ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ ଦେଇ ହାତୀନଦୀରେ ପାଣି ଛାଡି କୃତ୍ରିମ ବନ୍ୟା ସୃଷ୍ଟି କରି ଲୋକଙ୍କୁ ଆତଙ୍କିତ କରିଦେଇଛି ପ୍ରଶାସନ । ଗତ ୫ ତାରିଖ ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପରୁ ୬୦୦ ମେଗାୱାଟ୍‌ ବିଦ୍ୟୁତ ଉପତ୍ାଦନ କରାଯାଇଥିଲା । ଏଥିସହ ୩୨୦.୬୫ କ୍ୟୁସେକ୍‌ ଜଳ ହାତୀନଦୀରେ ଛଡାଯାଇଥିଲା। ହଠାତ୍‌ ଏଭଳି ପଦକ୍ଷେପ ଯୋଗୁ କଲମପୁର ବ୍ଲକରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଚାଷୀଙ୍କ ସମେତ ବନ୍ୟା ପ୍ରପୀଡିତ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିନ ୨ ଟା ପରେ ୨୭୮.୪ କ୍ୟୁସେକ୍‌ ପାଣି ହାତୀନଦୀରେ ପ୍ରବାହିତ ହୋଇ ଚାଷ ଜମି ନଷ୍ଟ କରିଥିଲ॥ ଅନେକ ଚାଷୀଙ୍କ ବିଦ୍ୟୁତ୍‌ଚାଳିତ ପାଣି ପମ୍ପ, ଚାଷୋପକରଣ ଯନ୍ତ୍ରପାତି ବନ୍ୟା ପାଣିରେ ନଷ୍ଟ ହୋଇଯାଇଛିା ବିରିପୁର ମାଟିଖାଲ ରାସ୍ତାରେ ୩ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା। କଲମପୁର ତହସିଲଦାର ୨୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ଯୋଗୁ ନିର୍ମାଣାଧୀନ ରାସ୍ତାର ମାଟି ଚାଷ ଜମିକୁ ଧୋଇଯାଇଛିା ବର୍ଷା ପରିମାଣ କଲମପୁରରେ ୪୨ ଏବଂ ଥୁଆମୂଳ ରାମପୁରରେ ୯୨ ମିମି ହୋଇଛି। ଭବିଷ୍ୟତରେ ପ୍ରଶାସନର ଏଭଳି ଖାମଖିଆଲ ପଦକ୍ଷେପ ସୃଷ୍ଟିହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।