Posted inଫୁରସତ

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଜୋର୍‌ଦାର ପ୍ରୟାସ ବି ଚଳାଇଛନ୍ତି। ଏହି ଅଭିଯାନରେ ସାମିଲ ହୋଇଛି ଉତ୍ତର ଲେବାନନ୍‌। ପ୍ଲାଷ୍ଟିକ୍‌ ବନ୍ଦ କରିବାକୁ ଏହି ଦେଶ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏଠାରେ ୧ ଲକ୍ଷ ୨୦ ହଜାର ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରାଯାଇ ୨୮.୫ ମିଟର ଲମ୍ବର ଏକ କ୍ରିସ୍‌ମାସ ଟ୍ରି’ ତିଆରି କରାଯାଇଛି। ଏହାକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ଦେବାକୁ ଚେଷ୍ଟା ଜାରିରହିଛି।


ଉତ୍ତର ଲେବାନନ୍‌ର ଚେକ୍କା ଗାଁରେ ଏପରି ଏକ ଭିନ୍ନ କ୍ରିସ୍‌ମାସ ଟ୍ରି’ ଦେଖିବାକୁ ମିଳିଛି। ଏହାକୁ ସମସ୍ତ ଗ୍ରାମବାସୀ ମିଶି ତିଆରି କରିଛନ୍ତି। ଗ୍ରାମବାସୀ କୁହନ୍ତି, ଏହା ବିଶ୍ୱର ସବୁଠାରୁ ବଡ଼ କ୍ରିସ୍‌ମାସ ଟ୍ରି’, ଯାହା ଖୁବ୍‌ଶୀଘ୍ର ଗିନିଜ୍‌ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି। ଏହାର ମୁଖ୍ୟ କ୍ୟାରୋଲିନ୍‌ ଛେବିଟିନି କୁହନ୍ତି, ଏହି ଟ୍ରି ବିଶ୍ୱର ସମସ୍ତ ଲୋକଙ୍କୁ ପ୍ରଦୂଷଣରୁ ସୁରକ୍ଷିତ ରଖିବା ପାଇଁ ବାର୍ତ୍ତା ଦେବ। ଟ୍ରି’ଟିକୁ ତିଆରି କରିବା ପାଇଁ ୬ ମାସ ସମୟ ଲାଗିଛି। ଗ୍ରାମବାସୀ ସୋସିଆଲ ମିଡିଆ ମାଧ୍ୟମରେ ବୋତଲ ସଂଗ୍ରହ କରିବାକୁ ନିବେଦନ କରିଥିଲେ। ଲୋକେ ମଧ୍ୟ ଧୀରେ ଧୀରେ ଏଥିରେ ସହଯୋଗ କରିଥିଲେ। ଯେଉଁଥିପାଇଁ ଏହା ସମ୍ଭବ ହୋଇପାରିଛି। କ୍ୟାରୋଲିନ୍‌ କୁହନ୍ତି, ଏହି ଟ୍ରି’କୁ ଲୋକଙ୍କ ଦେଖିବା ଲାଗି ଦେଢ଼ ମାସ ରଖାଯିବ। ଏହା ପରେ ବୋତଲର ରିସାଇକ୍ଲିଂ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri