ପ୍ରବାସୀ ଶ୍ରମିକଙ୍କ ପ୍ରତି ରହିଛି ଦିଲ୍ଲୀ ସରକାରଙ୍କ ଦାୟିତ୍ୱବୋଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ପ୍ରବାସୀ ଶ୍ରମିକ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ତେବେ ଦିଲ୍ଲୀରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ପ୍ରତି ସରକାରଙ୍କ ଦାୟିତ୍ୱବୋଧ ରହିଛି ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଟୁଇଟ୍‌ କରି କହିଛନ୍ତି। ଏନେଇ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଦିଲ୍ଲୀରେ ଥିବା ପ୍ରବାସୀ ଶ୍ରମିକଙ୍କ ର ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ରଖିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଶ୍ରମିକ ଦିଲ୍ଲୀରେ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ସେହିପରି ନିଜ ଘରକୁ ଫେରିବାକୁ ଚାହୁଁଥିବା ଶ୍ରମିକଙ୍କୁ ସହାୟତା କରାଯିବ ବୋଲି କେଜରିଓ୍ବାଲ କହିଛନ୍ତି।

Share