ପ୍ରଭାସଙ୍କ ମା’ ହେବେ ଭାଗ୍ୟଶ୍ରୀ

ଫିଲ୍ମ ‘ମୈନେ ପ୍ୟାର କିୟା’ ରେ ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ହେଉଛନ୍ତି ଭାଗ୍ୟଶ୍ରୀ। ଲମ୍ବା ବ୍ୟବଧାନ ପରେ ପୁଣିଥରେ ସେ ବଡ଼ ପରଦାକୁ ଫେରିବାକୁ ମନ ବଳାଇଛନ୍ତି। ଇତିମଧ୍ୟରେ ସେ ଅନେକ ଫିଲ୍ମରେ ସାଇନ୍‌ ମଧ୍ୟ କରିସାରିଛନ୍ତି। ତେବେ ସେ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରିବେ ବୋଲି ଶୁଣିବାକୁ ମିଳୁଥିଲା। ଏବେ କଙ୍ଗନା ରନାଓ୍ବତ୍‌ଙ୍କ ଆଉ ଏକ ଫିଲ୍ମ ‘ଥଲାଇଭି’ରେ ମଧ୍ୟ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ଗତ ସେପ୍ଟେମ୍ବର ମାସରୁ ଫିଲ୍ମର ଶୁଟିଂ ଆରମ୍ଭ କରିସାରିଥିବା ଭାଗ୍ୟଶ୍ରୀ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି। ଫିଲ୍ମରେ ତାଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିଛି। ସେହିପରି ପ୍ରଭାସଙ୍କ ଫିଲ୍ମରେ ଭାଗ୍ୟଶ୍ରୀ ତାଙ୍କ ମା’ ଚରିତ୍ରରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି।

Share