ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି

ଏବେ ତ ଲକ୍‌ଡାଉନ୍‌ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି ବିଷୟରେ ଦୀପକ ଯାହା କୁହନ୍ତି….

ବର୍ତ୍ତମାନ ଓଡ଼ିଆ ସିନେମାର ଅନ୍ୟତମ ରୋମାଣ୍ଟିକ ନାୟକ ଭାବରେ ଦୀପକ ନିଜକୁ ପରିିଚିତ କରାଇ ପାରିଛନ୍ତି। ‘ତୁମେ ଥିଲେ ସାଥୀରେ‘, ‘ଚାନ୍ଦ ନା ତମେ ତାରା’, ‘ଆଖି ଖୋଲିଦେଲେ ତୁ ହି ତୁ’, ‘ସପନର ନାୟିକା’ ଆଦି ଚଳଚ୍ଚିତ୍ରର ନାୟକ ସାଜିସାରିଛନ୍ତି ସେ। ଖାସ୍‌ କଥା ହେଲା, ଦୀପକଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ମନ ମୋର ପ୍ରଜାପତି’। ପ୍ରଯୋଜକ ଅନାମ ଚରଣ ସାହୁ ତାଙ୍କୁ ନାୟକ ଭାବରେ ବ୍ରେକ୍‌ ଦେଇଥିଲେ। ଉକ୍ତ ସିନେମାର ଏକ ସିକୁଏନ୍ସକୁ ଏ ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି ଦୀପକ। ଏ ସମ୍ପର୍କରେ ସେ କହନ୍ତି, ‘କାହାଣୀ ଅନୁସାରେ ଏହି ଫିଲ୍ମରେ ମୋ ପ୍ରେମିକା (ବଙ୍ଗୀୟ ଅଭିନେତ୍ରୀ କୋଏଲ ବାନାର୍ଜୀ))ଙ୍କର ଏକ କୁକୁର ଥିଲା। ମୁଁ ଯେତେବେଳେ ପ୍ରେମିକାକୁ ଭେଟିବାକୁ ଯାଉଛି ସେହି କୁକୁର ମୋତେ ଗୋଡାଉଛି। ଯେତେବେଳେ ଶଟ୍‌ ନିଆଗଲା, କୁକୁର ଗୋଡାଇବା କଥା ଭାବିଲା ମାତ୍ରେ ମୋ ମନରେ ଭୟ ଆସିଥିଲା। ମୁଁ ଭାବିଲି, କାଳେ ସେହି କୁକୁର ମୋତେ କାମୁଡି ଦେବ ? କିନ୍ତୁ ଠାକୁରଙ୍କୁ ଡାକି କ୍ୟାମେରା ସାମନା କରିଥିଲି। ଅସଲ କଥା ହେଲା ଶଟ୍‌ଟି ଏକାଥରେ ଓକେ ହୋଇଥିଲା।’


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri