Posted inଜାତୀୟ

ଭାଜପାର ମିଶନ ୬୫ ଫେଲ୍‌: ବାଟରେ କଣ୍ଟା ସାଜିଲା ୫ କାରଣ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍‌ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ ପ୍ରତ୍ୟାଖାନ କରିଛନ୍ତି। ଭାଜପାର ବିଜୟ ପଥରେ ୫ଟି କାରଣ କଣ୍ଟା ସାଜିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରଘୁବର ଦାସଙ୍କ ଅଣ ଆଦିବାସୀ ଚେହେରାକୁ ଲୋକେ ପସନ୍ଦ କରି ନ ଥିଲେ। ସ୍ଥାନୀୟ ଜନଜାତି ସମ୍ପ୍ରଦାୟଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ଘଟଣା ଏବଂ ୨୦୧୮ ନଭେମ୍ବର ୧୫ରେ ପାରାଶିକ୍ଷକଙ୍କ ଉପରେ ଲାଠି ଚାଳନା ଭଳି ଘଟଣା ଭୋଟରଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେହିପରି ଭାଜପା ସରକାର ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ନ ଦେଇ ଜାତୀୟ ଉପଲବ୍ଧି ସମ୍ପର୍କରେ ନିର୍ବାଚନ ପ୍ରଚାରରେ କହିଥିଲେ। ଗତ ୫ ବର୍ଷ ମଧ୍ୟରେ ରଘୁବର ଦାସ ସରକାରଙ୍କ ପକ୍ଷରୁ କୌଣସି ନିଯୁକ୍ତି ବିଜ୍ଞାପନ ବାହାରି ନ ଥିଲା। ଏହା ଯୁବବର୍ଗଙ୍କ ମଧ୍ୟରେ ହତାସ ଭାବ ସୃଷ୍ଟି କରିଥିଲା। ଏହାର ନକାରାତ୍ମକ ପ୍ରଭାବ ନିର୍ବାଚନ ଉପରେ ପଡ଼ିଥିଲା। ରଘୁବର ଦାସ ସରକାରଙ୍କ ସହିତ ୫ ବର୍ଷ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ମିଳିତ ହୋଇଥିବାବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମୟରେ ଅଲଗା ରାସ୍ତା ଆପଣେଇଥିଲେ। ଏହାଦ୍ୱାରା ଭୋଟର କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ଆଡ଼କୁ ଆକର୍ଷିତ ହୋଇଥିଲେ। ସରଜୂ ରାୟଙ୍କ ଭଳି ନୀତିବାନ ନେତାଙ୍କୁ ଟିକେଟ ନ ମିଳିବାରୁ ସେ ବିଦ୍ରୋହ କରିଥିଲେ। ଏହାର ପ୍ରଭାବ ଭୋଟରଙ୍କ ପଡ଼ିଥିଲା। ସେହିପରି ଶାସକ ଦଳରେ ବିଭିନ୍ନ ନେତାଙ୍କ ମଧ୍ୟରେ ତାଳମେଳ ନ ରହିବାରୁ ଦଳୀୟ କନ୍ଦଳ ଆରମ୍ଭ ହୋଇଥିଲା। ଫଳରେ ନେତା ବିଦ୍ରୋହ କରିଥିଲେ। ଏହା ଯୋଗୁ ଭୋଟରଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥିଲା। ଏସବୁ କାରଣ ଯୋଗୁ ବିଧାନସଭାର ୮୧ ଆସନ ମଧ୍ୟରୁ ୬୫ ଆସନ ହାତେଇବା ପାଇଁ ଯୋଜନା କରିଥିବା ଭାଜପାକୁ ଶେଷରେ ନିରାଶ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri