ଫକୀରପୁର ଯୁବକଙ୍କ ମୃତ୍ୟୁ ଘଟଣା : ଧୀରେ ଧୀରେ ଖୋଲୁଛି ରହସ୍ୟ

ଆନନ୍ଦପୁର,୨୪।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗ୍ରାମରେ ଗତ ୧୬ ତାରିଖ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମୃତକ ହେଉଛନ୍ତି ଫକୀରପୁର ଗ୍ରାମର କାଶୀନାଥ ଦାଶଙ୍କ ପୁଅ ମଣ୍ଟୁଣି ଦାଶ ଓରଫ ଦୀପକ ରଞ୍ଜନ ଦାଶ(୩୫)। ଏହି ଘଟଣାରେ ମଣ୍ଟୁଣିଙ୍କ ବାପା କାଶୀନାଥ ପୁଅକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସ୍‌ ନଂ ୧୨୯/୧୯ରେ ଘଟଣାର ତଦନ୍ତକାରୀ ଅଧିକାରୀ ଏସଆଇ ଦିଲେଶ୍ୱର ରାଉତ ଭଦ୍ରକ ଥାନା ତଦନ୍ତରେ ଯାଇ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହିତ ଆବଶ୍ୟକ ତଥ୍ୟ ହାସଲ କରିଛନ୍ତି। ଭଦ୍ରକ ପୋଲିସ ଦ୍ୱାରା ମଣ୍ଟୁଣିଙ୍କ ଉପରେ ହୋଇଥିବା ମାଡ଼ ଘଟଣାକୁ ଖଣ୍ଡନ କରିଛି ଆନନ୍ଦପୁର ପୋଲିସ। ପୋଲିସ ତଦନ୍ତ ପ୍ରକ୍ରିୟାର ଅଗ୍ରଗତି ଅନୁସାରେ ମୃତ ମଣ୍ଟୁଣିଙ୍କ ପରିବାର କରିଥିବା ହତ୍ୟା ଅଭିଯୋଗକୁ ପୋଲିସ ପରୋକ୍ଷରେ ଅସ୍ବୀକାର କରିଛି। ଅଧିକ ତଦନ୍ତ ଚାଲୁ ରହିଥିବା ଆନନ୍ଦପୁର ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସୂଚନା ଦେଇଥିବାବେଳେ ଅତ୍ୟଧିକ ମଦ୍ୟପାନ କିମ୍ବା ଆତ୍ମହତ୍ୟା ଅନ୍ୟ କାରଣ ହୋଇପାରେ ବୋଲି କହିଛନ୍ତି। ତେବେ ମୃତ ମଣ୍ଟୁଣିଙ୍କ ଗ୍ରାମ ଫକୀରପୁରରେ ସ୍ଥାନୀୟ ଲୋକେ ବଡ଼ ଶ୍ୱଶୁର ପୂର୍ଣ୍ଣଚନ୍ଦ୍ର ପତିଙ୍କୁ କାନଧରି ଆଣ୍ଠେଇ ଦେବା ଓ ମାଡ଼ମାରିବା ଭିଡିଓ ଭାଇରାଲ ହୋଇଥିଲେ ବି ଏନେଇ କୌଣସି ଅଭିଯୋଗ ହୋଇ ନ ଥିବା ଥାନାଧିକାରୀ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri