ପ୍ଲାଷ୍ଟିକ ଆବର୍ଜନା ପରିଚାଳନା:ସର୍ବଭାରତୀୟ ସ୍ତରରେ ପୁରୀ ପୁରସ୍କୃତ

ପୁରୀ ଅଫିସ,୧୩ା୧: ପୁରୀକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ ବିଚ୍‌’ ହେଉ ଅବା ‘ମୋ ପୁରୀ ସ୍ବଚ୍ଛ ପୁରୀ’ ଭଳି କାର୍ଯ୍ୟକ୍ରମ ପାଇଁ ଧୀରେ ଧୀରେ ଜାତୀୟସ୍ତରରେ ସଫଳତା ସାଉଣ୍ଟୁଛି ପୁରୀ। ନିକଟରେ ଭାରତର ଦ୍ୱିତୀୟ ସ୍ବଚ୍ଛ ବେଳାଭୂମି ମାନ୍ୟତା ପାଇଥିବା ପୁରୀ ପୁଣି ସ୍ବଚ୍ଛତା ପାଇଁ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ବାହ୍ୟ ମଳମୁକ୍ତ ସମ୍ପର୍କିତ କର୍ମଶାଳାରେ ରବିବାର ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କ୍ଷେତ୍ରରେ ପୁରୀ ପୁରସ୍କୃତ ହୋଇଛି।
ନୂଆଦିଲ୍ଲୀର ହୋଟେଲ ପ୍ରାଇଡ ପ୍ଲାଜା ଏରୋ ସିଟିରେ ବାହ୍ୟ ମଳମୁକ୍ତ ସମ୍ପର୍କିତ ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କ୍ଷେତ୍ରରେ ପୁରୀ ଜିଲା ପକ୍ଷରୁ ଯେଉଁ ସନ୍ଦର୍ଭ ଉପସ୍ଥାପନ କରାଯାଇଥିଲା ତାହା ବେଶ୍‌ ଆଦୃତି ଲାଭ କରିଥିଲା। ଏଥିପାଇଁ ପୁରୀକୁ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ (ଜଳ ସମ୍ପଦ ମନ୍ତ୍ରଣାଳୟ) ଏବଂ ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ପକ୍ଷରୁ ପୁରସ୍କୃତ କରାଯାଇଛି। କର୍ମଶାଳାରେ ଅତିଥି ଭାବେ ଯୋଗଦେଇଥିବା ବଲିଉଡ୍‌ ଅଭିନେତା ଅମୀର ଖାନ୍‌ଙ୍କଠାରୁ ପୁରୀ ପୌରସଂସ୍ଥାର ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ପୁରସ୍କାର ଗ୍ରହଣ କରିଛନ୍ତି। କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ସ୍ବାଇଁ ପ୍ଲାଷ୍ଟିକ ଆବର୍ଜନା ପରିଚାଳନା ନେଇ ଜିଲା ପ୍ରଶାସନ ଯେଉଁ ପଦକ୍ଷେପ ଗ୍ରହଣ କରିିଛି ତାହା ଉପସ୍ଥାପନ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଏହି ସନ୍ଦର୍ଭକୁ ପଞ୍ଚାୟତିରାଜ ବିଭାଗ ଅନୁମୋଦନ କରି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲା। ପ୍ଲାଷ୍ଟିକ ଆବର୍ଜନା ପରିଚାଳନା କ୍ଷେତ୍ରରେ ଏହା ସର୍ବୋକୃଷ୍ଟ ବୋଲି ବିବେଚିତ ହେବା ସହ ଏହାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।
ଗତ ଗାନ୍ଧୀଜୟନ୍ତୀଠାରୁ ପୁରୀକୁ ଶତ ପ୍ରତିଶତ ପ୍ଲାଷ୍ଟିକମୁକ୍ତ କରିବା ଲାଗି ଜିଲାପାଳ ବଲୱନ୍ତ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମୋ ବିଚ୍‌ କାର୍ଯ୍ୟକ୍ରମରେ ବେଳାଭୂମି ସଫେଇ କରାଯାଉଛି। ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସ୍କୁଲ ଛାତ୍ରୀଛାତ୍ର, ବୁଦ୍ଧିଜୀବୀ ସମସ୍ତେ ସାମିଲ ହେଉଛନ୍ତି। ସେହିପରି ସହରକୁ ସ୍ବଚ୍ଛ ରଖିବା ଲାଗି ଆରମ୍ଭ ହୋଇଛି ମୋ ପୁରୀ ସ୍ବଚ୍ଛ ପୁରୀ କାର୍ଯ୍ୟକ୍ରମ। ସହରର ପ୍ରତ୍ୟେକ ୱାର୍ଡରେ ବୁଲୁଛି ସ୍ବଚ୍ଛ ସବାରି ଗାଡ଼ିି। ଏହି ଗାଡ଼ିି ମାଧ୍ୟମରେ ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରାଯାଉଛି। ରାସ୍ତାଘାଟରେ ଯେପରି ଅଳିଆ ଆବର୍ଜନା ନ ପଡ଼ିବ ସେଥିଲାଗି ପଦକ୍ଷେପ ନିଆଯାଇଥିବାବେଳେ ଜରିମାନା ବ୍ୟବସ୍ଥା ବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri