Posted inଖେଳ

ପ୍ରି-ସିଜନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ସିଡ୍‌ନୀ, ୮।୫-ଚଳିତ ମାସ ଶେଷ ଭାଗରେ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହାର ପ୍ରି-ସିଜନ ଆରମ୍ଭ କରିବ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଖେଳାଳିଙ୍କ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନିୟମରେ ଟ୍ରେନିଂ ଆରମ୍ଭ କରିବାକୁ ଅନୁମତି ମିଳିବ। ‘ଦି ସିଡ୍‌ନୀ ମର୍ନିଂ ହେରାଲ୍ଡ’ ରିପୋର୍ଟ ଅନୁସାରେ ଚିଫ୍‌ ମେଡିକାଲ ଅଫିସର ଡ. ଜନ୍‌ ଓର୍ଚାର୍ଡ ଏବଂ ସ୍ପୋଟର୍‌ସ ସାଇନ୍ସ ଓ ସ୍ପୋଟର୍‌ସ ମେଡିସିନ୍‌ ମୁଖ୍ୟ ଆଲେକ୍ସ କୋଣ୍ଟୋରିସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ ହେବ। ଏ ଦୁହେଁ ଅନ୍ୟ କ୍ରିକେଟ ଖେଳୁଥିବା ଦେଶ, ଅଷ୍ଟ୍ରେଲିଆ ସରକାରଙ୍କ ବିଭିନ୍ନ କମିଟି ଏବଂ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ସହିତ ଯୋଡ଼ି ହୋଇ ଖେଳ ପୁଣି କିପରି ଆରମ୍ଭ କରାଯାଇପାରିବ ତାହା ଉପରେ କାମ କରୁଛନ୍ତି।
ରିପୋର୍ଟ ଅନୁସାରେ କ୍ରିକେଟ ଅଷ୍ଟ୍ରଲିଆ ନୂଆ ନିୟମ ଅନୁସାରେ ଶୀଘ୍ର ପ୍ରି ସିଜନ ଆରମ୍ଭ କରିବାକୁ ଚାହୁଁଛି। ଖେଳାଳିମାନେ ବଲ୍‌ରେ ଲାଳ କିମ୍ବା ଛେପ ଲଗାଇ ପାରିବେ ନାହିଁ ବୋଲି ଏହି ନିୟମରେ ଉଲ୍ଲେଖ ରହିଛି। କୋଣ୍ଟୋରିସଙ୍କ କହିବା ଅନୁସାରେ କ୍ରିକେଟ ପରି ଖେଳ ପାଇଁ ଟ୍ରେନିଂ ସମୟରେ କରୋନା ଭାଇରସ ସଂକ୍ରମଣ ଆଶଙ୍କା ବେଶି ରହିବ ନାହିଁ। ନେଟ୍ସ ସମୟରେ ଖେଳାଳିମାନେ ଯଥେଷ୍ଟ ଦୂରତାରେ ରହିବେ। ପ୍ରତି ନେଟ୍‌ରେ ୨ କିମ୍ବା ୩ ବୋଲର ରହିବେ। ଜଣେ ବୋଲର ବୋଲିଂ କରିବା ପରେ ଅନ୍ୟ ଜଣେ ଆସିବେ। ବ୍ୟାଟ୍ସମ୍ୟାନ ୨୨ ଗଜ ଦୂରତାରେ ରହୁଥିବାରୁ ସେପରି ସମସ୍ୟା ରହିବ ନାହିଁ। ”କ୍ରିକେଟ ଟ୍ରେନିଂ ଆରମ୍ଭ କରାଗଲେ ସେପରି ବଡ଼ ସମସ୍ୟା ରହିବ ନାହିଁ ବୋଲି ମୁଁ ଭାବୁଛି। ତେବେ ଆମେ ଏ ସମ୍ପର୍କରେ ଅଧିକ କିଛି ଚିନ୍ତା କରୁଛୁ। ବୋଲର କିପରି କେତେ ସମୟ ପରେ ବୋଲିଂ କରିବେ, କେତେ ଦୂରତା ରକ୍ଷା କରାଯିବ ତାହା ଉପରେ ଆଲୋଚନା ଚାଲିଛି“ ବୋଲି କୋଣ୍ଟୋରିସ କହିଛନ୍ତି। କରୋନା ଭାଇରସ ସଂକ୍ରମଣ କମିଲେ ମଧ୍ୟ ଦୂରତ୍ୱ ରଖାଯିବା ବାଧ୍ୟତା ମୂଳକ କରାଯିବ। ପଡ଼ିଆରେ ଖୁସି ମନାଇବାର ନୂଆ ତରିକା ଦଳଗୁଡ଼ିକୁ ବାହାର କରିବାକୁ ହେବ। ଏକ ଉଇକେଟ ପତନ ପରେ ସମସ୍ତେ ଏକତ୍ରିତ ହେବା କିମ୍ବା ଉଇକେଟ ନେଇଥିବା ଖେଳାଳିଙ୍କୁ ଜାବୁଡ଼ି ଧରିବା ଘଟଣା ସମ୍ଭବତଃ ଆଉ ଦେଖିବାକୁ ମିଳିବନାହିଁ। ସବୁବେଳେ ଦୂରତ୍ୱ ରଖାଯିବ। କୋଭିଡ୍‌-୧୯ ପାଇଁ ଯେତେଦିନ ପର୍ଯ୍ୟନ୍ତ ଔଷଧ ବାହାରିନାହିଁ ସେତେଦିନଯାଏ ଏପରି କିଛି ନୂଆ ନିୟମ ଲାଗୁ କରାଯିବା ଆବଶ୍ୟକ“ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri