Posted inଖେଳ

ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ: ସ୍ବର୍ଣ୍ଣ ଜିତିବାରେ ଶିବ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୨୧ା୭-ଚାରିଥର ଏସିଆନ ପଦକ ବିଜେତା ଶିବ ଥାପ୍ପା ପ୍ରଥମ ଭାରତୀୟ ବକ୍ସର ଭାବେ କାଜାଖସ୍ତାନର ଅଷ୍ଟାନାଠାରେ ଚାଲିଥିବା ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ନୂତନଭାବେ ପ୍ରଚଳିତ ଅଲିମ୍ପିକ୍ସ କାଟେଗୋରି ୬୩ କେଜିିରେ ତାଙ୍କ ପ୍ରଥମ ପଦାର୍ପଣରେ ସେ ଏହି ସଫଳତା ହାସଲ କରିଛନ୍ତି। ଥାପ୍ପା ଫାଇନାଲ ମୁକାବିଲା ଜାକିର ସାଫିଲୁଦ୍ଦିନଙ୍କ ସହିତ କରିଥାନ୍ତେ। ମାତ୍ର ଆହତ ଯୋଗୁ ଏହି ବକ୍ସର ଜଣକ ଲଢେଇରୁ ଓହରିଯାଇଥିଲେ। ଫଳରେ ଓ୍ବାକଓଭର ଭିିତ୍ତିରେ ଥାପ୍ପା ବିଜୟୀ ହୋଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଏସିଆନ ଚାମ୍ପିୟନଶିପ୍‌ ସେମିଫାଇନାଲରେ ଥାପ୍ପା କିନ୍ତୁ ସାଫିଲୁଦ୍ଦିନଙ୍କଠାରୁ ହାରିଯାଇଥିଲେ। ଅନ୍ୟ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ମହିଳା ବକ୍ସର ପରବିନ୍‌ (୬୦କେଜି) ତାଙ୍କ ଫାଇନାଲ ବାଉଟରେ ସ୍ଥାନୀୟ ଆଶାୟୀ ରିମା ଭୋଲୋସୋଙ୍କୋଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପାଇଛନ୍ତି। ଅଲିମ୍ପିକ ଡିଭିଜନରେ ପ୍ରବେଶ କରିବା ପୂର୍ବରୁ ଥାପ୍ପା ଜଣେ ୬୦ କେଜି କାଟେଗୋରି ବକ୍ସର ଥିଲେ। ସେ କହିଛନ୍ତି ନୂଆ ଓ୍ବେଟ୍‌ କାଟେଗୋରି ସହ ଖାପ ଖୁଆଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ନ ଥିଲା। ସୂଚନାଯୋଗ୍ୟ, ଟ୍ରାଏଲ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ମନୀଷ କୌଶିକ୍‌ଙ୍କଠାରୁ ହାରିଯିବା ଯୋଗୁ ଥାପ୍ପା ଗତ ସେପ୍ଟେମ୍ବରରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିପାରି ନ ଥିଲେ। ଏଠାରେ ସେମିଫାଇନାଲ ପର୍ଯ୍ୟାୟରେ ସେ ଆର୍ଗନ କାଡିରିବେକୁଲୁଙ୍କୁ ୪-୧ରେ ପରାସ୍ତ କରିଥିଲେ। ପୂର୍ବରୁ ସ୍ବିଟି ବୋରା (୮୧କେଜି) ଏବଂ ଦୁର୍ଯ୍ୟୋଧନ ସିଂ ନେଗି (୬୯କେଜି) ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri