ଫନୀ: ଶତାଧିକ ସ୍କୁଲଗୃହର ପୁନରୁଦ୍ଧାର କାର୍ଯ୍ୟ ସରୁନି; କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ହେଲା ୨୮ ବିଦ୍ୟାଳୟ

ନିମାପଡ଼ା,୨୨ା୬(ଡି.ଏନ୍‌.ଏ.): ପ୍ରଳୟଙ୍କରୀ ବାତ୍ୟା ଫନୀର ବିଭୀଷିକାରେ ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ୨୬୦ଟି ବିଦ୍ୟାଳୟ ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଛି। ଅଦ୍ୟାବଧି ଶତାଧିକ ବିଦ୍ୟାଳୟର ପୁନରୁଦ୍ଧାର, ମରାମତି କାର୍ଯ୍ୟ ଶେଷ ହୋଇପାରି ନ ଥିବାରୁ ନିମାପଡ଼ା ଅଞ୍ଚଳର ୧୫ହଜାର ୫ଶହ ଛାତ୍ରୀଛାତ୍ର କେଉଁଠି ବସିବେ, କିଭଳି ପଢ଼ିବେ ତାହା ଏବେ ଅଭିଭାବକ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ, ଶିକ୍ଷାବିଭାଗର କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁଛି ବୋଲି ଶିକ୍ଷାବିଭାଗ ଅଧିକାରୀ, ପ୍ରଶାସନ ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଶତକଡ଼ା ୭୦ଭାଗ ବିଦ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟ ସରି ନ ଥିବା ଅଭିଭାବକ ପ୍ରଦୀପ୍ତ କୁମାର ସ୍ବାଇଁ, କାର୍ତ୍ତିକ ସ୍ବାଇଁ, ବିଦ୍ୟାଧର ଜେନା ସମେତ ଗ୍ରାମବାସୀ ତଥା ସ୍ଥାନୀୟ ବାସିନ୍ଦା ଲୋକନାଥ ସ୍ବାଇଁ, ହଟକିଶୋର ସ୍ବାଇଁ କହିଛନ୍ତି।
ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲଗୁଡିକ ଖୋଲିଛି। କିନ୍ତୁ ଅଧିକାଂଶ ବିଦ୍ୟାଳୟର ଭିତ୍ତିଭୂମି ସୁଧୁରି ନ ଥିବାରୁ ନିମାପଡ଼ା ବ୍ଳକର ୧୧ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ୧୩ଟି ବ୍ଲକଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ, ୪ଟି ବ୍ଲକଗ୍ରାଣ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ସ୍କୁଲଗୁଡିକ କମ୍ୟୁନିଟି ସେଣ୍ଟର, ନିକଟସ୍ଥ ଗଁା କୋଠଘର, ବାତ୍ୟା ଆଶ୍ରୟସ୍ଥଳୀ, ପଞ୍ଚାୟତର କଲ୍ୟାଣମଣ୍ଡପଗୁଡିକରେ ଅସ୍ଥାୟୀ ଭାବେ ଚାଲୁରହିବ। ଏହି ବ୍ଲକର ବଡମାଛପୁର ହାଇସ୍କୁଲ, ଗଡତୋରିହଁ ହାଇସ୍କୁଲ, ବଉଳପଦା ହାଇସ୍କୁଲ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀରେ ଓ ଉର୍ଖବତୀପୁର ହାଇସ୍କୁଲ ସବୁ ନିକଟସ୍ଥ କଲ୍ୟାଣମଣ୍ଡପରେ ଓ ବ୍ରାହ୍କଣଖଣ୍ଡି ପ୍ରାଥମିକ ବିଦ୍ୟାଳୟ, ଓରପଟ ପ୍ରାଥମିକ ବିଦ୍ୟାଳୟ, କୋଲଣା ପ୍ରାଥମିକ ବିଦ୍ୟାଳୟ, କୋପିଳାପାଟଳି ଗ୍ରାମ ପ୍ରାଥମିକ ବିଦ୍ୟାଳୟଗୁଡିକ ନିକଟସ୍ଥ ଗ୍ରାମ କୋଠଘରେ ଏବଂ କମ୍ୟୁନିଟି ସେଣ୍ଟର ଆଦିରେ ଚାଲିଥିବା ଜଣାପଡ଼ିଛି। ସ୍କୁଲ ଖୋଲିବାର ପ୍ରଥମଦିନ ଲଘୁଚାପ ବର୍ଷା ଯୋଗୁ ଛାତ୍ରୀଛାତ୍ରଙ୍କ ଊପସ୍ଥାନ କମ୍‌ ରହିଥିବା ଦେଖାଯାଇଛି। ସ୍କୁଲଗୁଡିକ ଖୋଲିବା ପରେ ବ୍ଲକ ଶିକ୍ଷାଧିକାରୀ (ବିଇଓ), ସହକାରୀ ବ୍ଲକ ଶିକ୍ଷାଧିକାରୀ, ୨୨ଜଣ (ସିଆରସିସି) କ୍ଲଷ୍ଟର ସଂଯୋଜକ ବିଭିନ୍ନ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ପୁନରୁଦ୍ଧାର କାର୍ଯ୍ୟ, ସ୍ବଚ୍ଛତା, ବାତାବରଣ ଆଦି ଅନୁଧ୍ୟାନ କରିଛନ୍ତି। ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଓ ସୁଚାରୁରୂପେ ପାଠପଢ଼ା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଇଓ ବିଜୟ କୁମାର ବେହେରା କହିଛନ୍ତି। ଅନ୍ୟପକ୍ଷେ ସରକାରୀ ନିର୍ଦ୍ଦେଶ ମୁତାବକ ଅନୁଯାୟୀ ଆମେ ସ୍କୁଲକୁ ଅଥବା ଅସ୍ଥାୟୀ ସ୍କୁଲକୁ ଆସିବୁ, ହେଲେ ଏପର୍ଯ୍ୟନ୍ତ ସ୍କୁଲ ଗୃହ ଅସଜଡା ହୋଇପଡ଼ିଛି, ପିଲାମାନେ କେଉଁଠି ବସିବେ, ପାଠପଢ଼ା କେମିତି ହେବ ବୋଲି ବହୁ ଶିକ୍ଷକ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri