମ୍ୟାକଲରେନଙ୍କ ସହ ୪ ବର୍ଷ ଜଡିତ ରହିବା ପରେ ସେ ୨୦୧୩ରେ ମର୍ସିଡିଜ ସହ ଚୁକ୍ତି କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତା ଅର୍ଜନ କରି ଅନ୍ୟ ବିଶ୍ୱସ୍ତରୀୟ ଡ୍ରାଇଭରଙ୍କୁ ପଛରେ ପକାଇଥିଲେ। ଜଣେ କୃଷ୍ଣକାୟ ଡ୍ରାଇଭର ହୋଇଥିବାରୁ ସେ ତାଙ୍କ କ୍ୟାରିୟର ସାରା ବର୍ଣ୍ଣବୈଷମ୍ୟବାଦର ଶିକାର ହୋଇ ଆସିଛନ୍ତି। ଏହା ଦ୍ୱାରା ସେ ଆହତ ହୋଇଥିଲେ ମଧ୍ୟ କେବେ ପଛକୁ ହଟିନାହାନ୍ତି। ବରଂ ଏଥିରେ ସେ ଆହୁରି ଦୃଢ଼ ଭାବେ ନିଜକୁ ଗଢ଼ି ତୋଳିବାରେ ସକ୍ଷମ ହୋଇଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଡ୍ରାଇଭର ନିକୋ ରସବର୍ଗ ଓ ଫର୍ନାଣ୍ଡୋ ଆଲୋନ୍ସୋଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ବେଶ୍‌ ଆଲୋଚନା ତଥା ଚର୍ଚ୍ଚା ସୃଷ୍ଟି କରିଥିଲା। ବ୍ୟକ୍ତିଗତ ଜୀବନରେ ସେ ବେଶ୍‌ ରୋମାଣ୍ଟିକ ରହିଆସିଛନ୍ତି। ଏକାଧିକ ହାଇପ୍ରୋଫାଇଲ ମହିଳାଙ୍କ ସହ ସେ ବନ୍ଧ୍ବତ୍ୱ ସ୍ଥାପନ କରି ବେଶ୍‌ ଚର୍ଚ୍ଚିତ ରହି ଆସିଛନ୍ତି। ୨୦୦୭ରେ ସେ ଆମେରିକୀୟ ମହିଳା ଗାୟିକା ନିକୋଲ ସେର୍ଜିଙ୍ଗରଙ୍କ ସହ ଡେଟିଂ କରୁଥିଲେ। ୨୦୧୫ରେ ସେ ବ୍ରିଟେନର ସବୁଠାରୁ ଧନୀ କ୍ରୀଡ଼ାବିତ୍‌ ବିବେଚିତ ହୋଇଥିଲେ। ଆଗକୁ ସେ ଆହୁରି କେତୋଟି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବେ ଓ ସୁମାକରଙ୍କୁ ପଛରେ ପକାଇ ବିଶ୍ୱର ସର୍ବଶ୍ରେଷ୍ଠ ଫର୍ମୁଲା- ୧ ଡ୍ରାଇଭର ଭାବେ ନିଜକୁ ପ୍ରତିଷ୍ଠା କରାଇବେ।

ସଂକ୍ଷେପରେ…
ପୂରା ନାମ: ଲୁଇସ୍‌ କାର୍ଲ ଡେଭିଡସନ ହାମିଲଟନ
ଜନ୍ମ: ୧୯୮୫ ଜାନୁୟାରୀ ୭
ବୟସ: ୩୪
ଦେଶ: ୟୁନାଇଟେଡ କିଙ୍ଗ୍‌ଡମ୍‌
୨୦୧୯ ଟିମ: ମର୍ସିଡିଜ୍‌
ବିଶ୍ୱ ଚାମ୍ପିୟନ: ୬ (୨୦୦୮, ୨୦୧୪, ୨୦୧୫, ୨୦୧୭, ୨୦୧୮, ୨୦୧୯)
ବିଜୟ: ୮୩
ପୋଡିୟମ: ୧୫୦
କ୍ୟାରିୟର ପଏଣ୍ଟ: ୩୩୯୯
ପୋଲ ପୋଜିଶନ: ୮୭
ପ୍ରଥମ ଏଣ୍ଟ୍ରି : ୨୦୦୭ ଅଷ୍ଟ୍ରେଲିଆ ଗ୍ରାଁ ପ୍ରି
ପ୍ରଥମ ବିଜୟ: ୨୦୦୭ କାନାଡିଆନ ଗ୍ରାଁ ପ୍ରି
ଶେଷ ବିଜୟ: ୨୦୧୯ ମେକ୍ସିକାନ ଗ୍ରାଁ ପ୍ରି
ଶେଷ ଏଣ୍ଟ୍ରି: ୨୦୧୯ ୟୁଏସ୍‌ ଗ୍ରାଁ ପ୍ରି


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri