ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୯ ଜିଲାପାଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏଥିରେ ଉଭୟ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଏବଂ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ ଅନ୍ତର୍ଭୁକ୍ତ। ରାଜ୍ୟର ୩୨ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ୯ଟି ଜିଲାରେ ନୂତନ ଜିଲାପାଳଙ୍କୁ ନିଯୁକ୍ତି ମିଳିଛି। ଏହି ଜିଲାଗୁଡିକ ହେଉଛି- କେନ୍ଦ୍ରାପଡା, ବାଲେଶ୍ୱର, କୋରାପୁଟ, ନୂଆପଡା, କଟକ, ବୌଦ୍ଧ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ ଝାରସୁଗୁଡା।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଜିଲାର ଜିଲାପାଳ କରାଯାଇଛି। କୋରାପୁଟ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲାପାଳ ଭାବେ ବଦଳି କରାଯାଇଛି। ନୂଆପଡା ଜିଲାପାଳ ଥିବା ଡ. ପୋମା ଟୁଡୁଙ୍କୁ କୋରାପୁଟର ନୂତନ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସାଧାରଣ ପ୍ରଶାସନ (ଜିଏ) ବିଭାଗରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ମଧୁସ୍ମିତା ସାହୁଙ୍କୁ ନୂଆପଡା ଜିଲାପାଳ ଭାବେ ଦାୟିତ୍ୱ ମିଳିଛି। ଓଏଏସ୍‌ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧର ଜିଲାପାଳ କରାଯାଇଛି। ସେହିପରି ବୌଦ୍ଧ ଜିଲାପାଳ ସୀତାଂଶୁ କୁମାର ରାଉତଙ୍କୁ ଖୋର୍ଦ୍ଧା ଜିଲାପାଳ ଭାବେ ବଦଳି କରାଯାଇଛି। କୃଷି ବିଭାଗର ଅତିରିକ୍ତ ସଚିବ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତ୍‌ସିଂହପୁର ଏବଂ ଓଏମ୍‌ବିଏଡିସି ଜେନେରାଲ ମ୍ୟାନେଜର ଥିବା ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଝାରସୁଗୁଡା ଜିଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ସମବାୟ ବିଭାଗର ଅତିରିକ୍ତ ସଚିବ ଥିବା ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି।
ଓଡ଼ିଶା ମେଡିକାଲ କର୍ପୋରେଶନ ନିଗମ ଲିଃର ପରିଚାଳନା ନିର୍ଦ୍ଦେଶକ ଥିବା ଅର୍ଚ୍ଚନା ପଟ୍ଟନାୟକଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ସହ ସେ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଯାମିନୀ ଷଡ଼ଙ୍ଗୀଙ୍କୁ ମେଡିକାଲ କର୍ପୋରେଶନର ନୂଆ ଦାୟିତ୍ୱ ମିଳିଛି। ସିଏମ୍‌ଓରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ସହ ନିରଞ୍ଜନ ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜସ୍ବ ପର୍ଷଦର ସଚିବ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକସ୍ଥିତ ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରେଶନକୁ ବଦଳି କରାଯାଇଛି। ଲିଗାଲ ମେଥୋଡୋଲୋଜିର ନିର୍ଦ୍ଦେଶକ ଦାଶରଥି ଶତପଥୀଙ୍କୁ ଓଡ଼ିଶା ବିଧାନସଭାର ସଚିବ ଭାବେ ନିଯୁକ୍ତି ମିଳିଛି। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ ଥିବା ନିର୍ମଳ ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ସହ ଓଟିଡିସିର ଏମ୍‌.ଡି. ଦାୟିତ୍ୱ ଦିଆଯାଇଛି। ଶ୍ରମ କମିଶନର ଥିବା ଅଞ୍ଜନ କୁମାର ମଲ୍ଲିକ ନୂଆ ଅବକାରୀ କମିଶନରଭାବେ ନିଯୁକ୍ତି ପାଇଛନ୍ତି। ପର୍ଯ୍ୟଟନ ନିର୍ଦ୍ଦେଶକ ଥିବା ବିଭୂତି ଭୂଷଣ ପଟ୍ଟନାୟକ ସମବାୟ ସୋସାଇଟିଗୁଡିକର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଛି। ଏହି ପଦରେ ପୂର୍ବରୁ କାର୍ଯ୍ୟରତ ଥିବା ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସାମାଜିକ କଲ୍ୟାଣ, ମହିଳା ଶିଶୁ ବିକାଶ, ମିଶନ ଶକ୍ତି ର ନିର୍ଦ୍ଦେଶକ ଏବଂ ଓମ୍‌ବାଡକ୍‌ର ସିଇଓ ନିଯୁକ୍ତି ଦିଆଯାଇଛି। ସିଏମ୍‌ସି କମିଶନର ଥିବା ଶରତ ଚନ୍ଦ୍ର ନାୟକଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଭାବେ ଦାୟିତ୍ୱ ଦିଆଯାଇଛି। ଖୋର୍ଦ୍ଧା ଜିଲାପାଳ ଭୁପେନ୍ଦ୍ର ଏସ୍‌ ପୁନିଆ ଓପେପାର ରାଜ୍ୟ ପ୍ରକଳ୍ପ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ଜଗତସିଂହପୁର ଜିଲାପାଳ ଗୁହା ପୁନମ ତାପସ କୁମାର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବେ। କେନ୍ଦ୍ରାପଡା ଜିଲାପାଳ ଥିବା ପ୍ରେମଚନ୍ଦ ଚୌଧୁରୀ ବିଏମ୍‌ସି କମିଶନର ଭାବେ ନୂଆ ଦାୟିତ୍ୱ ମିଳିଛି। ରେଘୁ ଜି.ଙ୍କୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ନିର୍ଦ୍ଦେଶକ, ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜସ୍ବ ପର୍ଷଦର ସଚିବ, ଅବଦଲ ଅଖତରଙ୍କୁ କଟକସ୍ଥିତ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ(ଭାରାପ୍ରାପ୍ତ) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ବିଏମ୍‌ସିର ଅତିରିକ୍ତ କମିଶନର ଥିବା ଅନନ୍ୟା ଦାସ ସିଏମ୍‌ସି କମିଶନର, ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଜ୍ୟୋତି ପ୍ରକାଶ ଦାସଙ୍କୁ ବୟନଶିଳ୍ପ ନିର୍ଦ୍ଦେଶକ ସହ ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକଭାବେ ଦାୟିତ୍ୱ ମିଳିଛି। ଏହି ପଦରେ ଅବସ୍ଥାପିତ ଥିବା ଲକ୍ଷ୍ମୀଧର ମହାନ୍ତିଙ୍କୁ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ଭାବେ ପଦୋନ୍ନତି ଦିଆଯାଇଛି। ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଇଏସଆଇ ନିର୍ଦ୍ଦେଶକ ଏବଂ ଝାରସୁଗୁଡା ଜିଲାପାଳ ବିଭୂତି ଭୂଷଣ ଦାସଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri