ପ୍ରେମରୁ ମିଳିଲା ଦୃଷ୍ଟିଶକ୍ତି, ପରେ ଜିତିଲେ ଦୁନିଆ

ଔରଙ୍ଗାବାଦ୍‌: ଆଜି ଅର୍ଥାତ୍‌ ଫେବୃୟାରୀ ୧୪ରେ ସମଗ୍ର ଦେଶରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ। ଏହି ଖାସ୍‌ ଦିନରେ ଜାଣନ୍ତୁ ଜଣେ ଦିବ୍ୟାଙ୍ଗଙ୍କ ପ୍ରେମ କାହାଣୀ ସମ୍ପର୍କରେ…
ମହାରାଷ୍ଟ୍ରର ଔରଙ୍ଗାବାଦ୍‌ର ରହୁଥିବା ୩୮ ବର୍ଷୀୟ ଜଣେ ଦିବ୍ୟାଙ୍ଗ ନିକେତ ଦଲାଲ ଦୁବାଇରେ ହୋଇଥିବା ଆଇରନ୍‌ମ୍ୟାନ୍‌ ରେସ୍‌ରେ ଦ୍ୱିତୀୟ ବିଜେତା ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ବିଜୟ ହାସଲ କରିଛନ୍ତି। ପ୍ରେମ ଦିବସରେ ସେ କୁହନ୍ତି, ଆଜି ମୁଁ ଯେଉଁ ଜାଗାରେ ପହଞ୍ଚିଛି କେବଳ ମୋ’ ସ୍ତ୍ରୀ ପଲ୍ଲବୀଙ୍କ ପାଇଁ। ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରେମ ଅନ୍ଧ। ଏହା କେବେ ବି ମିଛ ନୁହେଁ ବୋଲି ମୁଁ କହିବି। ସେ କୁହନ୍ତି, ପିଲାବେଳେ ସାଇକେଲ୍‌ରେ ସ୍ପୋକ୍‌ ଲଗାଇବା ସମୟରେ ତାଙ୍କ ଆଖି ନଷ୍ଟ ହୋଇଗଲା। ପରେ ଲ୍ୟୁକେମିଆ ଯୋଗୁ ଆଉ ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଗଲା। ଏହି ସମୟରେ ତାଙ୍କ ଜୀବନରେ ପଲ୍ଲବୀ ଆସିଲେ। ୧୯୯୬ରେ ପଲ୍ଲବୀ ୯ମରେ ପଢୁଥିବା ବେଳେ ସେ ମାଟ୍ରିକ୍‌ ପଢୁଥିଲେ। ତାଙ୍କର ଆଖି ନ ଥିବା ପଲ୍ଲବୀ ଜାଣି ମଧ୍ୟ ତାଙ୍କୁ ପ୍ରପୋଜ୍‌ କରିଥିଲେ। ଯାହାକୁ ସେ ଶବ୍ଦରେ ବି ପ୍ରକାଶ କରିପାରିବେନି ବୋଲି କହିଛନ୍ତି। ବିବାହ ମଧ୍ୟ ଏତେ ସହଜ ନ ଥିଲା। ଘର, ପରିବାର ଏବଂ ବନ୍ଧୁବାନ୍ଧବ କେହି ରାଜି ନ ଥିଲେ। ସମସ୍ତେ ପଲ୍ଲବୀଙ୍କୁ ବୁଝାଇଥିଲେ ଜୀବନ ବହୁ କଷ୍ଟକର ହୋଇପଡ଼ିବ। ମୁଁ ବି ଭାବି ନ ଥିଲି ପଲ୍ଲବୀ ମୋ’ ହାତ ଧରିବେ। ସେଥିପାଇଁ ପ୍ରସ୍ତୁତ ନ ଥିଲି। କିନ୍ତୁ ସେ ଥିଲେ ନଛୋଡ଼ବନ୍ଧା। ସବୁ ବାଧାବିଘ୍ନ ସତ୍ତ୍ୱେ ୨୦୦୮ରେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। ଏହା ଭିତରେ ଆମର ପୁଅଟିଏ ମଧ୍ୟ ହୋଇସାରିଛି। ପଲ୍ଲବୀ ମୋ’ ଆଖି, ମୋ’ ଶକ୍ତି। ତାଙ୍କ ଆଖିରେ ମୁଁ ଦୁନିଆ ଦେଖୁଛି। ପୁଅ ମୋ’ ଜୀବନ। ସେମାନଙ୍କ ଯୋଗୁ ମୋତେ ଆଜି ଏହି ଖୁସି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

ୟୁଜିସି-ଏନ୍‌ଇଟି: ଚଳିତ ସପ୍ତାହରେ ପ୍ରକାଶ ପାଇବ ୮୪ ବିଷୟର ପରୀକ୍ଷାଫଳ

ନୂଆଦିଲ୍ଲୀ, ୨୭ା୮ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍‌ଇଟି)ର ୮୪ଟି ବିଷୟର ଫଳାଫଳ ଚଳିତ ସପ୍ତାହରେ ପ୍ରକାଶ ପାଇବ। ବୁଧବାର…

ଭାଜପାର ବଡ଼ ଘୋଷଣା: ୧୭ରୁ ମାସେବ୍ୟାପୀ…

ଭୁବନେଶ୍ୱର, ୨୭।୮(ସୁନିତ୍‌ ମିଶ୍ର): ଶାସକ ଭାଜପା ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ…

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri