ପ୍ରଶାସନ ଉପରେ ବଢ଼ିଲା ଚାପ: ପରିବହନ ସ୍ବାଭାବିକ ପାଇଁ ଦାବିପତ୍ର

ତାଳଚେର,୪ା୮(ନି.ପ୍ର.)-ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ୪ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପୂର୍ବପରି ଟ୍ରକ୍‌ ଗୁଡିକରେ କୋଇଲା ପରିବହନ ପାଇଁ ପଦକ୍ଷେପ ନେବାକୁ ତାଳଚେର କୋଲ୍‌ କଞ୍ଜ୍ୟୁମର ଆସୋସିଏଶନ ଓ ଟ୍ରକ୍‌ ମାଲିକମାନଙ୍କ ପକ୍ଷରୁ ଶନିବାର ପ୍ରଶାସନ ନିକଟରେ ଦାବି କରାଯାଇଛି।
ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ, ଖଣି ବନ୍ଦ ଆନ୍ଦୋଳନ ଯୋଗୁ ତାଳଚେର କୋଇଲା ପରିବହନରେ ନିୟୋଜିତ ହଜାର ହଜାର ଟ୍ରକ୍‌ ୧୦ ଦିନ ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି। ତେଣୁ ଉକ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯିବା ଦିଗରେ ପଦକ୍ଷେପ ନେବାକୁ ତାଳଚେର ଯୁବ ସଙ୍ଗଠନ ପକ୍ଷରୁ ଶନିବାର ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସଙ୍ଗଠନ ସଭାପତି ତୁଷାର କୁମାର ସାହୁଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ, ଭରତପୁର ଖଣି ଦୁର୍ଘଟଣାରେ ମୃତ ଶ୍ରମିକମାନଙ୍କ ପରିବାରକୁ ଏଯାଏ ଉପଯୁକ୍ତ କ୍ଷତିପୂରଣ ଦିଆଯାଇ ନାହିଁ। ଏଥିପାଇଁ