୧୦ ଦିନ ହେଲା ଧାନ ଜଗିଛନ୍ତି କର୍ଲାମୁଣ୍ଡା ଚାଷୀ

କର୍ଲାମୁଣ୍ଡା,୪।୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ଚାଷୀମାନେ ଧାନବସ୍ତା ରଖିବାର ୧୦ ଦିନ ବିତିଛି। ହେଲେ ଧାନ ଉଠାଇବା ଲାଗି ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନକୁ ଜଗି ରହୁଥିବା ଦେଖିବାକୁ ମିଳିଛି।

ସୂଚନାମତେ, ଜାନୁୟାରୀ ଶେଷ ସପ୍ତାହରୁ ସଂ.ମାଲପଡା, ପୁଟିଗଁା, ରାଜପୁର, କର୍ଲାମୁଣ୍ଡା, ଝାରମୁଣ୍ଡା ଓ ଓଡିଆମୁଣ୍ଡା ପ୍ରମୁଖର ପ୍ରାୟ ୨୧୦ ଜଣ ଚାଷୀ ୧୭ ହଜାର କୁଇଣ୍ଟାଲ ଧାନ ପକାଇବାର ଦୀର୍ଘଦିନ ବିତିଥିଲେ ହେଁ ମଣ୍ଡିରୁ ଧାନ ଉଠିପାରୁନାହିଁ। ଏନେଇ ସଂ.ମାଲପଡା ଚାଷୀ ଅନ୍ତରାମ ସାହୁ, ପୁଟିଗଁା ଚାଷୀ ଗୋପୀନାଥ ସାହୁ, ରାଜପୁର ଚାଷୀ ବିଶିକେଶନ ସାହୁ ଅଭିଯୋଗ କରିଛନ୍ତି।

କର୍ଲାମୁଣ୍ଡା ସମବାୟ ସଂପାଦକ ଭବାନୀ ଶଙ୍କର ସାହୁଙ୍କୁ ପଚାରିବାରୁ ପୂର୍ବରୁ ଚାଷୀମାନଙ୍କ ଟୋକନ୍‌ ଇସ୍ୟୁ ହୋଇଥିଲା ଓ ସେ ସମୟରେ ରିଞ୍ଜାଠାରେ ସବ୍‌ ମଣ୍ଡି ଚାଲୁଥିବାରୁ କର୍ଲାମୁଣ୍ଡା ମଣ୍ଡି ବନ୍ଦ ରହିଥିଲା। ଫଳରେ ଚାଷୀଙ୍କ ଟୋକନ ଡିଲିଟ୍‌ ହୋଇଗଲା। ଏବେ ସେମାନେ ବିନା ଟୋକନରେ ଧାନ ପକାଇଥିବାରୁ ଏହାକୁ ଉଠାଇବା ନେଇ ସମସ୍ୟା ଉପୁଜିଛି ବୋଲି କହିଛନ୍ତି। ଅପରପକ୍ଷେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀଙ୍କୁ ପଚାରିବାରୁ ମୁଁ ମଣ୍ଡି ପରିଦର୍ଶନ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଛି। ଭୁବନେଶ୍ୱରସ୍ତରରେ ଯାହା ହେବ ତାହା ହିଁ ହୋଇପାରିବ। କାରଣ ଟୋକନ ଇସ୍ୟୁ ଭୁବନେଶ୍ୱରରେ ହିଁ ହେଉଛି ବୋଲି କହିଥିଲେ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri