Categories: ଜାତୀୟ

ପ୍ଲାଷ୍ଟିକ ବୋତଲର ସ୍ଥାନ ନେବ ବାଉଁଶ ପାଣି ବୋତଲ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୧।୧୦: ଅକ୍ଟୋବର ୨ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଖଦି ଗ୍ରାମୋଦ୍ୟୋଗ ଆୟୋଗ ବାଉଁଶର ପାଣି ବୋତଲ ନିର୍ମାଣ କରିଛନ୍ତି। ଏହା ପ୍ଲାଷ୍ଟିକ୍‌ ବୋତଲର ସ୍ଥାନ ନେବ ବୋଲି ଜଣାପଡିଛି। କେନ୍ଦ୍ର ଏମଏସଏମଇ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଏକ କାର୍ଯ୍ୟକ୍ରମରେ ଏହି ବୋତଲ ଲଞ୍ଚ୍‌ କରିଛନ୍ତି। ଏହି ବାଉଁଶ ବୋତଲରେ ୭୫୦ ଏମଏଲର ପାଣି ରହିପାରିବ। ଏହାର ଦାମ୍‌ ୩୦୦ଟଙ୍କାରୁ ଆରମ୍ଭ ହୋଇଛି। ଏହି ବୋତଲ ପରିବେଶ ପାଇଁ ବେଶ୍‌ ଅନୁକୂଳ ହୋଇଥିଲାବେଳେ ଏହା ଅନେକ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ପୂର୍ବରୁ ପ୍ଲାଷ୍ଟିକ ଗ୍ଲାସ୍‌ ପରିବର୍ତ୍ତେ ମାଟି ନିର୍ମିତ ଗ୍ଲାସ ବ୍ୟବହାର କରିବାକୁ ଲୋକଙ୍କୁ ସଚେତନ କରାଯାଉଛି।

Share