ପ୍ରଶାସନ ଟାଣିଲା ଲକ୍ଷ୍ମଣ ରେଖା

ଅନୁଗୋଳ ଅଫିସ, ୨୫।୩- ଲକ୍‌ଡାଉନ ଘୋଷଣା ପରଠାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁଗୋଳ ସହରର ବିଭିନ୍ନ ଦୋକାନରେ ଭିଡ଼ ବଢ଼ୁଛି। ବୁଧବାର ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସହର ପରିଦର୍ଶନ କରି ଏପରି ଭିଡ଼ ନ ଲଗାଇବାକୁ କହିଥିଲେ। ସେହିପରି ଜିଲାପାଳ ମନୋଜ କୁମାର ମହାନ୍ତି ଓ ଏସ୍‌ପି ଜଗମୋହନ ମୀନା ମଧ୍ୟ ଭିଡ଼ ହ୍ରାସ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ସମସ୍ତ ପାଇକାରୀ ଓ ଖୁଚୁରା ରାଶନ, ପରିବା ଦୋକାନ ସମ୍ମୁଖରେ ୧ରୁ ୨ ମିଟର ଦୂରତାର ଧଳା ଗୋଲେଇ ଚିହ୍ନ ଲଗାଇ ତା ମଧ୍ୟରେ ଧାଡ଼ିରେ ଠିଆ ହୋଇ ସାମଗ୍ରୀ କିଣିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଲକ୍ଷ୍ମଣ ରେଖା ବୋଲି କୁହାଯାଉଥିବା ଏହି ଚିହ୍ନ ବାହାରେ ଜମା ହୋଇଥିବା ଗ୍ରାହକମାନଙ୍କୁ ସାମଗ୍ରୀ ନ ଦେବାକୁ ବ୍ୟବସାୟୀଙ୍କୁ କହିଥିଲେ। ଏଥିସହ ଦୋକାନ ସମ୍ମୁଖରେ ରୁଣ୍ଡ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାଇ ଦେଇଥିଲେ। ମାଲ ପରିବହନ ଉପରେ କୌଣସି କଟକଣା ନ ଥିବାରୁ ନିୟମିତ ଭାବେ ଜିଲାକୁ ଆବଶ୍ୟକ ରାଶନ ସାମଗ୍ରୀ ଓ ପନିପରିବା ଆସି ପହଞ୍ଚତ୍ପାରୁଛି। ସେଥିପାଇଁ ସମସ୍ତେ ଘରେ ରୁହନ୍ତୁ। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କ୍ରୟ କରିବା ସହ ଭିଡ଼ ନ କରିବାକୁ ଜିଲାପାଳ ଓ ଏସ୍‌ପି ଗ୍ରାହକମାନଙ୍କୁ ନିବେଦନ କରିଥିଲେ। ସେହିପରି ବନ୍ତଳା ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଦୋକାନ ସମ୍ମୁଖରେ ଧଳା ରଙ୍ଗର ଛକି ଚିହ୍ନ ଦିଆଯାଇଛି। ଥାନା ଦାୟିତ୍ୱରେ ଥିବା ସୌରବ ଓତା, ଆଇଆଇସି ଗୀତା ସାହୁ, ଏସ୍‌ଆଇ ନିରଞ୍ଜନ ନାୟକ ପ୍ରମୁଖ ବନ୍ତଳା, ବଡ଼କେରା, ପୁରୁଣାଗଡ଼, ବେଡାଶାସନ, କରତପଟା, ପୋକତୁଙ୍ଗା, ଖିଣ୍ଡା, ଗଡ଼ତରାସ ଆଦି ଅଞ୍ଚଳର ଦୋକାନ ସମ୍ମୁଖରେ ଛକି ଚିହ୍ନ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri