ଫନୀ: ଶତାଧିକ ସ୍କୁଲଗୃହର ପୁନରୁଦ୍ଧାର କାର୍ଯ୍ୟ ସରୁନି; କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ହେଲା ୨୮ ବିଦ୍ୟାଳୟ

ନିମାପଡ଼ା,୨୨ା୬(ଡି.ଏନ୍‌.ଏ.): ପ୍ରଳୟଙ୍କରୀ ବାତ୍ୟା ଫନୀର ବିଭୀଷିକାରେ ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ୨୬୦ଟି ବିଦ୍ୟାଳୟ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଛି। ଅଦ୍ୟାବଧି ଶତାଧିକ ବିଦ୍ୟାଳୟର ପୁନରୁଦ୍ଧାର, ମରାମତି କାର୍ଯ୍ୟ ଶେଷ ହୋଇପାରି ନ ଥିବାରୁ ନିମାପଡ଼ା ଅଞ୍ଚଳର ୧୫ହଜାର ୫ଶହ ଛାତ୍ରୀଛାତ୍ର କେଉଁଠି ବସିବେ, କିଭଳି ପଢ଼ିବେ ତାହା ଏବେ ଅଭିଭାବକ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, ଶିକ୍ଷାବିଭାଗର କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଛି ବୋଲି ଶିକ୍ଷାବିଭାଗ ଅଧିକାରୀ, ପ୍ରଶାସନ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଶତକଡ଼ା ୭୦ଭାଗ ବିଦ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟ ସରି ନ ଥିବା ଅଭିଭାବକ ପ୍ରଦୀପ୍ତ କୁମାର ସ୍ବାଇଁ, କାର୍ତ୍ତିକ ସ୍ବାଇଁ, ବିଦ୍ୟାଧର ଜେନା ସମେତ ଗ୍ରାମବାସୀ ତଥା ସ୍ଥାନୀୟ ବାସିନ୍ଦା ଲୋକନାଥ ସ୍ବାଇଁ, ହଟକିଶୋର ସ୍ବାଇଁ କହିଛନ୍ତି।
ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲଗୁଡିକ ଖୋଲିଛି। କିନ୍ତୁ ଅଧିକାଂଶ ବିଦ୍ୟାଳୟର ଭିତ୍ତିଭୂମି ସୁଧୁରି ନ ଥିବାରୁ ନିମାପଡ଼ା ବ୍ଳକର ୧୧ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ୧୩ଟି ବ୍ଲକଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ, ୪ଟି ବ୍ଲକଗ୍ରାଣ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍କୁଲଗୁଡିକ କମ୍ୟୁନିଟି ସେଣ୍ଟର, ନିକଟସ୍ଥ ଗଁା କୋଠଘର, ବାତ୍ୟା ଆଶ୍ରୟସ୍ଥଳୀ, ପଞ୍ଚାୟତର କଲ୍ୟାଣମଣ୍ଡପଗୁଡିକରେ ଅସ୍ଥାୟୀ ଭାବେ ଚାଲୁରହିବ। ଏହି ବ୍ଲକର ବଡମାଛପୁର ହାଇସ୍କୁଲ, ଗଡତୋରିହଁ ହାଇସ୍କୁଲ, ବଉଳପଦା ହାଇସ୍କୁଲ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଓ ଉର୍ଖବତୀପୁର ହାଇସ୍କୁଲ ସବୁ ନିକଟସ୍ଥ କଲ୍ୟାଣମଣ୍ଡପରେ ଓ ବ୍ରାହ୍କଣଖଣ୍ଡି ପ୍ରାଥମିକ ବିଦ୍ୟାଳୟ, ଓରପଟ ପ୍ରାଥମିକ ବିଦ୍ୟାଳୟ, କୋଲଣା ପ୍ରାଥମିକ ବିଦ୍ୟାଳୟ, କୋପିଳାପାଟଳି ଗ୍ରାମ ପ୍ରାଥମିକ ବିଦ୍ୟାଳୟଗୁଡିକ ନିକଟସ୍ଥ ଗ୍ରାମ କୋଠଘରେ ଏବଂ କମ୍ୟୁନିଟି ସେଣ୍ଟର ଆଦିରେ ଚାଲିଥିବା ଜଣାପଡ଼ିଛି। ସ୍କୁଲ ଖୋଲିବାର ପ୍ରଥମଦିନ ଲଘୁଚାପ ବର୍ଷା ଯୋଗୁ ଛାତ୍ରୀଛାତ୍ରଙ୍କ ଊପସ୍ଥାନ କମ୍‌ ରହିଥିବା ଦେଖାଯାଇଛି। ସ୍କୁଲଗୁଡିକ ଖୋଲିବା ପରେ ବ୍ଲକ ଶିକ୍ଷାଧିକାରୀ (ବିଇଓ), ସହକାରୀ ବ୍ଲକ ଶିକ୍ଷାଧିକାରୀ, ୨୨ଜଣ (ସିଆରସିସି) କ୍ଲଷ୍ଟର ସଂଯୋଜକ ବିଭିନ୍ନ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ପୁନରୁଦ୍ଧାର କାର୍ଯ୍ୟ, ସ୍ବଚ୍ଛତା, ବାତାବରଣ ଆଦି ଅନୁଧ୍ୟାନ କରିଛନ୍ତି। ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଓ ସୁଚାରୁରୂପେ ପାଠପଢ଼ା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଇଓ ବିଜୟ କୁମାର ବେହେରା କହିଛନ୍ତି। ଅନ୍ୟପକ୍ଷେ ସରକାରୀ ନିର୍ଦ୍ଦେଶ ମୁତାବକ ଅନୁଯାୟୀ ଆମେ ସ୍କୁଲକୁ ଅଥବା ଅସ୍ଥାୟୀ ସ୍କୁଲକୁ ଆସିବୁ, ହେଲେ ଏପର୍ଯ୍ୟନ୍ତ ସ୍କୁଲ ଗୃହ ଅସଜଡା ହୋଇପଡ଼ିଛି, ପିଲାମାନେ କେଉଁଠି ବସିବେ, ପାଠପଢ଼ା କେମିତି ହେବ ବୋଲି ବହୁ ଶିକ୍ଷକ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri