Categories: ବାଣିଜ୍ୟ

ପ୍ଲେ ଷ୍ଟୋରରୁ ହଟିଲା ୩୦ ଚାଇନା ଆପ୍‌

ନୂଆଦିଲ୍ଲୀ,୨୦।୬: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୩୦ ଚାଇନା ଭିତ୍ତିକ ମୋବାଇଲ ଆପ୍ଲିକେଶନକୁ ହଟାଇ ଦେଇଛି। ଏହି ଆପ୍ଲିକେଶନଗୁଡିକୁ ୨ କୋଟି ଥର ଡାଉନଲୋଡ କରାଯାଇଥିବା ଜଣାପଡିଛି। ମାଲଓ୍ବେର ଏବଂ ୟୁଜରଙ୍କ ସୂଚନା ବେଆଇନ ଭାବେ ବ୍ୟବହାର ଅଭିଯୋଗ ଆସିବାରୁ ଆପ୍ଲିକେଶନଗୁଡିକୁ ହଟାଯାଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହି ଆପ୍ଲିକେଶନଗୁଡିକ ଫୋନରୁ ଅନ୍‌ଇନଷ୍ଟାଲ କରିବା ଲାଗି ୟୁଜରଙ୍କୁ କୁହାଯାଇଛି। ଆପ୍ଲିକେଶନଗୁଡିକରେ ଅବାଞ୍ଛିତ ବିଜ୍ଞାପନ, ଥରେ ଡାଉନଲୋଡ କରିବା ପରେ ବିଭିନ୍ନ ସମସ୍ୟା ସହ ବିଭିନ୍ନ ନିରାପତ୍ତା ସମସ୍ୟା ରହିଥିବା ସୂଚନା ରହିଛି। ଏହି ଆପ୍ଲିକେଶନଗୁଡିକ ମଧ୍ୟରେ ୟୁରିକୋ କ୍ୟାମେରା, ସୋଲୁ କ୍ୟାମେରା, ଲାଇଟ ବ୍ୟୁଟି କ୍ୟାମେରା, ବ୍ୟୁଟି କୋଲାଜ ଲାଇଟ, ଫଟୋ କୋଲାଜ ଆଣ୍ଡ ବ୍ୟୁଟି କ୍ୟାମେରା ଭଳି ଅନ୍ୟ ଆପ୍ଲିକେଶନ ରହିଛି।

Share