Posted inରାଜ୍ୟ

‘ଫନୀ’ ପରେ ‘ଅମ୍ଫନ’ ମାଡ଼: କ୍ଷତିଗ୍ରସ୍ତ ହେବ ପରିବେଶ ପର୍ଯ୍ୟଟନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ପ୍ରଳୟଙ୍କରୀ ବାତ୍ୟା ‘ଫନୀ’କୁ ବର୍ଷେ ପୂରୁଣୁ ଏବେ ଆସିଛି ଆଉ ଏକ ମହାବାତ୍ୟା ‘ଅମ୍ଫନ’। ଫନୀ ଭଳି ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ୍‌ଫଲ୍‌ କରୁ ନଥିଲେ ମଧ୍ୟ ଏହାଦ୍ୱାରା ରାଜ୍ୟର ୪ଟି ଜିଲା ବିଶେଷଭାବେ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲା ଉପରେ ଅମ୍ଫନର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି। ତେବେ ଏହି ୪ଜିଲା ଉପକୂଳରେ ୧୫ରୁ ଊର୍ଦ୍ଧ୍ୱ ପରିବେଶ ପର୍ଯ୍ୟଟନସ୍ଥଳୀ ରହିଥିବାରୁ ବାତ୍ୟା ଦ୍ୱାରା ଏଥର ରାଜ୍ୟର ଇକୋ-ଟୁରିଜିମ୍‌ ବିଶେଷଭାବେ କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଫନୀରେ ଓଡ଼ିଶା ପର୍ଯ୍ୟଟନର ମେରୁଦଣ୍ଡ କୁହାଯାଉଥିବା ଗୋଲ୍ଡେନ୍‌ ଟ୍ରାଏଙ୍ଗଲ ତଥା ପୁରୀ-ଭୁବନେଶ୍ୱର-କୋଣାର୍କ ସର୍କିଟ୍‌ ସର୍ବାଧିକ କ୍ଷତିଗସ୍ତ ହୋଇଥିବା ବେଳେ ଅମ୍ଫନ ରାଜ୍ୟ ପରିବେଶ ପର୍ଯ୍ୟଟନର ମେରୁଦଣ୍ଡ ଦୋହଲାଇ ଦେବ ବୋଲି ଆଶଙ୍କା କରାଯାଉଛି।
ପ୍ରଥମେ ଫନୀ, ତା’ପରେ କରୋନା ଆଉ ଏବେ ଅମ୍ଫନ। ରାଜ୍ୟ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକିବାକୁ ଯେତେ ସଂଘର୍ଷ କଲେ ମଧ୍ୟ ପ୍ରାକୃତିକ ବିପତ୍ତି ଏହାକୁ ଦୋହଲାଇ ଦେଉଛି। ଗତବର୍ଷ ବାତ୍ୟା ପୁରୀ, ଖୋର୍ଦ୍ଧା ଓ କଟକର ପର୍ଯ୍ୟଟନସ୍ଥଳୀକୁ ଛାରଖାର କରିଥିଲା। ୩ଟି ଯାକ ସହରରେ ଏକ ହଜାରରୁ ଊର୍ଦ୍ଧ୍ୱ ହୋଟେଲ ଫନୀରେ ଧ୍ୱଂସବିଧ୍ୱସ୍ତ ହୋଇଥିବା ବେଳେ କେବଳ ୫୦୦ କୋଟି ଟଙ୍କାର ଭିତ୍ତିଭୂମି ଏବଂ ୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟିକ କ୍ଷତି ଘଟିଥିଲା। ଏହାକୁ ବର୍ଷେ ପୂରୁଣୁ ଆଉଏକ ବାତ୍ୟା ଓଡ଼ିଶାର ଉତ୍ତର ଉପକୂଳ ପାଇଁ ଆଶଙ୍କା ସୃଷ୍ଟି କରିଛି। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ଅମ୍ଫନ ସର୍ବାଧିକ କ୍ଷତି ଘଟାଇବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏଠାରେ ରାଜ୍ୟର ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀ ରହିଛି। ବାଲେଶ୍ୱର ଜିଲାରେ ଚାନ୍ଦିପୁର ବେଳାଭୂମି ସହ ତାଳସାରୀ-ଉଦୟପୁର ବିଚ୍‌, ବିଚିତ୍ରପୁର ହେନ୍ତାଳ ବନ ଓ କୁଲ୍‌ଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ରହିଛି। ବିଚିତ୍ରପୁର ହେନ୍ତାଳ ବନରେ ବିଚିତ୍ରପୁର ନେଚର କ୍ୟାମ୍ପ୍‌ ରହିଥିବାବେଳେ ଚାନ୍ଦିପୁର ଓ ତାଳସାରୀ ବିଚ୍‌ ଏହାର ସ୍ବତନ୍ତ୍ରତା ପାଇଁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନରେ ରହିଛି। ବାତ୍ୟାର ପ୍ରଭାବରେ ଏହି ସ୍ଥାନରେ ବିପୁଳ ଭିତ୍ତିଭୂମି କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରାଯାଇଛି। ସେହିଭଳି କୁଲ୍‌ଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ଓ ପରିବେଶ ପର୍ଯ୍ୟଟନସ୍ଥଳୀ ମଧ୍ୟ କ୍ଷତିଗସ୍ତ ହେବା ସମ୍ଭାବନା ରହିଛି। କୁଲ୍‌ଡିହା, ତେଣ୍ଡା ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲ ଏହି ଅଭୟାରଣ୍ୟ ଅଧୀନରେ ଆସୁଥିବା ବେଳେ ଏଠାରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ରିଷିଆ ନେଚର କ୍ୟାମ୍ପ୍‌ ରହିଛି। ଯଦି ପବନର ବେଗ ଅଧିକ ରୁହେ ତା’ହେଲେ ପୁରୀକୁ ଫନୀ ଉଜାଡ଼ିଲା ଭଳି ଏହି ସ୍ଥାନକୁ ମଧ୍ୟ ଧ୍ୱଂସବିଧ୍ୱସ୍ତ କରିଦେବ। ସେହିଭଳି ଭଦ୍ରକ ଜିଲାର ଧାମରା, ଜଗତ୍‌ସିଂହପୁରର ସିଆଳି ବିଚ୍‌, ପ୍ରାକୃତିକ ସବୁଜିମାରେ ପରିପୂର୍ଣ୍ଣ ଷଣ୍ଢକୁଦ ମଧ୍ୟ ଅମ୍ଫନ ଦ୍ୱାରା ପ୍ରଭାବିତ ହେବାନେଇ ଆଶଙ୍କା କରାଯାଉଛି।
ଭିତରକନିକା ପ୍ରତି ବିପଦ
ଗତ ଫନୀରେ କେନ୍ଦ୍ରାପଡ଼ା ଜିଲାରେ ଥିବା ରାଜ୍ୟର ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀ ଭିତରକନିକା ଜାତୀୟ ଉଦ୍ୟାନ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ୧୦ଫୁଟ ଉଚ୍ଚରେ ଜୁଆର ଆସିବା ଯୋଗୁ ଏହାମଧ୍ୟରେ ଥିବା ୪ଟି ଗେଷ୍ଟ୍‌ ହାଉସ୍‌ ଏବଂ ଇକୋ-ଟୁରିଜିମ୍‌ କମ୍ପ୍ଲେକ୍ସ ଭାଙ୍ଗିରୁଜି ଯାଇଥିଲା। ବାର୍‌ହା, ବଣଭୂଆ, ହେଟାବାଘ, ଶମ୍ବର, ଗୋଧି ଭଳି ବହୁ ବିରଳ ଜୀବଜନ୍ତୁଙ୍କ ଘର ସାଜିଥିବା ଏହି ଉଦ୍ୟାନର ସବୁଜ ବନାନୀ ଧ୍ୱଂସବିଧ୍ୱସ୍ତ ହୋଇଯାଇଥିଲା। ବର୍ଷେ ମଧ୍ୟରେ ତାହା ଧୀରେ ଧୀରେ ଠିକ୍‌ ହୋଇଆସୁଥିବା ବାତ୍ୟା ଅମ୍ଫନ ପୁଣିଥରେ ସବୁକିଛି ଧ୍ୱଂସ କରିଦେବ ବୋଲି ଆଶଙ୍କା କରାଯାଉଛି। ଭିତରକନିକା ନେଚର କ୍ୟାମ୍ପ୍‌ ସହ କେନ୍ଦ୍ରାପଡ଼ାଠାରୁ ମାତ୍ର ୨୫ କି.ମି. ଦୂରରେ ଥିବା ସିଧାମୂଳା ନେଚର କ୍ୟାମ୍ପ୍‌ ଏବଂ ଗହୀରମଥା କଇଁଛ ଅଭୟାରଣ୍ୟ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହା ଅମ୍ଫନ ମାଡ଼ରେ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri