ପ୍ରଶାସନ ଉଦାସୀନତାର ପ୍ରତିବାଦ:ସୁକୁମାରେ ମିିଶିବାକୁ ଯାଉଥିଲେ ଗ୍ରାମବାସୀ

ମାଲକାନଗିରି,୨୧।୧ (ଡି.ଏନ୍‌.ଏ.)
ମାଲକାନଗିରି ଜିଲା ସଦର ବ୍ଲକ ମାଟାପାକା ପଞ୍ଚାୟତ କତାମାଟେରୁ ଗ୍ରାମର ୧୫୦ ଆଦିବାସୀ ପରିବାର ନିଜ ପୂର୍ବ ନିଷ୍ପତ୍ତି ଅନୁସାରେ ସୋମବାର ସୁକୁମାରେ ମିଶିବା ଲାଗି ସୁକୁମା ଜିଲାପାଳଙ୍କୁ ଭେଟିବାକୁ ଯାଉଥିଲେ। ଗତ ୧୩ରେ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ହୋଇଥିଲା। ଦୀର୍ଘ ୭୨ ବର୍ଷ ଧରି ସେମାନେ ବିଭିନ୍ନ ସମସ୍ୟାରେ ଦିନ କାଟୁଛନ୍ତି। ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ବୈଠକରେ ପ୍ରଶାସନ ସେମାନଙ୍କ ସମସ୍ୟା ସମାଧାନ ନ କଲେ ସେମାନେ ଛତିଶଗଡ଼ର ସୁକୁମା ଜିଲାରେ ମିଶିବେ ବୋଲି ନିଷ୍ପତ୍ତି ନେଇଥିଲେ। ସୋମବାର ଗ୍ରାମବାସୀ ସୁକୁମା ଜିଲାପାଳଙ୍କୁ ଭେଟିବା ପାଇଁ ଯାଉଥିଲେ। ଏହି ଖବର ପାଇ ମାଲକାନଗିରି ପୂର୍ବତନ ବିଧାୟକ ତଥା ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମି କତାମାଟେରୁ ଗ୍ରାମକୁ ଯାଇ ଲୋକମାନଙ୍କୁ ଅଟକାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ସମସ୍ୟା ସେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ସୁକୁମା ଜିଲାପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥଗିତ ରଖିଛନ୍ତି। ଏନେଇ ସେମାନେ ପୂର୍ବତନ ବିଧାୟକ ମାଡକାମିଙ୍କୁ ୧୫ ଦିନ ସମୟ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଗ୍ରାମର ଅନ୍ୟତମ ମୁଖ୍ୟ ସମସ୍ୟା ରାସ୍ତା କାମ ଆରମ୍ଭ ନ ହେଲେ ଗ୍ରାମବାସୀ ବାଧ୍ୟହୋଇ ସୁକୁମା ଜିଲାରେ ମିଶିବା ପାଇଁ ବାଧ୍ୟ ହେବେ। ଏହି ଅବସରରେ ମାଡକାମି ଗ୍ରାମରେ ଏକ ବୈଠକ କରି କେବଳ ରାସ୍ତା ନୁହେଁ ଗ୍ରାମର ଲୋକଙ୍କ ଶିକ୍ଷା, ବିଜୁ ପକ୍କା ଗୃହ, ପାନୀୟ ଜଳ, କୃଷି ସହ ଅନ୍ୟାନ୍ୟ କ୍ଷେତ୍ରରେ କିପରି ବିକାଶ କରାଯିବ। ଏହି ଅଞ୍ଚଳରେ ପ୍ରଚୁର ତାଳଗଛ ଥିବାରୁ ତାଳ ଗଛ ରସରୁ ଗ୍ରାମବାସୀ କିପରି ଗୁଡ଼ ଏବଂ ମିଶ୍ରି ପ୍ରସ୍ତୁତ କରି ତାହାକୁ ବିକି ନିଜର ଆର୍ଥିକ ବିକାଶ କରିବେ ସେନେଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ପରେ ଗ୍ରାମରେ ଏକ କ୍ଷୁଦ୍ର କାରଖାନା ପ୍ରତିଷ୍ଠା କରାଯିବ ବୋଲି ମାଡକାମି କହିଥିଲେ। ମାଡ଼କାମିଙ୍କ ସହ ସାମାଜିକ କର୍ମୀ ଅକ୍ଷୟ ମହାନ୍ତି, ଶ୍ରୀନିବାସ ରାଓ, କେଶା ପଡିଆମି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ମାଟାପାକା ପଞ୍ଚାୟତଠାରୁ ୬ କିମି ଦୂର ସାବେରୀ ନଦୀ କୂଳରେ ରହିଛି କତାମାଟେରୁ ଗ୍ରାମ ା ବର୍ଷାଦିନେ ମାଟାପାକାରୁ କତାମାଟେରୁ ଯିବାପାଇଁ ଅନେକ ସମସ୍ୟା ଉପୁଜିଥାଏ ା ଛାତ୍ରୀଛାତ୍ରମାନେ ନଦୀ ପାର ହୋଇ ବିଦ୍ୟାଳୟକୁ ଯାଇଥାନ୍ତି। ରାସ୍ତା ନିର୍ମାଣ ପାଇଁ ଦୀର୍ଘ ୨୦ ବର୍ଷ ହେଲା ମାଟାପାକା ସରପଞ୍ଚ ଏବଂ ଅଞ୍ଚଳବାସୀ ଦାବିକରି ଆସୁଛନ୍ତି। ପଞ୍ଚାୟତ ବୈଠକରେ ଏନେଇ ରିଜୋଲ୍ୟୁଶନ କରାଯାଇ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଗତ ଜୁଲାଇ ମାସରେ ଗ୍ରାମବାସୀ ଏହି ରାସ୍ତାରେ କାଦୁଅରେ ଧାନ ରୋଇ ଅଭିନବ ପ୍ରତିବାଦ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri