ପ୍ରାକୃତିକ ଉପାୟରେ ହଟାନ୍ତୁ ଭାତୁଡ଼ି

ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଧ୍ୟ ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ।
ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଘଷନ୍ତୁ। ଏପରି କିଛି ସପ୍ତାହ କରନ୍ତୁ।

ଲେମ୍ବୁରସ: ଭାତୁଡ଼ି ହୋଇଥିବା ସ୍ଥାନରେ ଲେମ୍ବୁରସ ଲଗାଇଲେ ଲାଭଦାୟକ ହୋଇଥାଏ।

ଆଳୁରସ: ଭାତୁଡ଼ି ହଟାଇବା ପାଇଁ ଆଳୁରସ ଏକ ଭଲ ବିକଳ୍ପ। ରାତିସାରା ଆଳୁରସକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାଇ ଶୁଅନ୍ତୁ।
ସକାଳୁ ଉଠି ଭଲ ଭାବରେ ଧୋଇଦିଅନ୍ତୁ।

ବେକିଂ ସୋଡ଼ା: ତ୍ୱଚା ସମସ୍ୟା ଲାଗି ବେକିଂ ସୋଡ଼ା ବ୍ୟବହାର ସବୁଠୁ ଭଲ। ଜଡ଼ାତେଲରେ ବେକିଂ ସୋଡ଼ା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ।