Posted inଜାତୀୟ

ଭାଜପାର ମିଶନ ୬୫ ଫେଲ୍‌: ବାଟରେ କଣ୍ଟା ସାଜିଲା ୫ କାରଣ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍‌ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ଭାଜପାର ବିଜୟ ପଥରେ ୫ଟି କାରଣ କଣ୍ଟା ସାଜିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରଘୁବର ଦାସଙ୍କ ଅଣ ଆଦିବାସୀ ଚେହେରାକୁ ଲୋକେ ପସନ୍ଦ କରି ନ ଥିଲେ। ସ୍ଥାନୀୟ ଜନଜାତି ସମ୍ପ୍ରଦାୟଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ଘଟଣା ଏବଂ ୨୦୧୮ ନଭେମ୍ବର ୧୫ରେ ପାରାଶିକ୍ଷକଙ୍କ ଉପରେ ଲାଠି ଚାଳନା ଭଳି ଘଟଣା ଭୋଟରଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେହିପରି ଭାଜପା ସରକାର ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ନ ଦେଇ ଜାତୀୟ ଉପଲବ୍ଧି ସମ୍ପର୍କରେ ନିର୍ବାଚନ ପ୍ରଚାରରେ କହିଥିଲେ। ଗତ ୫ ବର୍ଷ ମଧ୍ୟରେ ରଘୁବର ଦାସ ସରକାରଙ୍କ ପକ୍ଷରୁ କୌଣସି ନିଯୁକ୍ତି ବିଜ୍ଞାପନ ବାହାରି ନ ଥିଲା। ଏହା ଯୁବବର୍ଗଙ୍କ ମଧ୍ୟରେ ହତାସ ଭାବ ସୃଷ୍ଟି କରିଥିଲା। ଏହାର ନକାରାତ୍ମକ ପ୍ରଭାବ ନିର୍ବାଚନ ଉପରେ ପଡ଼ିଥିଲା। ରଘୁବର ଦାସ ସରକାରଙ୍କ ସହିତ ୫ ବର୍ଷ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ମିଳିତ ହୋଇଥିବାବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମୟରେ ଅଲଗା ରାସ୍ତା ଆପଣେଇଥିଲେ। ଏହାଦ୍ୱାରା ଭୋଟର କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ଆଡ଼କୁ ଆକର୍ଷିତ ହୋଇଥିଲେ। ସରଜୂ ରାୟଙ୍କ ଭଳି ନୀତିବାନ ନେତାଙ୍କୁ ଟିକେଟ ନ ମିଳିବାରୁ ସେ ବିଦ୍ରୋହ କରିଥିଲେ। ଏହାର ପ୍ରଭାବ ଭୋଟରଙ୍କ ପଡ଼ିଥିଲା। ସେହିପରି ଶାସକ ଦଳରେ ବିଭିନ୍ନ ନେତାଙ୍କ ମଧ୍ୟରେ ତାଳମେଳ ନ ରହିବାରୁ ଦଳୀୟ କନ୍ଦଳ ଆରମ୍ଭ ହୋଇଥିଲା। ଫଳରେ ନେତା ବିଦ୍ରୋହ କରିଥିଲେ। ଏହା ଯୋଗୁ ଭୋଟରଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା। ଏସବୁ କାରଣ ଯୋଗୁ ବିଧାନସଭାର ୮୧ ଆସନ ମଧ୍ୟରୁ ୬୫ ଆସନ ହାତେଇବା ପାଇଁ ଯୋଜନା କରିଥିବା ଭାଜପାକୁ ଶେଷରେ ନିରାଶ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ…

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ ଲଗାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଅନ୍ତର୍ଜାତୀୟ ଆଇନ

ତେହରାନ,୧୬।୭: ବିଶ୍ୱ ରାଜନୈତିକ ଏବଂ ରଣନୈତିକ ମୋର୍ଚ୍ଚାରେ ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ପୁଣିଥରେ ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ…

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧…

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri