Categories: ଫୁରସତ

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ଏହି ମନ୍ଦିର…

ପ୍ରେମ ବାଧା ବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି କରିଥାନ୍ତି ବିବାହ। ତେବେ ସେମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ସୃଷ୍ଟି ହୋଇଥାଏ ସମସ୍ୟା। ହିମାଚଳ ପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରେମୀ ଯୁଗଳ ଘରୁ ଲୁଚି ଏଠାରେ ନିଅନ୍ତି ଶରଣ। ଏହା ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ହିମାଚଳ ପ୍ରଦେଶରେ କୁଲ୍ଲର ସ୍ଥିତ ଶାଙ୍ଘଡ ଗ୍ରାମରେ ମହାଦେବଙ୍କର ଏହି ମନ୍ଦିର। ଏଠାରେ ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ଆଶ୍ରୟ ମିଳେ। ମହାଦେବ ଶିବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ପ୍ରେମୀଯୁଗଳ ବିବାହ ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ଆସିଥାନ୍ତି। ଯେତେ ଦିନ ଯାଏଁ ଏହି ମନ୍ଦିର ପରିସରରେ ରୁହନ୍ତି ସେମାନଙ୍କୁ ମନ୍ଦିର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଏ। ଏଠାକୁ ପୋଲିସ ମଧ୍ୟ ଆସନ୍ତି ନାହିଁ। ପରିବାର ପକ୍ଷରୁ ଅଭିଯୋଗ କରାଗଲେ ମଧ୍ୟ ପୋଲିସ ମନ୍ଦିର ପରିସରରୁ ପ୍ରେମୀଯୁଗଳକୁ ଗିରଫ କରେନାହିଁ। ମାଦକ ଦ୍ରବ୍ୟ, ଚମଡ଼ା ତିଆରି ଜିନିଷ ମନ୍ଦିର ଭିତରକୁ ନେବାକୁ ବାରଣ କରାଯାଇଥାଏ। ଏଠାରେ ବଡ଼ ପାଟିରେ ମଧ୍ୟ କଥା ହେବାକୁ କରାଯାଏ ମନା । ଏହାଦ୍ୱାରା ଶାନ୍ତି ଭଙ୍ଗ ହେବ ବୋଲି ଲୋକେ କୁହନ୍ତି।

Share