ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର, ୩।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଚଡିଆପାରା ଗ୍ରାମର ଏକ ଶାଳଗଛରୁ ମଙ୍ଗଳବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଉକ୍ତ ଗ୍ରାମର କିରି ଗଣ୍ଡଙ୍କ ପୁଅ ଅମଲସିଂ ଏବଂ ପର୍ଶୁ ଗଣ୍ଡଙ୍କ ଝିଅ ବୋଲି ଜଣାପଡିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଖବର ପାଇଁ କୁନ୍ଦେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।