Posted inରାଜ୍ୟ

ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପ୍ରାଥମିକ ବିଦ୍ୟାଳୟ: ଅଧାପନ୍ତରିଆ ଅବସ୍ଥାରେ ନିର୍ମାଣ କାର୍ଯ୍ୟ

ନୂଆଗାଁ,୨୨।୬(ଡି.ଏନ୍‌.ଏ.): ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପ୍ରତି ଉତ୍ସାହିତ କରିବା ନିମନ୍ତେ ମାଗଣା ପୋଷାକ, ମଧ୍ୟାହ୍ନଭୋଜନ ଓ ବିନା ମୂଲ୍ୟରେ ପୁସ୍ତକ ଆଦି ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଛି। ତେବେ ପିଲାମାନେ ପାଠ ପଢ଼ିବା ପାଇଁ ଅପରିହାର୍ଯ୍ୟ ପାଲଟିଥିବା ଶ୍ରେଣୀଗୁଡ଼ିକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯାଉ ନ ଥିବାରୁ ବିଭିନ୍ନ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି। ନୟାଗଡ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତସ୍ଥ ଚକାପଥର ଗ୍ରାମରେ ୫ ବର୍ଷ ହେଲା ଏକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅଧାପନ୍ତରିଆ ଅବସ୍ଥା ପଡ଼ିରହିଛି। ତେଣୁ ପ୍ରାଥମିକ ବିଦ୍ୟାଳୟଟି ଏ ପର୍ଯ୍ୟନ୍ତ ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ଗ୍ରାମରେ ବାସ କରୁଥିବା ୩୫ ଆଦିବାସୀ ପରିବାର ପିଲାମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହାରେ ଚକାପଥର ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ୧ମଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବା ପାଇଁ ମାତ୍ର ୨ଜଣ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରାଯାଇଛି। । ସ୍କୁଲ ଆରମ୍ଭ ପରେ ଶ୍ରେଣୀଗୃହର ଅଭାବ ଯୋଗୁ ଅଧିକ ଗୃହ ନିର୍ମାଣ ହେବା ଯାଏ ଗ୍ରାମର ଅନ୍ୟ କୋଠଘରେ ପିଲାଙ୍କୁ ପଢ଼ାଇବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ତେବେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ବାରମ୍ବାର ଅନୁରୋଧ ପରେ ସରକାର ୨୦୦୯ରେ ୫ ଲକ୍ଷ ୯୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ସେହି ଟଙ୍କାରେ ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଅଧା କାମ କରି ପ୍ରଧାନ ଶିକ୍ଷକ ଅବଶିଷ୍ଟ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ପୂର୍ବକ ମାମଲା ରୁଜୁ ହୋଇଥିଲା । ଏହାପରେ ସ୍କୁଲର ଗୃହ ନିର୍ମାଣ କାର୍ଯ୍ୟ ଅଟକି ରହିଛି । ଇତିମଧ୍ୟରେ ସ୍କୁଲ୍‌ ଚାଲୁଥିବା କୋଠଘରଟି ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଏହାର ମରାମତି କରିବା ଗ୍ରାମବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ତେବେ ଗୃହ ନିର୍ମାଣ ପାଇଁ ଆସିଥିବା କଣ୍ଟିଜେନ୍ସି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଉଛି ସେ ହିସାବ ମଧ୍ୟ କାହା ପାଖରେ ନ ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିସ୍ଥିତିରେ ବିଦ୍ୟାଳୟ ଗୃହ ତୁରନ୍ତ ନିର୍ମାଣ କରିବା ପାଇଁ ସ୍କୁଲ ପରିଚାଳନା କମିଟି ସଭାପତି ଅମର ପ୍ରଧାନ ଓ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଛନ୍ତି। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ପିଲାମାନେ ଅନ୍ୟ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ ହୋଇଛନ୍ତି। ଗୃହ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଭିଜିଲାନ୍ସ ମୋକଦ୍ଦମା ନ ତୁଟିବା ଯାଏ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri