ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଦେଖିଲେ ସର୍ବୋଚ୍ଚ ଯନ୍ତ୍ରୀ: ଶୀଘ୍ର ମତାମତ ଦେବାକୁ ଗ୍ରାମବାସୀଙ୍କୁ ପରାମର୍ଶ

ଆଠମଲ୍ଲିକ/ବଇଣ୍ଡା,୨୫।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଅକ୍ଷୟ କୁମାର ବାନାର୍ଜୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗୁରୁବାର ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଓ ନିର୍ମାଣାଧୀନ ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଇଂ. ବାନାର୍ଜୀ ପ୍ରଥମେ ପ୍ରସ୍ତାବିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେ ଓ ତାଙ୍କ ଟିମ୍‌ ଚାଲି ଚାଲି ବାରିବାଙ୍କିଆ ନାଳ ନିକଟକୁ ଯାଇ ନାଳର ଭୌଗୋଳିକ ସ୍ଥିତି ସମୀକ୍ଷା କରିଥିଲେ। ପରେ ପେଡ଼ିପଥର ପଞ୍ଚାୟତକୁ ଯାଇ ପଞ୍ଚାୟତ ସଭାଗୃହଠାରେ ଜନସାଧାରଣଙ୍କ ସହ ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମବାସୀ ପଲ୍ଲିସଭା ମାଧ୍ୟମରେ ସେମାନଙ୍କ ମତାମତ ଯେତେଶୀଘ୍ର ଦେବେ ସରକାର ସେତେଶୀଘ୍ର ଧଉରାଗୋଠ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିପାରିବେ ବୋଲି ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ପାଇଁ ୧୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପ୍ରକଳ୍ପ ନିର୍ମାଣ ହେଲେ ୩ଟି ପଞ୍ଚାୟତର ୨୨ଟି ଗ୍ରାମର ୨୨୩୦ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ଉକ୍ତ ଟିମ୍‌ ସଦସ୍ୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ଉଚ୍ଛେଦ ଆଗରୁ ଥଇଥାନ କର: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ରାସ୍ତା ପ୍ରଶସ୍ତୀକରଣ, ଡ୍ରେନ୍‌ ନିର୍ମାଣ ଏବଂ ଅନ୍ୟ ବିକାଶମୂଳକ ପ୍ରକଳ୍ପକୁ ଆଖି ଆଗରେ ରଖି ଏଭଳି…

ମା’ ସମଲେଶ୍ବରୀଙ୍କ ବ୍ରହ୍ମଚାରିଣୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି ହୋଇଛି। ଦ୍ବିତୀୟ ଦିବସ ଶୁକ୍ରବାରରେ ଦେବୀ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri