Posted inଖେଳ

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ବିଶ୍ୱ ଚାମ୍ପିୟନ ବେଲଜିୟମଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଏଥିସହ ବିଶ୍ୱର ଏହି ନମ୍ବର ୱାନ ଦଳ ଶନିବାର ମ୍ୟାଚ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଉତ୍ତମ ପ୍ରଦର୍ଶନ ପାଇଁ ବେଲଜିୟମର ନିକୋଲାସ ଡି କେର୍ପେଲ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏହି ମ୍ୟାଚ ପରେ ୬ ମ୍ୟାଚରୁ ୧୪ ପଏଣ୍ଟ ସହିତ ବେଲଜିୟମ ଟେବୁଲର ଶୀର୍ଷରେ ଅପରିବର୍ତ୍ତିତ ରହିଛି। ଭାରତ ୪ ମ୍ୟାଚରୁ ୮ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରୋ ଲିଗ୍‌ରେ ଭାରତର ଏହା ପ୍ରଥମ ପରାଜୟ। ୨୦୧୯ରେ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଭାରତ ଅଂଶଗ୍ରହଣ କରି ନ ଥିଲା। ଶନିବାର ବେଲଜିୟମକୁ ୨-୧ ଗୋଲରେ ହରାଇଥିବା ଭାରତ ପୂର୍ବରୁ ପ୍ରଥମ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିଲା।
ମ୍ୟାଚରେ ପରାଜୟକୁ ସହଜରେ ହଜମ କରିପାରି ନ ଥିବା ବେଲଜିୟମ ଦ୍ୱିତୀୟ ମ୍ୟାଚରେ ଯୋଜନାବଦ୍ଧଭାବେ ଖେଳିଥିଲା। ଆକ୍ରମଣାତ୍ମକ ରଣନୀତିରେ ଦଳ ସଫଳ ହୋଇଥିଲା ଏବଂ ୩ୟ ମିନିଟରେ ଗୋଲ ଦେଇ ଭାରତ ଉପରେ ଚାପ ପକାଇଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ବେଲଜିୟମକୁ ଅଗ୍ରଣୀ କରାଇଥିଲେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ। ଭାରତ କିନ୍ତୁ ଚାପର ବଶବର୍ତ୍ତୀ ନ ହୋଇ ଆକ୍ରମଣକୁ ଜୋର୍‌ଦାର କରିଥିଲା। ୧୫ତମ ମିନିଟରେ ବିବେକ ସାଗର ପ୍ରସାଦଙ୍କ ଗୋଲ ଦେବାରୁ ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ମ୍ୟାଚ ୧-୧ସ୍ଥିତିକୁ ଚାଲି ଆସିଥିଲା। ଦ୍ୱିତୀୟ କ୍ବାର୍ଟରରେ ମ୍ୟାଚ ସ୍ବାଭାବିକ ଭାବେ ସଂଘର୍ଷ ବଢ଼ିଥିଲା। ୧୭ତମ ମିନିଟରେ ବେଲଜିୟମର ମାକ୍ସିମେ ପ୍ଲେନେଭକ୍ସ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ପୁଣି ଅଗ୍ରଣୀ କରାଇଥିଲେ। ତେବେ ଏହାର ଅଳ୍ପ କିଛି ସେକେଣ୍ଡ ପରେ ଭାରତ ଗୋଲଟିକୁ ପରିଶୋଧ କରି ଦେଇଥିଲା। ପେନାଲ୍ଟି କର୍ନର ଶଟ୍‌ ବେଲଜିୟମ ଗୋଲକିପର ଭାନ୍‌ ଡୋରେନ ଲୋଇକଙ୍କ ଦ୍ୱାରା ସଫଳତାର ସହ ଡିଫେଣ୍ଡ ହୋଇ ଫେରି ଆସୁଥିବାବେଳେ ଓଡ଼ିଆ ତାରକା ଅମିତ୍‌ ରୋହିଦାସଙ୍କ ରିବାଉଣ୍ଡ୍‌ ଶଟ୍‌ ଭାରତୀୟ ଶିବିରରେ ଖୁସି ଆଣି ଦେଇଥିଲା। ମ୍ୟାଚ ୨-୨ ସ୍ଥିତିକୁ ଆସିଯିବାପରେ ଅଗ୍ରଣୀ ନେବାପାଇଁ ଉଭୟ ଦଳ ଉଦ୍ୟମକୁ ଜୋରଦାର କରିଥିଲେ। ସମକକ୍ଷ ପ୍ରଦର୍ଶନ କରୁଥିବାରୁ ପ୍ରତିଟି ମିନିଟ ଓ ବଲ୍‌ର ମୁଭ୍‌ ଉଭୟ ଦଳପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏ ପରିସ୍ଥିତିରେ ୨୬ତମ ମିନିଟରେ ଭାରତୀୟ ଖେଳାଳିଙ୍କ ତ୍ରୁଟି ଦଳ ପାଇଁ ମହଙ୍ଗା ପଡ଼ିଥିଲା। ଗୋଲପୋଷ୍ଟର ଲେଫ୍ଟ କର୍ନରରୁ ଡି ଏରିଆ ମଧ୍ୟକୁ ଦିଆ ଯାଇଥିବା ପାସ୍‌ ଭାରତୀୟ ଖେଳାଳିଙ୍କ ପାଖକୁ ଯିବା ପୂର୍ବରୁ ବେଲଜିୟମର ମାକ୍ସିମେ ଚତୁରତାର ସହ ଆଗକୁ ଆସି ବଲ୍‌କୁ ନିୟନ୍ତ୍ରଣକୁ ନେଇ ଯାଇଥିଲେ। ଗୋଲକିପରଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ସମ୍ମୁଖରେ ନ ଥିବାରୁ ଏହାକୁ ପୋଷ୍ଟ ମଧ୍ୟକୁ ପଠାଇବାକୁ ମାକ୍ସିମେଙ୍କ ପାଇଁ କୌଣସି ଅସୁବିଧା ହୋଇ ନ ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ବେଲଜିୟମ ୩-୨ ଗୋଲରେ ଅଗ୍ରଣୀ ନେଇ ଯାଇଥିଲା।
ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ସୁଯୋଗ ପାଇଥିଲେ ହେଁ ପେନାଲ୍ଟି କର୍ନର ମିସ୍‌ ହୋଇଥିଲା। ୪୫ତମ ମିନିଟରେ ମଧ୍ୟ ଫଳ ସମାନ ହୋଇଥିଲା। ୫୦ତମ ମିନିଟରେ ବେଲଜିୟମ ଗୋଲପୋଷ୍ଟ ଫାଙ୍କା ଥିବାବେଳେ ଗୁରଜାନ୍ତ ସିଂ ବଲ୍‌ ପାଇଥିଲେ ହେଁ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ଶେଷ ୧୦ ମିନିଟରେ ଭାରତ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ହେଁ ବେଲଜିୟମ ଖେଳାଳିମାନେ ତାହା ହେବାକୁ ଦେଇ ନ ଥିଲେ। ଅର୍ଥାତ୍‌ ଦ୍ୱିତୀୟାର୍ଦ୍ଧରେ କୌଣସି ଗୋଲ ହୋଇ ନ ପାରିବାରୁ ବେଲଜିୟମ କଳିଙ୍ଗ ଷ୍ଟାଡିୟମରେ ପୁଣି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଏଠାରେ ୨୦୧୮ରେ ରେଡ୍‌ ଲାୟନ୍ସ ବିଶ୍ୱ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri