Categories: ଜାତୀୟ

ଫଡ୍‌ନବିସଙ୍କ ଘରେ ପହଞ୍ଚିଲେ ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ରାଜନୀତିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଏବେ ସେଠାରେ ସମସ୍ତେ ଚଳଚଞ୍ଚଳ। ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କୋର୍ଟ ଭାଜପାକୁ ୩୦ ଘଣ୍ଟା ସମୟ ଦେଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଘରେ ପହଞ୍ଚିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର। ଏପଟେ ସୋମବାର ରାତିରୁ ଅଜିତଙ୍କ ଦେଖା ନ ଥିବା ଖବର ମିଛ ଥିଲା ବୋଲି କୁହାଯାଉଛି। ଅନ୍ୟପଟେ ନିଜ ପାଖରେ ଭାଜପା ଅପେକ୍ଷା ଅଧିକ ବିଧାୟକ ଥିବା ଦାବି କରିଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ୩୦ ଘଣ୍ଟା କ’ଣ ଆମେ ୩୦ ମିନିଟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବୁ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବୁଧବାର ୫ଟା ସୁଦ୍ଧା ଭାଜପାକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share