ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ ହେଉଥିଲେ ମଧ୍ୟ ବୁଧବାର ତିଥି ପଡିବାରୁ ରାତି ୮ଟାରୁ ଚନ୍ଦନେଶ୍ୱରଙ୍କ ଜଳାଭିଷେକ ଆରମ୍ଭ ହୋଇଛି। ଏଥିଲାଗି ମନ୍ଦିର ପରିସର ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ ଲୋକାରଣ୍ୟ ହୋଇପଡିଛି। ଅପରାହ୍ନ ସୁଦ୍ଧା ପୀଠରେ ପହଞ୍ଚିଥିବା ଲକ୍ଷାଧିକ କାଉଡିଆ ଭକ୍ତ ଧାଡିରେ ମୁଖ୍ୟ ଫାଟକ ଦେଇ ମନ୍ଦିର ପରିସରକୁ ଯାଇ ଜଳଲାଗି କରୁଛନ୍ତି। ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଭୋଗରାଇ ନିକଟସ୍ଥ ସୁବର୍ଣ୍ଣରେଖା ଘାଟରୁ ମନ୍ଦିର ଯାଏ ଭକ୍ତଙ୍କ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦି ରାଜ୍ୟରୁ ଆସିଥିବା ଭକ୍ତଙ୍କ ସୁଅ ଛୁଟିଥିଲା। ଏଥର ଚନ୍ଦନେଶ୍ୱର ପୀଠରେ ଅନ୍ୟବର୍ଷ ତୁଳନାରେ ଅଧିକ ଭକ୍ତଙ୍କ ଭିଡ ଜମୁଥିବାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସବୁଠି କଡାକଡି କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୫ରୁ ଅଧିକ ସ୍ଥାନରେ ମଧ୍ୟ ଭକ୍ତଙ୍କ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ବୁଧବାର ରାତି ୮ରେ ଜଳାଭିଷେକ ଲାଗି ମୁଖ୍ୟ ଫାଟକ ଖୋଲିବା ପରେ ଲକ୍ଷାଧିକ କାଉଡ଼ିଆ ଧାଡିରେ ଯାଇ ଜଳାଭିଷେକ ଆରମ୍ଭ କରିଥିଲେ। ଶୃଙ୍ଖଳିତ ଭାବେ ଭକ୍ତଙ୍କୁ ମନ୍ଦିରକୁ ଛାଡିବା ସକାଶେ ସ୍ଥାନୀୟ ବିଜୁ ପଟ୍ଟନାୟକ ଗୋଲେଇଠାରୁ ମନ୍ଦିର ଯାଏ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଲାଗି ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ଯୋଗେ ଭକ୍ତିସଙ୍ଗୀତ ପରିବେଷଣ ସାଙ୍ଗକୁ ଭକ୍ତଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା।
ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଚନ୍ଦନେଶ୍ୱର ମନ୍ଦିର ପରିସର ସମେତ ଏହା ଆଖପାଖର ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଧାଡିରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରି ଜଳଲାଗି କରିବା ପରେ ପ୍ରସ୍ଥାନ ଦ୍ୱାର ଦେଇ ବାହାରକୁ ଆସିଥିଲେ। ଏଥିସହ ମନ୍ଦିର ସଂଲଗ୍ନ ଜଳେଶ୍ୱର-ଚନ୍ଦନେଶ୍ୱର, ଥାନାଛକ-ପନ୍ତେଇଘାଟ, ଚନ୍ଦନେଶ୍ୱର-ବର୍ଡ଼ର ପ୍ରଭୃତି ମୁଖ୍ୟ ସ୍ଥାନରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ୧୫ଜଣ ଅଫିସର, ୨୦ କନଷ୍ଟେବଳ, ୫୦ ହୋମଗାର୍ଡ଼, ଜଳେଶ୍ୱର, ଭୋଗରାଇ, ତାଳସାରୀ ମେରାଇନ୍‌ ଥାନା, ଚନ୍ଦନେଶ୍ୱର ଓ ଭୋଗରାଇ ଫାଣ୍ଡିର ସମସ୍ତ କର୍ମଚାରୀ ମୁତୟନ ରହିଥିବା ଜଳେଶ୍ୱର ଏସ୍‌ଡ଼ିପିଓ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି. ଯୁଗଳକିଶୋର ଏବଂ ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଅନନ୍ତ ଦାସ ପ୍ରମୁଖ ଚନ୍ଦନେଶ୍ୱର ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି।
ମନ୍ଦିରକୁ ପ୍ରବେଶ ପାଇଁ ପ୍ରତ୍ୟେକ କାଉଡ଼ିଆଙ୍କ ନିମନ୍ତେ ୧୦ଟଙ୍କାର ଟିକେଟ କାଟିବାର ବ୍ୟବସ୍ଥା ହୋଇଥିବା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଅତ୍ୟଧିକ ଭିଡ ହେବାରୁ ଅନେକ ବୋଲବମ୍‌ ଭକ୍ତ ବିନା ଟିକେଟରେ ମନ୍ଦିର ପ୍ରବେଶ କରୁଥିବା ଦେଖାଯାଇଥିଲା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟରୁ ଆସିଥିବା ଭକ୍ତମାନେ ବିଭିନ୍ନ ନଦୀରୁ ପାଣି ଆଣି ଖାଲିପାଦରେ ଚନ୍ଦନେଶ୍ୱର ମନ୍ଦିରକୁ ଚାଲିଚାଲି ଆସିଥିଲେ। ସୁବର୍ଣ୍ଣରେଖା ପନ୍ତେଇଘାଟ, ଭୋଗରାଇ ଲକ୍‌ ଘାଟ, ରାଜଘାଟ, ଚିତ୍ରରେଖା ନଦୀ ଓ କୁଦୀ ଗଙ୍ଗାରୁ ବହୁ ଶ୍ରଦ୍ଧାଳୁ ପାଣି ଆଣି ମନ୍ଦିରକୁ ଆସି ମହାଦେବଙ୍କୁ ଜଳାଭିଷେକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri