Posted inରାଜ୍ୟ

ଫନୀ ଘରଭଙ୍ଗା କ୍ଷୟକ୍ଷତି ଆକଳନ: ତାଲିକା ପ୍ରସ୍ତୁତିରେ ତ୍ରୁଟି, ଦୁର୍ନୀତି ଅଭିଯୋଗ

କୃଷ୍ଣପ୍ରସାଦ,୨୭ା୬(ଡି.ଏନ୍‌.ଏ.): ଫନୀ ବାତ୍ୟା ଦ୍ୱାରା ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଅନେକ କ୍ଷୟକ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ଘରଭଙ୍ଗା ସହାୟତା ରାଶିକୁ ସ୍ବଚ୍ଛ ଏବଂ ସର୍ବ ଜନଗୋଚର କରିବା ନିମନ୍ତେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ତାଲିକା ଝୁଲାଇ ଦିଆଯାଇଛି। ତେବେ ଏହି ତାଲିକା ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛାତ ଘର ଥିବା ପରିବାରକୁ ସହାୟତା ରାଶି ପ୍ରଦାନ କରିବା ନିୟମ ନ ଥିବା ବେଳେ ସେମାନଙ୍କ ନାମ ଉକ୍ତ ତାଲିକାରେ ଉଲ୍ଲେଖ ରହିଛି। ଏହାବ୍ୟତୀତ ଯେଉଁ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ଗୃହ ଭାଙ୍ଗିଯାଇଛି ସେମାନଙ୍କ ନାମ ଆଂଶିକ ଘରଭଙ୍ଗା ତାଲିକାରେ ରହିଛି। ଆଂଶିକ ଗୃହ ଭାଙ୍ଗିଥିବା ପରିବାରର ସମ୍ପୂର୍ଣ୍ଣ ଘରଭଙ୍ଗା ସହାୟତା ରାଶି ପ୍ରାପ୍ତ ତାଲିକାରେ ନାମ ରହିଛି। ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏହି ତାଲିକାରେ ଏଭଳି ବିପରୀତ ଓ ତ୍ରୁଟିପୂର୍ଣ୍ଣ ଭାବେ ସହାୟତା ରାଶି ପ୍ରଦାନ ଆଦି ସୂଚନାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମାଲୁଦ କରଣ ସାହିର କୌଣସି ହିତାଧିକାରୀଙ୍କ ନାମ ମଧ୍ୟ ତାଲିକାରେ ନ ଥିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଯେଉଁ କର୍ମଚାରୀମାନେ କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରିଛନ୍ତି ସେମାନେ ଲାଞ୍ଚ ନେଇ ଜାଣିଶୁଣି ଏଭଳି ତ୍ରୁଟି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଇପିଙ୍ଗ ଗ୍ରାମର ପୁରୁଷୋତ୍ତମ କରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଆଂଶିକ ଘରଭଙ୍ଗା ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ଉଲ୍ଲେଖ କରି ତାଙ୍କୁ ମାତ୍ର ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଭଳି ପ୍ରଶାସନିକ ତ୍ରୁଟି ଯୋଗୁ ପୁରୁଷୋତ୍ତମ ମୁଣ୍ଡରେ ହାତ ଦେଇ ବସିଛନ୍ତି। କୌଣସି ହିତାଧିକାରୀଙ୍କ ନାମ ପ୍ରକାଶ କରି ନ ଥିଲେ ମଧ୍ୟ ଆଂଶିକ ଘର ଭାଙ୍ଗିଥିବା ଅନ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ମିଳିଥିବା ସେ କହିଛନ୍ତି।
ଏଭଳି ତ୍ରୁଟିପୂର୍ଣ୍ଣ ତାଲିକା ରଦ୍ଦ ସହ ସ୍ବଚ୍ଛତାପୂର୍ବକ ତଦନ୍ତ କରି ସହାୟତା ରାଶି ପ୍ରଦାନ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଯେଉଁ କର୍ମଚାରୀମାନେ ଲାଞ୍ଚ ନେଇ ଜାଣିଶୁଣି ହିତାଧିକାରୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚତ୍ତ କରିଛନ୍ତି ଓ ସହାୟତା ରାଶି ହରିଲୁଟ୍‌ କରିଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଭିନ୍ନ ମହଲରେ ଦାବି ହୋଇଛି।
କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝିଙ୍କୁ ଏ ନେଇ ପଚାରିବାରୁ ସେ କହିଥିଲେ, ଆମେ ସ୍ବଚ୍ଛତା ଆଣିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ନାମ ତାଲିକା ଝୁଲାଇଦେଇଛୁ। ଯଦି ତ୍ରୁଟିଯୁକ୍ତ ଭାବେ ଏଥିରୁ କିଛି ହିତାଧିକାରୀଙ୍କ ନାମ ବାଦ ପଡ଼ିଛି କିମ୍ବା ଉଲ୍ଲେଖ ରହିଛି ତେବେ ଏଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri