ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ଏଥିରେ ଅନ୍ୟ ୬ ଜଣ ଥିଲେ। ସେ ବାରାମତିରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ।
ଜିଲା ପରିଷଦ ଏବଂ ପଞ୍ଚାୟତ ସମିତି ସାଧାରଣ ନିର୍ବାଚନ ପାଇଁ ତାଙ୍କ ପ୍ରଚାରର ଅଂଶ ସ୍ବରୂପ ଉପ-ମୁଖ୍ୟମନ୍ତ୍ରୀ ବୁଧବାର ବାରାମତୀ ତାଲୁକାରେ ବିଭିନ୍ନ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା।
ଅଜିତ ପାୱାର ମହାରାଷ୍ଟ୍ରର ଜଣେ ପ୍ରମୁଖ ରାଜନେତା। ତାଙ୍କର ପୂର୍ଣ୍ଣ ନାମ ଅଜିତ ଅନନ୍ତରାଓ ପାୱାର ଏବଂ ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜଣେ ବରିଷ୍ଠ ନେତା। ସେ ପ୍ରବୀଣ ନେତା ଶରଦ ପାୱାରଙ୍କ ଭଣଜା। ଅଜିତ ଅନେକ ଥର ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ରହିସାରିଛନ୍ତି ଏବଂ ଜଳସମ୍ପଦ ଏବଂ ଶକ୍ତି ସମେତ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି। ସେ ଅନେକ ଥର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କର ଗତିଶୀଳ କାର୍ଯ୍ୟ ନୀତି ପାଇଁ ଜଣାଶୁଣା।
Dharitri – Odisha’s No.1 Odia Daily

