Posted inଜାତୀୟ

ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଆବିଷ୍କୃତ

ନୂଆଦିଲ୍ଲୀ,୧୧-୧୦(ପି.ଟି.):ଭାରତୀୟ ବୈଜ୍ଞାନିକମାନେ ଗ୍ରେଟର ନଏଡାର ଆର୍ଦ୍ରଭୂମିରୁ ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆର ସନ୍ଧାନ ପାଇଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ଏହାକୁ ନଷ୍ଟ କରିବା ଦିଗରେ ଭାରତୀୟ ବୈଜ୍ଞାନିକମାନଙ୍କ ଏହି ଆବିଷ୍କାର ସହାୟକ ହୋଇପାରିବ। ପ୍ଲାଷ୍ଟିକ୍‌ ବର୍ଜ୍ୟ ନଷ୍ଟ କରିବାରେ ଏହା ପରିବେଶ ଅନୁକୂଳ ବିକଳ୍ପ ହେବ ବୋଲି କୁହାଯାଉଛି।
ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଗବେଷକମାନେ ଉଦ୍ଭାବନ କରିଥିବା ଏହି ବ୍ୟାକ୍ଟେରିଆର ପଲିଷ୍ଟିରିନ୍‌ ବିଘଟନ କ୍ଷମତା ରହିଛି। ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ୍‌ର ମୁଖ୍ୟ ଉପାଦାନ ହେଉଛି ପଲିଷ୍ଟିରିନ୍‌। ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଆର୍ଦ୍ରଭୂମିରୁ ମିଳିଥିବା ଏହି ବ୍ୟାକ୍ଟେରିଆର ନଁା ଏକ୍ସିଗୁବ୍ୟାକ୍ଟେରିୟମ୍‌ ସିବିରିକମ୍‌ ଷ୍ଟ୍ରେନ୍‌ ଡିଆର୍‌୧୧ ଏବଂ ଏକ୍ସିଗୁବ୍ୟାକ୍ଟେରିୟମ୍‌ ଅନ୍‌ଡାଏ ଷ୍ଟ୍ରେନ୍‌ ଡିଆର୍‌୧୪ ରଖାଯାଇଛି। ରୟାଲ ସୋସାଇଟି ଅଫ୍‌ କେମେଷ୍ଟ୍ରି (ଆର୍‌ଏସ୍‌ସି) ଆଡଭାନ୍ସେସ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ପଲିଷ୍ଟିରିନ୍‌ର ଉଚ୍ଚ ଆଣବିକ ଗୁରୁତ୍ୱ ଓ ଦୀର୍ଘ ଶୃଙ୍ଖଳ ପଲିମର ବିନ୍ୟାସ ଯୋଗୁ ଏହା ବିଘଟନ ହୋଇ ନ ଥାଏ। ଫଳରେ ଏହା ପରିବେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ପଲିଷ୍ଟାଇରିନ୍‌ର ମାତ୍ରାଧିକ ଉତ୍ପାଦନ ଓ ବିଭିନ୍ନ ସେକ୍ଟରରେ ଏହାର ବ୍ୟାପକ ବ୍ୟବହାର ପରିବେଶ ପାଇଁ ବିପଦ ସୃଷ୍ଟି କରିବା ସହ ବର୍ଜ୍ୟ ପରିଚାଳନା ଦିଗରେ ସମସ୍ୟା ଭାବେ ଉଭା ହୋଇଥିବା ଗବେଷକମାନେ ଉଲ୍ଲେଖ କରିଛନ୍ତି। ଆବିଷ୍କୃତ ବ୍ୟାକ୍ଟେରିଆ ପଲିଷ୍ଟିରିନ୍‌କୁ ନଷ୍ଟ କରିବାରେ ସକ୍ଷମ ଏବଂ ଏହାକୁ ପ୍ଲାଷ୍ଟିକ୍‌ଜନିତ ପରିବେଶ ପ୍ରଦୂଷଣ ରୋକିବାରେ ବ୍ୟବହାର କରାଯାଇପାରିବ ବୋଲି ଶିବ ନାଦର ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ରିଚା ପ୍ରିୟଦର୍ଶିନୀ କହିଛନ୍ତି।
ଆର୍ଦ୍ରଭୂମି ଅନେକ ଅଣୁଜୀବଙ୍କ ବାସସ୍ଥାନ ହୋଇଥିଲାବେଳେ ଏହା ପ୍ରାୟତଃ ଅନାବିଷ୍କୃତ ରହିଆସିଛି। ସେଠାରୁ ପରିବେଶ ଉପଯୋଗୀ ତଥା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟବହାରଯୋଗ୍ୟ ବ୍ୟାକ୍ଟେରିଆକୁ ବାହାର କରିବାକୁ ହେବ ବୋଲି ରିଚା କହିଛନ୍ତି। ସ୍କୁଲ୍‌ ଅଫ ନାଚୁରାଲ ସାଇନ୍ସେସ୍‌ର ଜୀବବିଜ୍ଞାନ ବିଭାଗରେ କାର୍ଯ୍ୟରତ ଟିମ୍‌ ସହ ସେ ଏହି ବ୍ୟାକ୍ଟେରିଆକୁ ଆବିଷ୍କାର କରିଛନ୍ତି।
ଶିଳ୍ପ ବିଭାଗର ଆକଳନ ଅନୁଯାୟୀ ଭାରତରେ ବର୍ଷକୁ ପ୍ରାୟ ୧୬.୫ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବ୍ୟବହୃତ ହେଉଛି। ଅଖିଳ ଭାରତୀୟ ପ୍ଲାଷ୍ଟିକ୍‌ ଉତ୍ପାଦନକାରୀ ସଂଘର ଆକଳନ ଅନୁଯାୟୀ ବର୍ଷକୁ ପାଖାପାଖି ୧୪ ନିୟୁତ ଟନ୍‌ ପଲିଷ୍ଟିରିନ୍‌ ଉତ୍ପାଦନ ହେଉଛି ଯାହା ଜୈବିକ ଉପାୟରେ ବିଘଟିତ ହୋଇ ନ ଥାଏ। ଦୀର୍ଘ ୪୫୦ବର୍ଷ ହେଲା ଜମାହୋଇ ରହିଥିବା ପ୍ଲାଷ୍ଟିକ୍‌ ଉଭୟ ସ୍ଥଳ ଓ ଜଳଜୀବଙ୍କ ଲାଗି ବିପଦ ସୃଷ୍ଟି କରିଥିବା ଗବେଷକ କହିଛନ୍ତି। ପ୍ଲାଷ୍ଟିକ୍‌ ଖାଦକ ବ୍ୟାକ୍ଟେରିଆ ଏକ ଉଲ୍ଲେଖନୀୟ ଆବିଷ୍କାର। ପ୍ରାକୃତିକ ଉପାୟରେ ପ୍ଲାଷ୍ଟିକ୍‌କୁ ନଷ୍ଟ କରିବା ବହୁଦିନର ସ୍ବପ୍ନ ଥିଲା ଯାହାର ସମାଧାନ ହୋଇପାରିଛି ବୋଲି ଶିବ ନାଦର ବିଶ୍ୱବିଦ୍ୟାଳୟର କୁଳପତି ରୂପାମଞ୍ଜରୀ ଘୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri