ପ୍ରଶାସନର ହସ୍ତକ୍ଷେପ ପରେ ନ୍ୟାୟ ପାଇଲେ ବୃଦ୍ଧ ଦମ୍ପତି

ଆନନ୍ଦପୁର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ମିଳିଛି। ଆନନ୍ଦପୁର ଥାନା ଅଧୀନ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ପରୀକ୍ଷିତ ବେହେରା(୭୮) ଏବଂ ସ୍ତ୍ରୀ ଶାନ୍ତିଲତାଙ୍କର ତିନି ଝିଅ ଓ ଗୋଟିଏ ପୁଅ। ଝିଅମାନଙ୍କର ବିବାହ ପରେ ପୁଅର ବିବାହ କରାଇଥିଲେ। ପୁଅ ରତିକାନ୍ତ ବିବାହ କରିବା ପରେ ସ୍ତ୍ରୀଙ୍କୁ ଧରି ଅଲଗା ରହୁଥିଲେ। ଫଳରେ ବୃଦ୍ଧ ମା’ବାପା ଅସହାୟ ଅବସ୍ଥାରେ ଦିନ କାଟୁଥିଲେ। ଏପରିକି ପୁଅ ରତିକାନ୍ତ ଭତ୍ତା କରାଇଦେବା ବାହାନାରେ ମା’ବାପାଙ୍କ ଦସ୍ତଖତ ନେଇ ସେମାନଙ୍କର ଭିଟାମାଟିକୁ ବିକ୍ରି କରିଦେଇଥିଲେ। ଅସହାୟ ମା’ ବାପା ଭିଟାମାଟି ଛାଡ଼ି ଏଣେତେଣେ ବୁଲିବା ସହିତ ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ପରେ ଦୁଇ ବର୍ଷ ହେବ ଅସହାୟ ମା’ ବାପା ଫକୀରପୁର ଠାରେ ଥିବା ଏକ ମଠରେ ଜୀବନ ଅତିବାହିତ କରିଆସୁଥିଲେ। ଘଟଣା ଜଣାପଡ଼ିବା ପରେ ଉପଖଣ୍ଡ ପ୍ରଶାସନ ହସ୍ତକ୍ଷେପ କରିଥିଲା। ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଓ ସାମାଜିକ ସୁରକ୍ଷା ଅଧିକାରୀ ଡ.ଶମ୍ଭୁନାଥ ରାଉତ ସରକାରୀସ୍ତରରେ ବୃଦ୍ଧଦମ୍ପତିଙ୍କ ପାଇଁ ଭତ୍ତା ଏବଂ ରାଶନକାର୍ଡ ମାଧ୍ୟମରେ ଆବଶ୍ୟକ ଚାଉଳ ଯୋଗାଇ ଦେବାକୁ ଉଦ୍ୟମ କରିଥିଲେ। ଏହା ସହିତ ଶିବନାରାୟଣପୁର ଗ୍ରାମବାସୀ ଉଭୟ ଅସହାୟ ବୃଦ୍ଧା ଓ ବୃଦ୍ଧଙ୍କୁ ଧରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କର ଝିଅ, ଜ୍ୱାଇଁ, ପୁଅ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ଏକ ବୈଠକରେ ଆଲୋଚନା କରାଯାଇ ପୁଅ ରତିକାନ୍ତ ବୃଦ୍ଧ ମା’ ବାପାଙ୍କ ଭରଣପୋଷଣ ନିମନ୍ତେ ମାସିକ ୨ ହଜାର ଟଙ୍କା ଦେବାକୁ ସହମତି ପ୍ରକାଶ କରିଥିଲେ। ଅବଶିଷ୍ଟ ଜୀବନ ଉଭୟ ବୃଦ୍ଧା ଦମ୍ପତି ସାନ ଜ୍ୱାଇଁଙ୍କ ନିକଟରେ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ଉପଜିଲାପାଳ ସାହୁ ସମସ୍ତଙ୍କୁ ବୁଝାସୁଝା କରିବା ସହିତ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri