Posted inଜାତୀୟ

ପ୍ରଶ୍ନ ଘେରରେ ଏନ୍‌କାଉଣ୍ଟର

୨୦୧୨ ଡିସେମ୍ବର ୧୬ ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡକୁ ୭ ବର୍ଷ ପୂରିବାକୁ ଯାଉଛି। ଏହି ମାମଲାର ଦୋଷୀମାନଙ୍କୁ ଫାଶୀଖୁଣ୍ଟ ଅପେକ୍ଷା କରିଥିବାବେଳେ ଗତ ୨୭ରେ ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ପୋଡ଼ିଦିଆଯାଇଛି। ୨୮ରେ ପୀଡ଼ିତାଙ୍କ ମୃତଦେହ ମିଳିଥିଲା ଓ ୨୯ ତାରିଖରେ ୪ ଜଣଙ୍କୁ ଗିରଫ କରି ଅଭିଯୁକ୍ତ ଦର୍ଶାଯାଇଥିଲା। ଡିସେମ୍ବର ୬ରେ ସେମାନଙ୍କୁ ଅପରାଧସ୍ଥଳକୁ ନେଇ ଛାନଭିନ କରୁଥିଲା ପୋଲିସ। ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଏନ୍‌କାଉଣ୍ଟରରେ ଟଳିପଡ଼ିଥିବା ପୋଲିସ କହିଛି। ଏଭଳି କାର୍ଯ୍ୟାନୁଷ୍ଠାନକୁ ‘ନ୍ୟାୟ ବହିର୍ଭୂତ ହତ୍ୟା’ ବୋଲି ଅନେକେ ସମାଲୋଚନା କଲେଣି । ଅଭିଯୁକ୍ତମାନେ କ’ଣ ପ୍ରକୃତ ଦୋଷୀ, ସେମାନଙ୍କ ଦୋଷ ପ୍ରମାଣିତ ହୋଇଛି କି ଏବଂ ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ନୁହେଁ ତ? ଏଭଳି ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାରେ ଛିଡ଼ାହୋଇଛି ପୋଲିସ। ପଦକ୍ଷେପକୁ କେତେକ ମହଲରେ ସ୍ବାଗତ କରାଯାଉଥିବାବେଳେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ମାନବାଧିକାର କର୍ମୀ ଓ ଅନେକ ରାଜନେତା ମଧ୍ୟ ଏନ୍‌କାଉଣ୍ଟରର ବୈଧତାକୁ ନେଇ ଉଠାଉଛନ୍ତି ପ୍ରଶ୍ନ, ଯାହାର ଉତ୍ତର ଉଭୟ ତେଲଙ୍ଗାନା ସରକାର ଓ ସାଇବରାବାଦ ପୋଲିସଠାରୁ ଦେଶ ଚାହୁଁଛି। କାରଣ ୨୦୧୭ ସେପ୍ଟେମ୍ବର ୮ରେ ଗୁରୁଗ୍ରାମର ର଼୍ୟାନ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କ ମୃତଦେହ ମିଳିବା ପରେ ବସ୍‌ କଣ୍ଡକ୍ଟରଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲା ପୋଲିସ। ନଭେମ୍ବର ୮ରେ ସିବିଆଇ ଧରିଥିଲା ପ୍ରକୃତ ଦୋଷୀଙ୍କୁ। ପରୀକ୍ଷା ଘୁଞ୍ଚାଇଦେବା ପାଇଁ ଚାହୁଁଥିବା ଉକ୍ତ ସ୍କୁଲର ଜଣେ ଏକାଦଶ ଶ୍ରେଣୀ ଛାତ୍ର ଭିଆଇଥିଲେ ଏହି କାଣ୍ଡ। ହାଇଦ୍ରାବାଦ ମାମଲାରେ ନିଜ ପକ୍ଷ ରଖିବା ପାଇଁ ଅଭିଯୁକ୍ତମାନେ ଜୀବିତ ନ ଥିବାରୁ ଏହି ବହୁଚର୍ଚ୍ଚିତ ତଥା ବିବାଦୀୟ ଏନ୍‌କାଉଣ୍ଟର ଦେଶର ଆଇନ ବ୍ୟବସ୍ଥା ପାଇଁ ଏକ ନକାରାମତ୍କ ଦୃଷ୍ଟାନ୍ତ ହୋଇ ରହିବ ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି।

ତେଲଙ୍ଗାନାରେ ୭ ବିବାଦୀୟ ଏନ୍‌କାଉଣ୍ଟର : ପୋଲିସ ଲେଖିଥିଲା ହତ୍ୟା କାହାଣୀ

ନୂଆଦିଲ୍ଲୀ,୭ା୧୨: ଶୁକ୍ରବାର ସକାଳେ ଲୋକଙ୍କ ନିଦ ଭାଙ୍ଗି ନ ଥିବାବେଳେ ହାଇଦ୍ରାବାଦ ପୋଲିସ ଗୁଳିରେ ମରିସାରିଥିଲେ ୪ ଜଣ ଅଭିଯୁକ୍ତ। ମହିଳା ଡାକ୍ତରଙ୍କୁ କିପରି ବଳାତ୍କାର ପରେ ହତ୍ୟା କରି ଜାଳି ଦେଇଥିଲେ ତାହାର ରହର୍ସାଲ ପାଇଁ ମହମ୍ମଦ ଆରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଓ ଚିନ୍ତାକୁଣ୍ଟା ଚେନ୍ନାକେଶବୁଲ୍ଲୁଙ୍କୁ ଅପରାଧସ୍ଥଳକୁ ନିଆଯାଇଥିବାବେଳେ ସେମାନେ ପୋଲିସକୁ ଆକ୍ରମଣ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତମାନେ ଟଳିପଡ଼ିଥିଲେ ବୋଲି ସାଇବରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ତେଲଙ୍ଗାନା ପୋଲିସର ୭ଟି ଏନ୍‌କାଉଣ୍ଟରକୁ ନେଇ ବିବାଦ ଉଠିଥିଲା। ଉକ୍ତ ମାମଲାଗୁଡ଼ିକରେ ପୋଲିସ ନିଜେ ହତ୍ୟାର କାହାଣୀ ଲେଖିଥିଲା।
୨୦୧୫ରେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ତେଲଙ୍ଗାନା। ଏଠାରେ ଏହା ପୂର୍ବର କେତେକ ଏନ୍‌କାଉଣ୍ଟରର ଅବତାରଣା କରାଯାଉଛି।
ଏନ୍‌କାଉଣ୍ଟର ୧
୨୦୦୮ ଡିସେମ୍ବରରେ ଆନ୍ଧ୍ର ପୋଲିସ ୩ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲା। ଓ୍ବାରଙ୍ଗଲରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଉପରେ ଏସିଡ୍‌ ଫିଙ୍ଗିଥିବା ସେମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଜନ ଆକ୍ରୋଶକୁ ଶାନ୍ତ କରିବା ପାଇଁ ପୋଲିସ ଜାଣିଶୁଣି ସେମାନଙ୍କୁ ଏନ୍‌କାଉଣ୍ଟରରେ ମାରିଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା ତଦନ୍ତର ନେତୃତ୍ୱ ନେଉଥିତ୍ବା ସାଇବରାବାଦ ପୋଲିସ ମୁଖ୍ୟ ଭି.ସି. ସଜ୍ଜନାର ସେତେବେଳେ ଓ୍ବାରଙ୍ଗଲ ଏସ୍‌ପି ଥିଲେ। ସେତେବେଳେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଅପରାଧ ସ୍ଥଳକୁ ନେଇଥିବାବେଳେ ଆକ୍ରମଣର ଶିକାର ହୋଇ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଥିଲା।
ଏନ୍‌କାଉଣ୍ଟର ୨
ଏହାର ୭ ବର୍ଷ ପରେ ତେଲଙ୍ଗାନା ରାଜ୍ୟ ପୋଲିସ ଗଠନ ହୋଇଥିଲା। ସେତେବେଳେ ନାଲଗୋଣ୍ଡା ଜିଲାରେ ତେହରିକ୍‌ ଗାଲିବା-ଇ-ଇସ୍‌ଲାମ (ଜିଟିଆଇ) ସଦସ୍ୟ ଭିକାରୁଦ୍ଦିନ ଅହମ୍ମଦଙ୍କ ସମେତ ୫ ଜଣଙ୍କୁ ଗୁଳିକରି ହତ୍ୟା କରିଥିଲା ପୋଲିସ। ଓା୍ବରଙ୍ଗଲ ଜେଲରେ ବିଚାରାଧୀନ କଏଦୀ ଥିବା ଏହି ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ କୋର୍ଟକୁ ହାଜିରା ପାଇଁ ନିଆଯାଉଥିବାବେଳେ ସେମାନେ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରିଥିବା ପୋଲିସ କହିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପ ଓ ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ ଥିବା ଭିକାରୁଦ୍ଦିନ ଓ ଅନ୍ୟମାନଙ୍କ ହାତରେ ହ୍ୟାଣ୍ଡକଫ୍‌ ଥିବାବେଳେ ସେମାନେ କିପରି ଅସ୍ତ୍ରଶସ୍ତ୍ର ଛଡ଼ାଇଥିଲେ ବୋଲି ପ୍ରଶ୍ନ ଉଠିଥିଲା। ଲେଖକ ବରବରା ରାଓ ମଧ୍ୟ ଏହାକୁ ପୋଲିସର ସୁନିୟୋଜିତ ହତ୍ୟାକାଣ୍ଡ ବୋଲି ଦର୍ଶାଇଥିଲେ।
ଏନ୍‌କାଉଣ୍ଟର ୩
ତେଲଙ୍ଗାନା ରାଜ୍ୟ ଗଠନ ହେବାର ବର୍ଷକ ପରେ ପୋଲିସ ମାଓବାଦୀ ଦର୍ଶାଇ ଆଉ ଏକ ଏନ୍‌କାଉଣ୍ଟର କରିଥିଲା। ୨୦୧୫ ଜୁନରେ ୧୯ ବର୍ଷୀୟ ବିବେକ କୋଡାମାଗୁଣ୍ଡଲା ଓ ଅନ୍ୟ ଦୁଇ ମହିଳା ମାଓବାଦୀଙ୍କୁ ତେଲଙ୍ଗାନା-ଛତିଶଗଡ଼ ସୀମାରେ ଗୁଳିକରି ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ହାଜତରେ ପୋଲିସ ଅକଥନୀୟ ଅତ୍ୟାଚାର କରିବା ପରେ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏପରି କି ସେମାନେ ମାଓବାଦୀ ନ ଥିଲେ ବୋଲି କୁହାଯାଇଥିଲା।
ଏନ୍‌କାଉଣ୍ଟର ୪
ଏହାର କିଛିମାସ ପରେ ୨୦୧୫ ସେପ୍ଟେମ୍ବରରେ ଦୁଇଜଣ ସନ୍ଦିଗ୍ଧ ମାଓବାଦୀ ଶ୍ରୁତି ଓରଫ ମାହିଥା(୨୩) ଓ ବିଦ୍ୟାସାଗର ରେଡ୍ଡୀ ଓରଫ ସାଗର (୩୨)ଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ମଧ୍ୟ ବରବରା ରାଓ ଫେକ୍‌ ଏନ୍‌କାଉଣ୍ଟର ଦର୍ଶାଇ ନିନ୍ଦା କରିଥିଲେ।
ଏନ୍‌କାଉଣ୍ଟର ୫
୨୦୧୭ ଡିସେମ୍ବରରେ ତେଲଙ୍ଗାନାର ଭଦ୍ରାଦ୍ରି କୋଠଗୁଣ୍ଡେମ୍‌ ଜିଲାରେ ୮ ସନ୍ଦିଗ୍ଧ ମାଓବାଦୀ ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ସେମାନେ ସମସ୍ତେ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ବର୍ଗର ଥିଲେ। ମାଓବାଦୀମାନେ ଗୁଳି ଚଳାଇବା ପରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ପୋଲିସ କହିଥିଲା। କିନ୍ତୁ ପରିବାର ଲୋକେ କହିଥିଲେ, ସେମାନେ ମାଓବାଦୀ ନୁହନ୍ତି କି ପୋଲିସକୁ ଗୁଳି ଚଳାଇନାହାନ୍ତି।
ଏନ୍‌କାଉଣ୍ଟର ୬
ଗତ ଜୁଲାଇରେ ତେଲଙ୍ଗାନା ପୋଲିସ ସମାନ ଶୈଳୀରେ ଏନ୍‌କାଉଣ୍ଟର କାହାଣୀ ଲେଖିଥିଲା। ଆଦିବାସୀ ଲିଙ୍ଗାନ୍ନାଙ୍କୁ ସିପିଆଇ (ଏମ୍‌ଏଲ୍‌) ନ୍ୟୁ ଡେମୋକ୍ରାସିର ଏରିଆ କମାଣ୍ଡର ଦର୍ଶାଇ ଗୁଳି କରିଥିଲା। କିନ୍ତୁ ଲିଙ୍ଗାନ୍ନା ଜଣେ ସାମାଜିକ କର୍ମୀ ଥିଲେ ଓ ଲୋକଙ୍କ ପାଇଁ ଆନ୍ଦୋଳନ କରୁଥିଲେ ବୋଲି ତାଙ୍କ ପୁଅ ହରି ଅଭିଯୋଗ ଆଣିଥିଲେ।
ଏନ୍‌କାଉଣ୍ଟର ୭
ସବୁଠୁ ବଡ଼ ଚାଞ୍ଚଲ୍ୟକର ଏନ୍‌କାଉଣ୍ଟର ୨୦୧୬ ଅଗଷ୍ଟରେ କରିଥିଲା ତେଲଙ୍ଗାନା ପୋଲିସ। ୧୯୯୩ରେ ଆଇପିଏସ୍‌ ଅଧିକାରୀ କେ.ଏସ୍‌. ବ୍ୟାସଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ସେହିବର୍ଷ ମହମ୍ମଦ ନଇମୁଦ୍ଦିନ ଗିରଫ ହୋଇଥିଲେ। ସେ ୨୦୦୦ରେ ଜାମିନରେ ଆସିବା ପରେ ପୋଲିସ ଇନ୍‌ଫର୍ମର ସାଜିଥିଲେ। ନଇମୁଦ୍ଦିନ ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ପୋଲିସ ତାଙ୍କୁ ଗୁଳିକରି ହତ୍ୟା କରିଥିଲା।

୯ରେ ଏନ୍‌କାଉଣ୍ଟର ଶୁଣାଣି
ହାଇଦ୍ରାବାଦ ହାଇକୋର୍ଟ ୯ ତାରିଖରେ ପୋଲିସ ଏନ୍‌କାଉଣ୍ଟର ଘଟଣାର ଶୁଣାଣି କରିବେ। ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ମୃତଦେହକୁ ସଂରକ୍ଷିତ ରଖିବା ଲାଗି ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆଇନ ବହିର୍ଭୂତ ହତ୍ୟାକାଣ୍ଡ ହୋଇଥିବା ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ପାଇଁ ମୁଖ୍ୟ ବିଚାରପତିଙ୍କ ପାଖରେ ଆବେଦନ କରାଯାଇଥିଲା। ଶବ ବ୍ୟବଚ୍ଛେଦର ଭିଡିଓ ସିଡି କିମ୍ବା ପେନ୍‌ ଡ୍ରାଇଭ୍‌ରେ ମେହବୁବନଗର ମୁଖ୍ୟ ଜିଲା ଜଜ୍‌ଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେଇମାନି କାର୍ଯ୍ୟ: ଅଭିଯୁକ୍ତଙ୍କ ପରିବାର
୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ପରିବାର ସ୍ତବ୍ଧ ହୋଇଛନ୍ତି। ଏହା ପୋଲିସର ବେଇମାନି କାର୍ଯ୍ୟ ବୋଲି ସେମାନେ ପ୍ରତିକ୍ରିୟାରେ କହିଛନ୍ତି। ଅଭିଯୁକ୍ତ ଚେନ୍ନାକେଶବୁଲୁଙ୍କ ସ୍ତ୍ରୀ ରେଣୁକା କହିଛନ୍ତି, ସେ ସ୍ବାମୀଙ୍କ ବିନା ବଞ୍ଚତ୍ପାରିବେ ନାହିଁ। ତାଙ୍କୁ ମଧ୍ୟ ଅପରାଧ ସ୍ଥଳକୁ ନେଇ ହତ୍ୟା କରାଯାଉ ବୋଲି ସେ ଆହ୍ବାନ ଦେଇଛନ୍ତି। ପୋଲିସ ଜେରା ପରେ ଫେରାଇଦେବ କହି ଚେନ୍ନାକେଶବୁଲୁଙ୍କୁ ନେଇଥିଲା। ତେବେ ଅତି ନିଷ୍ଠୁର ଭାବେ ସେମାନେ ତାଙ୍କୁ ହତ୍ୟା କଲେ। ପୋଲିସ ମୋ ସ୍ବାମୀଙ୍କୁ ଫେରାଉ ନଚେତ୍‌ ମୋତେ ହତ୍ୟା କରୁ ବୋଲି ରେଣୁକା କହିଛନ୍ତି। ଅନ୍ୟତମ ଅଭିଯୁକ୍ତ ଜୋଲୁ ଶିବାଙ୍କ ବାପା ରାଜାପ୍ପା କହିଛନ୍ତି, ତାଙ୍କ ପୁଅ ବଳାତ୍କାର ଓ ହତ୍ୟା କରିଥିବା ସ୍ବୀକାର କରିସାରିଛି। ତେଣୁ ତାଙ୍କୁ ହତ୍ୟା କରିବାରେ ପୋଲିସର କୌଣସି ଭୁଲ୍‌ ଥିବା ସେ ଦେଖୁନାହାନ୍ତି ବୋଲି କହିଛନ୍ତି। ତେବେ ପୂର୍ବରୁ ଯେତେସବୁ ବଳାତ୍କାର ଓ ହତ୍ୟାକାଣ୍ଡ ଘଟିଛି, ସେସବୁ ମାମଲାରେ ଅପରାଧୀଙ୍କୁ ପୋଲିସ ଏଭଳି ଦଣ୍ଡ ଦେଇଥିଲା କି ବୋଲି ଅଭିଯୁକ୍ତଙ୍କ ବାପା ପ୍ରଶ୍ନ କରିଛନ୍ତି। ପୋଲିସ ଯୋଜନାବଦ୍ଧ ଭାବେ ହତ୍ୟାକରିଥିବା ଅଭିଯୁକ୍ତ ଚୋଲୁ ନବୀନଙ୍କ ବାପା ୟେଲ୍ଲାପ୍ପା କହିଛନ୍ତି। ତାଙ୍କ ପୁଅକୁ ଭେଟିବାକୁ ପୋଲିସ ସୁଯୋଗ ଦେଇ ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବିଚାର ନ ହେଉଣୁ କ’ଣ ପାଇଁ ଅଭିଯୁକ୍ତମାନଙ୍କୁ ଦଣ୍ଡ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅରିଫଙ୍କ ମାଆ ପୁଅର ମୃତ୍ୟୁ ଖବର ଶୁଣି ଚେତାଶୂନ୍ୟ ହୋଇଯାଇଥିଲେ ଓ ଖବରଦାତାଙ୍କୁ କିଛି କହିବାକୁ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri