Categories: ଫୁରସତ

ପ୍ରାଚୀନ ଶିବ ମନ୍ଦିର କିନ୍ତୁ ଅଧାଗଢା

ବିହାରର ଭୋଜପୁର ପାହାଡି ଅଞ୍ଚଳରେ ରହିଛି ଏମିତି ଏକ ଶିବ ମନ୍ଦିର ଯାହା ବିଶ୍ୱର ସର୍ବ ପୁରାତନ ଶିବ ମନ୍ଦିର ଭାବେ ପ୍ରସିଦ୍ଧ। ଏହାକୁ କେହି କେହି ଭୋଜଶ୍ୱର ଶିବ ମନ୍ଦି ବୋଲି ମଧ୍ୟ କହି ଥାଆନ୍ତି। ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏହା ଗୋଟିଏ ଖଣ୍ଡ ଚିକ୍କଣ ଲାଲ ପାଷାଣ ପଥରରେ ତିଆରି କରାଯାଇଛି। ତାହାପୁଣି ଅଧାଗଢା। ମନ୍ଦିର ଅଥବା ଲିଙ୍ଗ ସବୁ ଏଠାରେ ଅଧାଗଢା ଅବସ୍ଥାରେ ପୂଜା କରାଯାଉଛନ୍ତି। ଗର୍ଭ ଗୃହର ଦୁଇ ପଟରେ ଯବୁନା ଦେବୀ ଓ ଗଙ୍ଗା ଦେବୀଙ୍କ ମୂର୍ତ୍ତି ଲାଗିଛି। ଏହି ମନ୍ଦିରକୁ ଉତ୍ତର ଭାରତର ସୋମନାଥ ବୋଲି ମଧ୍ୟ କୁହାଯାଇଥାଏ। ଏହା ଭୋଜପୁରର ଏକ ପାହାଡ ଉପରେ ୧୧୫ ଫୁଟ ଲମ୍ବା, ୮୨ ଫୁଟ ଚଉଡ଼ା ଓ ୧୩ ଫୁଟ ଉଚ୍ଚ ଚଉତରା ଉପରେ ନିର୍ମାଣ କରାଯାଇଛି। ତେବେ ପରମାର ବଂଶର ପ୍ରସିଦ୍ଧ ରାଜା ଭୋଜ ଏହାକୁ ନିର୍ମାଣ କରିଥିବା ଇତିହାସ କୁହେ। ମନ୍ଦିର ମଧ୍ୟରେ ଶିବ-ପାର୍ବତୀ, ବ୍ରହ୍ମା-ସରସ୍ବତୀ, ରାମ-ସୀତା ଏବଂ ବିଷ୍ଣୁ-ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି। ବହୁ ଦୂରଦୂରାନ୍ତରରୁ ଭକ୍ତ ଏଠାକୁ ଦର୍ଶନ ଲାଗି ଆସିଥାଆନ୍ତି ବୋଲି ଶୁଣିବାକୁ ମିଳେ।

Share