Posted inଖେଳ

ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ଖେଳାଳି ନିଲାମ: ସିନ୍ଧୁ, ତାଇ ସବୁଠାରୁ ଦାମୀ

ନୂଆଦିଲ୍ଲୀ,୨୭।୧୧(ପି.ଟି.)- ପ୍ରିମିୟମ ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ) ପଞ୍ଚମ ସସ୍କରଣ ପାଇଁ ଏଠାରେ ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁଙ୍କୁ ସର୍ବାଧିକ ୭୭ ଲକ୍ଷ ଟଙ୍କା ବିନିମୟରେ ହାଇଦ୍ରାବାଦ ହଣ୍ଟର୍ସ କ୍ରୟ କରିଛି। ସେହିପରି ବିଶ୍ୱର ୧ ନମ୍ବର ମହିଳା ଖେଳାଳି ଚାଇନିଜ୍‌ ତାଇପେଇର ତାଇ ଜୁ ୟିଙ୍ଗ୍‌ ମଧ୍ୟ ୭୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ଗତ ସଂସ୍କରଣର ଚାମ୍ପିୟନ ବେଙ୍ଗାଲୁରୁ ରାପ୍ଟର୍ସ କ୍ରୟ କରିଛି। ତାଇକୁ କ୍ରୟ କରିବା ପାଇଁ ବେଙ୍ଗାଲୁରୁକୁ ପୁଣେ ୭ ଆସେସ୍‌ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା।
ସେହିପରି ଅନ୍ୟତମ ଭାରତୀୟ ତାରକା ବି. ସାଇ ପ୍ରଣୀତଙ୍କୁ ୩୨ ଲକ୍ଷ ଟଙ୍କା ବିନିମୟରେ ବେଙ୍ଗାଲୁରୁ ବଜାୟ ରଖିଛି। ସେହିପରି ବି. ସୁମୀତ ରେଡ୍ଡୀ ୧୧ ଲକ୍ଷ ଟଙ୍କା ବିନିମୟରେ ଚେନ୍ନାଇ ସୁପରଷ୍ଟାରଜ୍‌ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଚିରାଗ ଶେଟ୍ଟୀ ୧୫.୫୦ ଲକ୍ଷ ଟଙ୍କା ବିନିମୟରେ ପୁଣେ ୭ ଆସେସ୍‌ ଦଳରେ ପୂର୍ବପରି ରହିଛନ୍ତି। ବିଶ୍ୱର ୯ ନମ୍ବର ମହିଳା ସିଙ୍ଗିଲ୍ସ ଖେଳାଳି ବେଇଓ୍ବାନ ଝାଙ୍ଗ ୩୯ ଲକ୍ଷ ଟଙ୍କା ବିନିମୟରେ ଅବଧ ଓ୍ବାରିୟର୍ସ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀ ଗୋପିଚାନ୍ଦଙ୍କୁ ଚେନ୍ନାଇ ସୁପରଷ୍ଟାରଜ୍‌ କ୍ରୟ କରିଛି। ସେହିପରି ଆସାମର ଯୁବ ବ୍ୟାଡମିଣ୍ଟନ ଖେଳାଳି ଅସ୍ମିତା ଚଲିଆଙ୍କୁ ତାଙ୍କ ଘରୋଇ ଦଳ ନର୍ଥ ଇଷ୍ଟର୍ନ ଓ୍ବାରିୟର୍ସ ୩ ଲକ୍ଷ ଟଙ୍କାରେ କ୍ରୟ କରିଛି।
ଏଥର ପିବିଏଲ୍‌ ପଞ୍ଚମ ସଂସ୍କରଣରେ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ନେହ୍ବାଲ ଓ କିଡାମ୍ବୀ ଶ୍ରୀକାନ୍ତଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ଅନ୍ତର୍ଜାତୀୟ କ୍ୟାରିୟରକୁ ଆଗକୁ ବଢ଼ାଇବା ପାଇଁ ଏହି ଦୁଇ ତାରକା ଏଥର ପିବିଏଲ୍‌ରୁ ଓହରିଯାଇଛନ୍ତି। ସାଇ ପ୍ରଣୀତ, ଲକ୍ଷ୍ୟ ସେନ ଓ ପୁରୁଷ ଡବଲ୍ସ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଏହି ନିଲାମରେ ସମିଲ ହୋଇଥିଲେ। ଜାନୁୟାରୀ ୨୦ରୁ ଫେବୃୟାରୀ ୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ଏହି ଲିଗ୍‌ରେ ମୋଟ ୭୪ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି। ୨୧ ଦିନଧରି ଚାଲିବାକୁ ଥିବା ଏହି ଲିଗ୍‌ର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଓ ଲକ୍ଷ୍ନୌରେ ଖେଳାଯିବ।
ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ୨ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ତେବେ ଜଣେ ଖେଳାଳିଙ୍କ ପାଇଁ ଦଳଗୁଡିକ ୭୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିପାରିବେ ନାହିଁ। ପ୍ରତ୍ୟେକ ଦଳରେ ସର୍ବାଧିକ ୬ଜଣ ବିଦେଶୀ ଓ ଅତିକମ୍‌ରେ ୩ଜଣ ମହିଳା ଖେଳାଳି ସାମିଲ ରହିପାରିବେ। ପ୍ରତ୍ୟେକ ଦଳରେ ୧୧ରୁ ଅଧିକ ଖେଳାଳି ସାମିଲ ହୋଇପାରିବେ ନାହଁ। ଲିଗ୍‌ର ଫର୍ମାଟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରତ୍ୟେକ ଟାଇ ୫ଟି ମ୍ୟାଚ୍‌ ସାମିଲ ହେବ। ଦୁଇଟି ପୁରୁଷ ସିଙ୍ଗଲ୍ସ, ଗୋଟିଏ ମହିଳା ସିଙ୍ଗଲ୍ସ, ଗୋଟିଏ ପୁରୁଷ ଡବଲ୍ସ ଓ ଗୋଟିଏ ମିକ୍ସଡ୍‌ ଡବଲ୍ସ ମ୍ୟାଚ୍‌ ଖେଳାଯିବ।
ଫ୍ରାଞ୍ଚାଇଜ୍‌ ସଂଖ୍ୟା ୭: ଅବୋଧ ଓ୍ବାରିୟର୍ସ (ଲକ୍ଷ୍ନୌ), ବେଙ୍ଗାଲୁରୁ ରାପ୍ଟର୍ସ (ବେଙ୍ଗାଲୁରୁ), ମୁମ୍ବାଇ ରକେଟର୍‌ସ (ମୁମ୍ବାଇ), ହାଇଦ୍ରାବାଦ ହଣ୍ଟର୍ସ (ହାଇଦ୍ରାବାଦ), ଚେନ୍ନାଇ ସୁପରଷ୍ଟାରଜ (ଚେନ୍ନାଇ), ନର୍ଥ ଇଷ୍ଟର୍ନ ଓ୍ବାରିୟର୍ସ (ନର୍ଥ ଇଷ୍ଟ) ଓ ପୁଣେ ୭ ଏସେସ୍‌ (ପୁଣେ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri