Posted inଫୁରସତ

ଫଟୋ ସତ ଲାଗେ ମିଛ

ଫଟୋଗ୍ରାଫି ଏକ କଳା। ଏହା ଦ୍ୱାରା ସାମାନ୍ୟ ବି ଅସାମାନ୍ୟ ଲାଗିପାରେ। ଏକ ଭ୍ରମର ଦୁନିଆ ତିଆରି କରିପାରେ। ସେମିତି କିଛି ଫଟୋ ଆମେ ଦେଉଛୁ, ଯାହା ବାସ୍ତବ ହେଲେ ବି ଅବାସ୍ତବ ଲାଗେ। ଜାଣନ୍ତୁ ସେ ସମ୍ପର୍କରେ…


ମୁଣ୍ଡ ନ ଥିବା ହକି ଖେଳାଳି- ଲାଗୁଥାଇପାରେ ନରଓ୍ବେର ଏହି ହକି ଖେଳାଳିଙ୍କୁ ଅଦୃଶ୍ୟ ହେବାର କଳା ଜଣା। ଅବା ଫଟୋକୁ ଫଟୋଶପ୍‌ରେ ଏଡିଟ୍‌ କରାଯାଇଛି। ନଚେତ୍‌ ହେଲମେଟ୍‌ ଥାଇ ମୁଣ୍ଡ ଗଲା କୁଆଡେ? ତେବେ ନା ସେହି ଖେଳାଳିଙ୍କୁ କୌଣସି ଯାଦୁ ଜଣା ନା ଫଟୋକୁ ଫଟୋଶପ୍‌ରେ ଏଡିଟ୍‌ କରାଯାଇଛି। ବରଂ ଠିକ୍‌ ସମୟରେ କ୍ଲିକ୍‌ ହୋଇଛି। ଅର୍ଥାତ୍‌ ତାଙ୍କ ମୁଣ୍ଡରୁ ହେଲମେଟ୍‌ ବାହାରି ଅନ୍ୟ ଖେଳାଳିଙ୍କ ବାହୁରେ ରହିବା ସମୟ ଅନ୍ତରାଳେ ଉକ୍ତ ଫଟୋ ଉଠାଯାଇଛି।

ରଙ୍ଗିନ ଜଳପ୍ରପାତ- ଫଟୋଗ୍ରାଫର୍‌ ସିନ୍‌ ଲେଞ୍ଜ ଓ କ୍ରିଷ୍ଟୋଫର୍‌ ଆଡିଲ୍ଡଗାର୍ଡ ଗ୍ଲୋ ଷ୍ଟିକ୍‌, ବିଭିନ୍ନ ହେଡ୍‌ ଲ୍ୟାମ୍ପ, ରୋଡ୍‌ ଫ୍ଲେର୍‌ ଏବଂ ଚନ୍ଦ୍ରର ଆଲୋକ ବ୍ୟବହାର କରି ଏହି ରଙ୍ଗିନ ଜଳପ୍ରପାତର ଭ୍ରମ ସୃଷ୍ଟି କରି ଫଟୋଶୁଟ୍‌ କରିଛନ୍ତି। କାଲିଫର୍ନିଆର ବିଭିନ୍ନ ଜଳପ୍ରପାତର ଫଟୋ ସେ ଏହିଭଳି ଶୁଟ୍‌ କରିଛନ୍ତି, ଯାହାକି ଫଟୋଶପ୍‌ ହେଲାଭଳି ଲାଗିଥାଏ।

ଖୁସିରେ ଡେଉଁଥିବା ଓ୍ବେଟ୍‌ଲିଫ୍ଟର୍‌- କଲମ୍ବିଆର ଓ୍ବେଟଲିଫ୍ଟର୍‌ ଲେସ୍ମାନ୍‌ ପାରଡେସ୍‌, ୨୦୧୫ ଜୁନିୟର ଓ୍ବେଟ୍‌ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ସେ ୧୯୦ କି.ଗ୍ରା. ଓଜନ ସଫଳତାର ସହ ଉଠାଇ ସାରିବା ପରେ ତାଙ୍କ ହାତରେ ଥିବା ଭାରକୁ ତଳକୁ ପକାଇ ବହୁତ ଖୁସି ହୋଇ ଡେଇଁଥିଲେ। ଉକ୍ତ ଭାର ବା ଓଜନଟି ବି ଉପରକୁ ଉଠିଥିଲା। ଠିକ୍‌ ସମୟରେ କ୍ଲିକ୍‌ କରାଯାଇଥିବାରୁ ଉଭୟ ଲେସ୍ମାନ୍‌ ଓ ଭାର ଏକାସଙ୍ଗରେ ଡେଇଁଲା ଭଳି ଫଟୋ ଉଠିଥିଲା।

ରାସ୍ତାରେ ରେଖାଚିତ୍ରର କାର୍‌- ଫଟୋଟି ଦେଖିଲେ ଲାଗିବ ସତେ ଯେମିତି ଫଟୋଶପ୍‌୍‌ରେ ଏଡିଟ୍‌ କରି କେହି ଏକ ରେଖାଚିତ୍ରର କାର୍‌କୁ ରାସ୍ତାରେ ରଖିଦେଇଛନ୍ତି। କିନ୍ତୁ ଏହା କୌଣସି ରେଖାଚିତ୍ର ନୁହେଁ ବରଂ ଏହା ତାରରେ ନିର୍ମିତ ଟୟୋଟା କରୋଲା କାର୍‌ର ଏକ ଲାଇଫ୍‌ ସାଇଜ୍‌ର ପ୍ରତିକୃତି। ଯାହାକୁ ଡିଜାଇନ୍‌ କରିଛନ୍ତି ବେନେଡିକ୍ଟ ରାଡକ୍ଲିଫ୍‌।

ଚାଇନା ଆର୍ମି ପରେଡ- ଚାଇନା ସେନାବାହିନୀଙ୍କର ଏହି ପରେଡ୍‌ ଫଟୋ ଦେଖିଲେ ଲାଗିପାରେ ମାତ୍ର ୩-୪ଜଣ ସୈନିକଙ୍କ ଫଟୋକୁ ଫଟୋଶପ୍‌କରି ଶହ ଶହ କରାଯାଇଛି। କିନ୍ତୁ ନିକଟରୁ ଦେଖିଲେ ଜାଣିପାରିବେ ଚାଇନା ଆର୍ମି ନିଖୁଣ ଭାବେ ସମତାଳରେ ପରେଡ କରୁଛନ୍ତି ।

ବାଦଲ ଆଇସ୍‌କ୍ରିମ୍‌- କୁନି ଝିଅଟି ବାଦଲକୁ ଆଇସ୍‌କ୍ରିମ ଭାବେ ଖାଉଥିବାର ଏହି ଫଟୋଟି ମଧ୍ୟ ଫଟୋଶପ୍‌ କଲାଭଳି ଲାଗେ। କିନ୍ତୁ ଏହା ହେଉଛି ପରଫେକ୍ଟ ଆଙ୍ଗେଲ ଓ ପରଫେକ୍ଟ ଟାଇମିଂରେ ଉଠାଯାଇଥିବା ଏକ ଚମତ୍କାର ଫଟୋ।

ଭାସମାନ ଓଲଟା ବାଲକୋନିରେ ଠିଆ ଫଟୋ-ଫିଲିପ୍‌ ରାମେଟ୍‌ ହେଉଛନ୍ତି ଫ୍ରାନ୍ସର ଜଣେ କଳାକାର ଓ ଫଟୋଗ୍ରାଫର୍‌। ସେ ତାଙ୍କର ଗ୍ରାଭିଟି ଡିଫାଇଂ ଫଟୋ ପାଇଁ ପରିଚିତ। ଉକ୍ତ ଫଟୋଶୁଟ୍‌ କରିବା ପାଇଁ ଓଲଟା ଥିବା ଚଟାଣରେ ନିଜ ଗୋଡକୁ ଫିକ୍ସ କରି ବାଲକୋନିରେ ସିଧା ହୋଇ ଠିଆ ହେବା ଲାଗି ରେଲିଂକୁ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri