Categories: ଜାତୀୟ

ପ୍ରିୟଙ୍କା-ରାହୁଲଙ୍କୁ ଅଟକାଇଲା ପୋଲିସ

ମିରଟ,୨୪।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଉତ୍ତର ପ୍ରଦେଶର ମିରଟ ଗସ୍ତ କରିଥିଲେ। ହେଲେ ସେ ମିରଟ ପହଞ୍ଚିବା ପୂର୍ବରୁ ତାଙ୍କୁ ପୋଲିସ ଅଟକାଇଥିବା ଜଣାପଡିଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏହା ହିଂସାର ରୂପ ନେଇଥିଲା। ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ଭେଟିବାକୁ ମଙ୍ଗଳବାର ପ୍ରିୟଙ୍କା ଓ ରାହୁଲ ମିରଟ ଗସ୍ତ କରିଛନ୍ତି। ପରେ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ଅଧାରାସ୍ତାରୁ ଦିଲ୍ଲୀ ଫେରିଆସିଛନ୍ତି।

Share