ପ୍ରଶାସନ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୨ା୪-ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ନିରାଶ୍ରୟ, ବହିରାଗତ, ଦିନମଜୁରିଆ, ବାହାରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ବାହାର ଜିଲା ତଥା ବାହାର ରାଜ୍ୟରୁ ଆସି ଭଦ୍ରକରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଜିଲାର ୧୪୫ଟି କେନ୍ଦ୍ରରେ ମୋଟ୨୨୦୧ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୨୦୨୯ଜଣ ବୟସ୍କ ଥିବା ବେଳେ ୧୭୨ଜଣ ପିଲା ଅଛନ୍ତି।
ଭଦ୍ରକ ବ୍ଳକ ଅଞ୍ଚଳରେ ୨୬ଟି କେନ୍ଦ୍ରରେ ୪୭୫, ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୧୭ଟି କେନ୍ଦ୍ରରେ ୧୮୧, ବାସୁଦେବପୁର ବ୍ଲକରେ ୨୩ଟି କେନ୍ଦ୍ରରେ ୨୬୮, ବନ୍ତ ବ୍ଲକରେ ୩୦ଟି କେନ୍ଦ୍ରରେ ୭୬୯, ଚାନ୍ଦବାଲି ବ୍ଲକରେ ୨୯ଟି କେନ୍ଦ୍ରରେ ୨୫୦, ଧାମନଗର ବ୍ଲକରେ ୧୫ଟି କେନ୍ଦ୍ରରେ ୧୭୭ ଏବଂ ତିହିଡି ବ୍ଲକରେ ୫ଟି କେନ୍ଦ୍ରରେ ୮୧ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ସେହିପରି ନିରାଶ୍ରୟ, ଦିନମଜୁରିଆଙ୍କୁ ଜିଲାତମାମ ମୋଟ ୨୧ଟି କେନ୍ଦ୍ରରେ ୧୩ ହଜାର ୯୭୦ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୧୨ହଜାର ୧୦୨ଜଣ ବୟସ୍କ ଥିବା ବେଳେ ୧୮୬୮ଜଣ ପିଲା ଅଛନ୍ତି। ଭଦ୍ରକ ବ୍ଲକ ଅଞ୍ଚଳରେ ୩୬ଟି କେନ୍ଦ୍ରରେ ୫୨୮୮ଜଣ, ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୨୨ଟି କେନ୍ଦ୍ରରେ ୧୮୪୨, ବାସୁଦେବପୁର ବ୍ଲକରେ ୩୬ଟି କେନ୍ଦ୍ରରେ ୮୫୭, ବନ୍ତ ବ୍ଲକରେ ୨୫ଟି କେନ୍ଦ୍ରରେ ୭୬୯, ଚାନ୍ଦବାଲି ବ୍ଲକରେ ୨୯ଟି କେନ୍ଦ୍ରରେ ୧୯୮୫ଜଣ, ଧାମନଗର ବ୍ଲକରେ ୩୧ଟି କେନ୍ଦ୍ରରେ ୨୭୦୫ ଏବଂ ତିହିଡ଼ି ବ୍ଲକରେ ୩୧ଟି କେନ୍ଦ୍ରରେ ୫୨୪ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। କେହି ନିରାଶ୍ରୟ, ଦିନମଜୁରିଆ କିମ୍ବା ବାହାର ଅଞ୍ଚଳର ଲୋକେ ଯେପରି ଭୋକିଲା ନ ରହନ୍ତି ସେ ଦିଗରେ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।