ପ୍ରବେଶ ପଥରେ ପ୍ରବାସୀଙ୍କ ହେବ ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଏବେ ରାଜଧାନୀ ଦେଇ ପ୍ରତିଦିନ ଶହଶହ ସଂଖ୍ୟାରେ ପ୍ରବାସୀ ଚାଲି ଚାଲି ହେଉ ଅବା ଗାଡିମୋଟରରେ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ଏଥିସହ ବହୁ ପ୍ରବାସୀ ମଧ୍ୟ ସହରରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ଚିହ୍ନଟ ସହ କରୋନା ଲଢ଼େଇକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ପଦକ୍ଷେପ ହାତକୁ ନେଇଛି। ଭୁବନେଶ୍ୱରର ମୁଖ୍ୟ ୩ ପ୍ରବେଶ ଦ୍ୱାରରେ ପ୍ରବାସୀଙ୍କ ପାଇଁ ୨୪ ଘଣ୍ଟିଆ ସ୍ବାଗତ ଓ ସ୍କ୍ରିନିଂ ସେଣ୍ଟର ସ୍ଥାପନ କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ରସୁଲଗଡ଼ କୋଚିଲେଇ ହାଟ ନିକଟ ଆଶ୍ରମ ସ୍କୁଲ, ଖଣ୍ଡଗିରିର ତପୋବନ ସ୍କୁଲ ଓ ଉତ୍ତରା ଛକରେ ଥିବା କୃପାଜଳ ଇଂଜିନିୟରିଂ କଲେଜ। ସୋମବାରଠାରୁ ଏସବୁ ସେଣ୍ଟର କାର୍ଯ୍ୟ କରିବ। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନେ ସେଠାରେ ପହଞ୍ଚତ୍ବା କ୍ଷଣି ପ୍ରଥମେ ସେମାନଙ୍କୁ ସ୍ବାଗତ କରାଯିବ। ଏହାପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ଟେଷ୍ଟ ହେବ। ଏଥିସହ ସେଠାରେ ପଞ୍ଜୀକରଣ ମଧ୍ୟ କରିବେ। ପରେ ସ୍ଥାନୀୟ ଜିଲା ପ୍ରଶାସନର ସହାୟତାରେ ନିଜ ଅଞ୍ଚଳକୁ ପଠାଇ ଦିଆଯିବ। ଭୁବନେଶ୍ୱରର ହୋଇଥିଲେ ବା ଯେଉଁମାନେ ରାଜଧାନୀରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ହେବ। ସେହିପରି ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌, ସରକାରୀ କ୍ୱାରାଣ୍ଟାଇନ କିମ୍ବା ଦେୟଯୁକ୍ତ (ପେଡ୍‌) କ୍ୱାରାଣ୍ଟାଇନ୍‌ ରହିବାକୁ ଚାହିଁବେ, ସେସମ୍ପର୍କରେ ମତ ନିଆଯିବା ପରେ ସେମାନଙ୍କୁ ସେଠାକୁ ପଠାଇ ଦିଆଯିବ ବୋଲି ରବିବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
କମିଶନର ଚୌଧାରୀଙ୍କ ସୂଚନାନୁସାରେ, ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଏସବୁ ସେଣ୍ଟର ଦାୟିତ୍ୱରେ ରହିବେ। ସମ୍ପୃକ୍ତ ପ୍ରବାସୀଙ୍କ ହାତରେ କ୍ୱାରାଣ୍ଟାଇନ୍‌ ଷ୍ଟାମ୍ପ୍‌ ରହିବା ସହ ଘରେ କ୍ୱାରାଣ୍ଟାଇନ୍‌ ଷ୍ଟିକର ଲଗାଯିବ। ପ୍ରବାସୀ ଜଣକ କ୍ୱାରାଣ୍ଟାଇନ୍‌ରେ ରହୁଥିବା ସମୟରେ ତାଙ୍କ ସହ ଡାକ୍ତରୀ ଟିମ୍‌ ନିୟମିତ ଫୋନ୍‌ ମାଧ୍ୟମରେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇ ତଥ୍ୟ ନେବେ। କୌଣସି ଲକ୍ଷଣ ଦେଖାଦେଲେ ପ୍ରବାସୀମାନେ ନ ଲୁଚାଇ ଡାକ୍ତରୀଦଳକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଅନ୍ୟ ଜିଲାରୁ ଆସୁଥିବା ଲୋକେ ମଧ୍ୟ ଚାହିଁଲେ ଭୁବନେଶ୍ୱରରେ ଯେକୌଣସି କ୍ୱାରାଣ୍ଟାଇନ୍‌ରେ ରହିପାରିବେ। ନିଜ ଘର ଥିଲେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଅନୁମତି ମିିଳିବ। ସେମାନେ ସାମାଜିକ ଦୂରିତ୍ୱ ସହ ଜାରି ହୋଇଥିବା ଅନ୍ୟ ନିୟମକୁ ମାନିବାକୁ ପଡିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri