ପ୍ରାଣୀ ଚିକିତ୍ସାଳୟ ପୁନଃ କାର୍ଯ୍ୟକ୍ଷମ ଲାଗି ଜିଲାପାଳ, ବିଧାୟକଙ୍କୁ ଦାବି

ଭବାନୀପାଟଣା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ଭଗ୍ନ ଅବସ୍ଥାରେ ପଡି ରହିଥିବା ପ୍ରାଣୀ ଚିକିତ୍ସାଳୟକୁ ପୁନର୍ବାର ଚାଲୁ ପାଇଁ ମୂଷାନାଳ ଗ୍ରାମବାସୀ ଜିଲାପାଳଙ୍କୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜକୁ ପ୍ରାୟ ୧୫ ବର୍ଷ ହେବ ଏହି ଚିକିତ୍ସାଳୟ ଭଗ୍ନ ଅବସ୍ଥାରେ ପଡିରହିଛି। ଏହି ଚିକିତ୍ସାଳୟ ଉପରେ ଅଞ୍ଚଳର ୮ ପଞ୍ଚାୟତର ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମର ଗୃହପାଳିତ ପ୍ରାଣୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଚିକିତ୍ସାଳୟ ବନ୍ଦ ହୋଇଥିବା ଯୋଗୁ ଲୋକେ ୩୦ କିଲୋମିଟର ଦୂର ଲାଞ୍ଜିଗଡ ଚିକିତ୍ସାଳୟକୁ ନେବାରୁ ପଡୁଛି। ଏ ନେଇ ଗ୍ରାମବାସୀ ଜିଲାପାଳ, ବିଧାୟକଙ୍କୁ ଦାବି କରିଛନ୍ତି।