ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନୟାଖଣ୍ଡି ଗ୍ରାମରେ ଜଣେ ଭଡାଟିଆ କମଳାକାନ୍ତ ଦାସଙ୍କ ଘରୁ ଚୋରି ହେବା ଏବଂ ଚୋରି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ସମସ୍ତ ପ୍ରମାଣ ପ୍ରଦାନ ପରେ ମଧ୍ୟ ଖଇରା ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇପାରୁନି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅଭିଯୋଗକାରୀ କମଳାକାନ୍ତ ବାଧ୍ୟ ହୋଇ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ା
ଅଭିଯୋଗ ଅନୁଯାୟୀ ତାଳମହୁରୀ ଗ୍ରାମର କମଳାକାନ୍ତ ଟେଣ୍ଟ ଓ ମାଇକ ଭଡାରେ ଦେଇ ପରିବାର ଭରଣପୋଷଣ କରନ୍ତି ା ଖଇରା ବଜାରଠାରୁ ଅନତିଦୂର ନୟାଖଣ୍ଡି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭଡା ନେଇ ତାଙ୍କର ଜିନିଷ ପତ୍ର ରଖୁଥିଲେ ା ୨୩ତାରିଖ ରାତିରେ କୌଣସି ଦୁର୍ବୃତ୍ତ ଘର ତାଲା ଭାଙ୍ଗି ଦେଢ ଲକ୍ଷ ଟଙ୍କାର ମାଇକ ସେଟ ଚୋରାଇ ନେଇଥିଲେ ା ୨୪ତାରିଖରେ କମଳାକାନ୍ତ ତାଲା ଖୋଲିବାକୁ ଆସି ଦେଖିବାରୁ ତାଙ୍କର ମାଇକ ସେଟ୍ଗୁଡିକ ଚୋରି ହୋଇଯାଇଛି। ଚୋରି ସିସିଟିଭି ଫୁଟେଜରେ ୨ଜଣ ଯୁବକ ଏକ ବାଇକରେ ଜିନିଷ ଚୋରାଇ ନେଉଥିବାର ଜଣାପଡିବା ପରେ ତାହା ସେ ପୋଲିସକୁ ଜଣାଇଥିଲେ ା ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ସେ କହିଛନ୍ତି ା ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ପଚାରିବାରେ ସିସି ଫୁଟେଜରୁ ଅଭିଯୁକ୍ତଙ୍କ ଠିକ୍ ଭାବେ ଠାବ କରାଯାଇପାରୁନାହିଁ ବୋଲି କହିଛନ୍ତି ା
Posted inଆମ ଜିଲା ଖବର, ବାଲେଶ୍ୱର View All
ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ
କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…
ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ
ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…
ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…
ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ
ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…
ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ
ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…
ଜଳିଗଲା ୩ ଭାଇଙ୍କ ଘର
ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…
ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…
ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ
ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…
Archives

